ଗ୍ୟାଙ୍ଗଷ୍ଟର ହାଇଦର ସହଯୋଗୀ ୟାକୁବ୍ କଲା ଆତ୍ମସମର୍ପଣ

କଟକ: ଗ୍ୟାଙ୍ଗଷ୍ଟର ହାଇଦର ସହଯୋଗୀ ଗିରଫ । ଆତ୍ମସମର୍ପଣ କଲା ଗ୍ୟାଙ୍ଗଷ୍ଟର ହାଇଦର ସହଯୋଗୀ ୟାକୁବ୍ । ବିଭିନ୍ନ ସ୍ଥାନରେ ଚଢ଼ାଉ ପରେ ଚାପରେ ଆତ୍ମସମର୍ପଣ କଲା ୟାକୁବ୍ । ଚାଉଳିଆଗଞ୍ଜ ଥାନାରେ ଆତ୍ମସମର୍ପଣ କଲା ହାଇଦର ସହଯୋଗୀ ୟାକୁବ୍ । ସହଯୋଗୀ ୟାକୁବ୍କୁ ପଚରାଉଚରା କରିବାକୁ ଗଠିତ ହୋଇଛି ସ୍ପେଶାଲ ଟିମ୍ ।ସୂଚନା ଯୋଗ୍ୟ ଯେ, ହାଇଦର ଫେରାର ହେବା ପରଠାରୁ ଓଡ଼ିଶା ପୋଲିସର ନିଦ ହଜିଯାଇଛି । ଫେରାର ଗ୍ୟାଙ୍ଗଷ୍ଟର ହାଇଦରକୁ ଧରିବା ପାଇଁ ବଡ଼ ଅପରେସନ । ପୋଲିସ ଡିଜିଙ୍କ ଗୁରୁତ୍ବପୂର୍ଣ୍ଣ ବୈଠକ ସହ ହାଇଦରକୁ ଧରିବାକୁ ସବୁ ଏସପିଙ୍କୁ ଆଲର୍ଟ କରାଯାଇଛି । ଆଲର୍ଟରେ ୩୦ ଜିଲ୍ଲାର ଏସପି । ସଡ଼କ ପଥରୁ ରେଳପଥ, ସୀମା ଅଞ୍ଚଳରୁ ପ୍ରମୁଖ ଛକ । ସବୁଠି କ୍ରାଇମବ୍ରାଞ୍ଚର ୮ଟି ସ୍ପେଶାଲ ଟିମର ଅପରସେନ ।

ସଜାଗ ରହିଛି STF । ଧଳା ରଙ୍ଗର କାରରେ ମେଡିକାଲରୁ ଚମ୍ପଟ ମାରିଛି ହାଇଦର । ପରିବାର ଲୋକ ନା ସହଯୋଗୀଙ୍କ ଜରିଆରେ ଚମ୍ପଟ ମାରିଛି ହାଇଦର ତାକୁ ନେଇ ତନାଘନା କରୁଛି ପୋଲିସ । ଏସସିବିର ନର୍ସଙ୍କ ବୟାନ ରେକର୍ଡ କରାଯିବା ପରେ ମେଡିକାଲ ସିସିଟିଭି ଯାଞ୍ଚ ହେଉଛି । ହାଇଦରକୁ ତୁରନ୍ତ ଗିରଫ କରିବା ପାଇଁ ଆବଶ୍ୟକ ପଦକ୍ଷେପ ନିଆଯାଉଛି । ସୁରକ୍ଷା ଦାୟିତ୍ବରେ ଥିବା ୬ଜଣ ପୋଲିସ କର୍ମଚାରୀଙ୍କୁ ସସପେଣ୍ଡ କରାଯାଇଛି । ଏମାନେ ସମସ୍ତେ ହାଇଦରର ସୁରକ୍ଷା ଦାୟିତ୍ବରେ ଥିଲେ । ବିଭାଗୀୟ ତଦନ୍ତ ପରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ସେପଟେ ଆଉ ଗୋଟିଏ ବଡ଼ ଖୁଲାସା ହୋଇଛି । କଟକ ଆସିବା ପୂର୍ବରୁ ହାଇଦର ବୁର୍ଲା ଭିମାସାରରେ ଚିକିତ୍ସାଧୀନ ନଥିଲା ବୋଲି ସୁପରିନ୍‌ଟେଣ୍ଡେଣ୍ଟ ସ୍ପଷ୍ଟ କରିଛନ୍ତି । ଏହାରି ମଧ୍ୟ ହାଇଦର ସହଯୋଗୀ ନିଜେ ଆସି ପୋଲିସ ନିକଟରେ ଆତ୍ମସମର୍ପଣ କରିବା ପୋଲିସ ପାଇଁ ଏକ ସଫଳତା । ଏହା ଦ୍ୱାରା ତଦନ୍ତ ପ୍ରକ୍ରିୟା ଅଧିତ ତ୍ୱରିତ ହୋଇପାରିବ ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *