ପାଟଣାରେ ହେଲା “ମିଡ଼ିଆ ହାଉସ “
ପାଟଣାରେ ହେଲା “ମିଡ଼ିଆ ହାଉସ “
ପାଟଣା ୨୫-୦୫-୨୦୨୬(ବି .ଏନ .ଓ ) : (ଦୀନବନ୍ଧୁ ମିଶ୍ର ) କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଏବଂ ସାହାରପଡା ବ୍ଲକର ସାମ୍ବାଦିକ ମାନଙ୍କୁ ନେଇ ଟାଙ୍ଗରପଡା ପଂଚାୟତର,ଭୀମ|ପଡା ଗ୍ରାମ ନିକଟ କାଂଝରି ନଈକୂଳରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା |ସମସ୍ତଙ୍କର ମତାନୁଯାଇ, ଏକ ସାମ୍ବାଦିକ ସଂଘର କମିଟି ଗଠନ କରାଯାଇଥିଲା |

ଏଥିରେ ନିର୍ଦୋନ୍ଦରେ, ସଭାପତି ଭାବେ ଆଇନଜ୍ଞ ତଥା ବରିଷ୍ଟ ସାମ୍ୱାଦିକ ରାହାସ ବିହାରୀ ପୃଷ୍ଟି ଏବଂ ସମ୍ପାଦକ ଭାବେ ବରିଷ୍ଠ ସମବାୟବିତ୍ତ ତଥା ବ୍ୟାଙ୍କ କର୍ମଚାରୀ ସଂଘ ର ସଭାପତି, ଦୀନବନ୍ଧୁ ମିଶ୍ର ଏତତ ବ୍ୟତୀତ ଉପସଭାପତି ଭାବେ ଅଞ୍ଜନ କୁମାର ରଣ|, ଉମାକାନ୍ତ ମହାନ୍ତ ଏବଂ ସହ ସମ୍ପାଦକ ଭାବେ ଦଶରଥ ବାରିକ, ବିଜୟ କୁମାର ମହାନ୍ତ କୋଷାଧ୍ୟକ ଭାବେ ଦୀପକ କୁମାର ଭଞ୍ଜଦେଓ, ସଂଯୋଜକ ଭାବେ କୈଳାଶ ଚନ୍ଦ୍ର ମହାନ୍ତ, ଏବଂ ପରାମର୍ଶ ଦାତା ଭାବେ, ବରିଷ୍ଟ ସାମ୍ବାଦିକ ମହେଶ୍ୱର ପୃଷ୍ଟି, ବରିଷ୍ଟ ସାମ୍ୱାଦିକ ସନ୍ତୋଷ ପତି, ବୀରକିଶୋର ଦାଶ, ଯତୀନ୍ଦ୍ର ଦାଶ, ସଂଜିତ ଚକ୍ର ସବ୍ୟସାଚୀ ସିଂଙ୍କୁ ମନୋନୀତ କରାଯାଇଥିଲା | ଏହି “ମିଡ଼ିଆ ହାଉସ”ର ଲକ୍ଷ୍ୟ ରହିବ, ଅସୁବିଧାରେ ଥିବା ଲୋକଙ୍କର ଅସୁବିଧାକୁ ଦୂର କରିବା ଏକ ସୁସ୍ଥ ସମାଜ ଗଠନ କରିବା ନିଶ୍ୱାର୍ଥ ପର ଭ|ବେ ନିରପେକ୍ଷତାର ଶହ ଖବର ପ୍ରସାରଣ କରିବା ପାଇଁ ସମସ୍ତ ସାମ୍ବାଦିକ ନିଷ୍ପତି ନେଇଥିଲେ |

