ନିଆରା ଢଙ୍ଗରେ ପବିତ୍ର ହୋଲି ପର୍ବ ପାଳିଲେ ସାମ୍ବାଦିକ ସଂଘ ଓ ଭରଷା ପରିବାର ।

ନିଆରା ଢଙ୍ଗରେ ପବିତ୍ର ହୋଲି ପର୍ବ ପାଳିଲେ ସାମ୍ବାଦିକ ସଂଘ ଓ ଭରଷା ପରିବାର ।

ଘଟଗାଁ ୦୬-୦୩-୨୦୨୬(ବି.ଏନ .ଓ ) : (ବିଷ୍ଣୁ ନନ୍ଦ ବେହେରା ) ଗାଁ ଠୁ ସହର ଚାରିଆଡ଼େ ପବିତ୍ର ଦୋଳ ପୂର୍ଣ୍ଣିମା ଓ ହୋଲି ପର୍ବ ଆନନ୍ଦ ଉଲ୍ଲାସର ସହ ପାଳିତ ହୋଇଥିବା ବେଳେ କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ବୁଢ଼ାଖମଣ ଗ୍ରାମ ପଞ୍ଚାୟତ ଅଧୀନରେ ଥିବା ସମଗିରି ଗ୍ରାମର ଶିଶୁ ଭୁବନ ଆଶ୍ରମର ଅଧ୍ୟାପିକା ଜୟନ୍ତୀ କୁମାରୀ ଓଝାଙ୍କ ନିଜସ୍ୱ ଆର୍ଥିକ ସମ୍ବଳରେ ପ୍ରଥମ ଶ୍ରେଣୀ ଠାରୁ ପଞ୍ଚମ ଶ୍ରେଣୀ ପଯ୍ୟନ୍ତ ୧୫ ଜଣ କୁନି କୁନି ଛୁଆଙ୍କୁ ରଖି ଶିକ୍ଷା ଦାନ କରୁଛନ୍ତି ଯାହାକି ଜଙ୍ଘିରା, ପଣ୍ଡାପଡା ଅଞ୍ଚଳରେ ଅତି ପ୍ରଶଂସନୀୟ | ଏହି ରଙ୍ଗର ଉତ୍ସବ ପର୍ବକୁ ପାଳନ କରିବା ପାଇଁ ହରିଚନ୍ଦନପୁର ଅଞ୍ଚଳର ଯୁବ ସାମ୍ବାଦିକ ଶୂନ୍ୟରଞ୍ଜନ ଘଣା, ପଣ୍ଡାପଡା ଅଞ୍ଚଳର ଯୁବ ସାମ୍ବାଦିକ ପୁରୁଷୋତ୍ତମ ମହାନ୍ତ, ବାଂଶପାଳ ଅଞ୍ଚଳର ଯୁବ ସାମ୍ବାଦିକ ହିରନ୍ୟ କୁମାର ମହାନ୍ତ, କେନ୍ଦୁଝର ଭରଷା ପରିବାର ସଦସ୍ୟା ଶ୍ରୀମତୀ ବୈଶାଖୀ ମହାନ୍ତ, ଶ୍ରୀମତୀ ରତ୍ନମଣି ସେଠୀ, ଶ୍ରୀମତୀ ମମତା ମଇ ପାତ୍ର, ଶ୍ରୀମତୀ ଆରୁତି ସାହୁ ଜଙ୍ଘିରା ଅଞ୍ଚଳର ସମାଜ ସେବୀ ସୁବାଷ ବାରିକ, ନିକୁଞ୍ଜ ବିହାରୀ ସାହୁ ଏହି ହୋଲି ପର୍ବର ଉତ୍ସବ କୁ ନିଆରା ଢଙ୍ଗରେ ପାଳନ କରିବା ସହ ଆଶ୍ରମରେ ଥିବା କୁନି କୁନି ଛୁଆଙ୍କୁ ଥଣ୍ଡା, ବିସ୍କୁଟ କେକ ଖୁଆଇ ରଙ୍ଗର ପର୍ବ ହୋଲି ପର୍ବ ଖୁବ ଆନନ୍ଦରେ ପାଳନ କରିଥିଲେ | କୁନି କୁନି ଛୁଆ ମାନେ ଗାଧେଇ ସାରିବା ପରେ ତାଙ୍କ ପାଇଁ ମଧ୍ୟାନ ଭୋଜନର ବ୍ୟବସ୍ଥା ହୋଇଥିଲା |ଛୁଆଙ୍କ ସହିତ ବସିଖାଇବାର ବେସ ଆନନ୍ଦ କହିଲେ ନ ସରେ ଏଭଳି କାର୍ଯ୍ୟକୁ ହରିଚନ୍ଦନପୁର, ବାଂଶପାଳ,ଜଙ୍ଘିରା, ପଣ୍ଡାପଡା ଅଞ୍ଚଳ ବାସି ପ୍ରଶଂସା କରିଛନ୍ତି | ସାମ୍ବାଦିକ ସଂଘ ଓ ଭରସା ପରିବାର ସଦସ୍ୟା ଏହିପରି ସେବା କାର୍ଯ୍ୟ ଆଗକୁ ଜାରି ରହିବ ବୋଲି ପ୍ରକାଶ କରିଛନ୍ତି |

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *