President has no right to decide

ଶଙ୍କରାଚାର୍ଯ୍ୟ କିଏ ହେବ? ସେ ନିଷ୍ପତ୍ତି ନେବାର ଅଧିକାର ରାଷ୍ଟ୍ରପତିଙ୍କର ନାହିଁ: ଅଭିମୁକ୍ତେଶ୍ୱରାନନ୍ଦ

ପ୍ରୟାଗରାଜରେ ଶଙ୍କରାଚାର୍ଯ୍ୟଙ୍କୁ ନେଇ ଚାଲିଥିବା ବିବାଦ ଥମିବାର ନାଁ ନେଉନାହିଁ। ସ୍ୱାମୀ ଅଭିମୁକ୍ତେଶ୍ୱରାନନ୍ଦ ଏବେ ସରକାର ଓ ପ୍ରଶାସନକୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି, ରାଜ୍ୟର ମୁଖ୍ୟମନ୍ତ୍ରୀ କିମ୍ବା ଦେଶର ରାଷ୍ଟ୍ରପତି କିଏ ଶଙ୍କରାଚାର୍ଯ୍ୟ ହେବେ ତାହା ସ୍ଥିର କରିପାରିବେ ନାହିଁ।

ଲକ୍ଷ୍ନୌ/ଭୁବନେଶ୍ୱର ୨୦-୦୧-୨୦୨୬(ବି .ଏନ .ଓ ) : ପ୍ରୟାଗରାଜରେ ଶଙ୍କରାଚାର୍ଯ୍ୟଙ୍କୁ ନେଇ ଚାଲିଥିବା ବିବାଦ ଥମିବାର ନାଁ ନେଉନାହିଁ। ସ୍ୱାମୀ ଅଭିମୁକ୍ତେଶ୍ୱରାନନ୍ଦ ଏବେ ସରକାର ଓ ପ୍ରଶାସନକୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି, ରାଜ୍ୟର ମୁଖ୍ୟମନ୍ତ୍ରୀ କିମ୍ବା ଦେଶର ରାଷ୍ଟ୍ରପତି କିଏ ଶଙ୍କରାଚାର୍ଯ୍ୟ ହେବେ ତାହା ସ୍ଥିର କରିପାରିବେ ନାହିଁ। ରାଷ୍ଟ୍ରପତିଙ୍କ ପାଖରେ ମଧ୍ୟ ଶଙ୍କରାଚାର୍ଯ୍ୟ ସ୍ଥିର କରିବାର ଅଧିକାର ନାହିଁ। ଉଲ୍ଲେଖନୀୟ, ମାଘ ମେଳା ପ୍ରଶାସନ ପକ୍ଷରୁ ସ୍ୱାମୀ ଅଭିମୁକ୍ତେଶ୍ୱରାନନ୍ଦ ସରସ୍ୱତୀଙ୍କୁ ଏକ ନୋଟିସ୍ ଜାରି କରାଯାଇ ଶଙ୍କରାଚାର୍ଯ୍ୟ ଭାବରେ ତାଙ୍କ ପଦବୀ ଉପରେ ପ୍ରଶ୍ନ ଉଠାଯାଇଛି।

ସ୍ୱାମୀ ଅଭିମୁକ୍ତେଶ୍ୱରାନନ୍ଦ ସରସ୍ୱତୀ କହିଛନ୍ତି, ଶଙ୍କରାଚାର୍ଯ୍ୟ ହେଉଛନ୍ତି ଜଣେ ଯିଏ ଅନ୍ୟ ତିନୋଟି ପୀଠର ଶଙ୍କରାଚାର୍ଯ୍ୟଙ୍କ ଦ୍ୱାରା ଗ୍ରହଣୀୟ। ତିନୋଟି ପୀଠ ମଧ୍ୟରୁ ଦୁଇଟିର ଶଙ୍କରାଚାର୍ଯ୍ୟ ମୋତେ ଶଙ୍କରାଚାର୍ଯ୍ୟ ବୋଲି ମାନିଛନ୍ତି। ସେମାନେ ଗତ ମାଘ ମେଳାରେ ମୋ ସହିତ ସ୍ନାନ ମଧ୍ୟ କରିଥିଲେ। ଯେତେବେଳେ ଦ୍ୱାରକା ଓ ଶୃଙ୍ଗେରିର ଶଙ୍କରାଚାର୍ଯ୍ୟ କହିଥିଲେ, ତୁମେ ଶଙ୍କରାଚାର୍ଯ୍ୟ ଆଉ ଆମ ସହିତ ସ୍ନାନ କରୁଛ। ତେବେ ଏହାଠାରୁ ଆଉ କଣ ପ୍ରମାଣ ଆବଶ୍ୟକ ବୋଲି ଅଭିମୁକ୍ତେଶ୍ୱରାନନ୍ଦ ପ୍ରଶ୍ନ କରିଛନ୍ତି।

ପ୍ରଶାସନ କ’ଣ ନିଷ୍ପତ୍ତି ନେବେ?

ସେ କହିଛନ୍ତି, ପ୍ରଶାସନ କ’ଣ ନିଷ୍ପତ୍ତି ନେବେ ଯେ, କିଏ ଶଙ୍କରାଚାର୍ଯ୍ୟ କି ନାହିଁ? ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଏହା ନିଷ୍ପତ୍ତି ନେବେ କି ଦେଶର ରାଷ୍ଟ୍ରପତି? ଭାରତର ରାଷ୍ଟ୍ରପତିଙ୍କର ମଧ୍ୟ ଏହା ନିଷ୍ପତ୍ତି ନେବାର ଅଧିକାର ନାହିଁ ଯେ, କିଏ ଶଙ୍କରାଚାର୍ଯ୍ୟ ଆଉ କିଏ ନୁହେଁ। ଶଙ୍କରାଚାର୍ଯ୍ୟଙ୍କ ସମ୍ପର୍କରେ ନିର୍ଣ୍ଣୟ ଶଙ୍କରାଚାର୍ଯ୍ୟ ଗ୍ରହଣ କରିଥାନ୍ତି। ପୁରୀର ଶଙ୍କରାଚାର୍ଯ୍ୟ ଏହା ଉପରେ କିଛି କହି ନାହାନ୍ତି। ସେ ନୀରବ ଅଛନ୍ତି। ସୁପ୍ରିମକୋର୍ଟରେ ତାଙ୍କ ସତ୍ୟପାଠ ନେଇ କୁହାଯାଇଥିଲା ଯେ, ସେ ଆପତ୍ତି କରିଥିଲେ। କିନ୍ତୁ ଯେତେବେଳେ ଆମେ ସତ୍ୟପାଠର ଏକ କପି ଦେଖିଲୁ, ‌ସେଥିରେ ସ୍ପଷ୍ଟ ଭାବରେ ଲେଖା ଅଛି ଯେ, ତାଙ୍କଠାରୁ କୌଣସି ସମର୍ଥନ ଲୋଡ଼ାଯାଇ ନଥିଲା, ତେଣୁ ଏଥିରୁ ସ୍ପଷ୍ଟ ସେ କୌଣସି ମତାମତ ଦେଇ ନଥିଲେ।

ନିର୍ବିବାଦ ଭାବେ ମୁଁ ହିଁ ଶଙ୍କରାଚାର୍ଯ୍ୟ…

ସ୍ୱାମୀ ଅଭିମୁକ୍ତେଶ୍ୱରାନନ୍ଦ କହିଛନ୍ତି, ତାଙ୍କ ପାଖରେ ଦୁଇ ଶଙ୍କରାଚାର୍ଯ୍ୟଙ୍କ ସ୍ପଷ୍ଟ ଲିଖିତ ଓ ବ୍ୟବହାରିକ ସମର୍ଥନ ଅଛି। ତୃତୀୟ ଶଙ୍କରାଚାର୍ଯ୍ୟଙ୍କ ମୌନ ସମ୍ମତି ଅଛି। ସେ କହିଛନ୍ତି ଶଙ୍କରାଚାର୍ଯ୍ୟ ଆଉ କିଏ? ମୁଁ ଜ୍ୟୋତିର୍ମଠର ଶଙ୍କରାଚାର୍ଯ୍ୟ। ତାହା ପୁଣି ନିର୍ବିବାଦ ଭାବରେ।

ପ୍ରଶାସନର ସ୍ପଷ୍ଟୀକରଣ…

ପୂର୍ବରୁ,ଶଙ୍କରାଚାର୍ଯ୍ୟ ଅଭିମୁକ୍ତେଶ୍ୱରାନନ୍ଦଙ୍କୁ ସଙ୍ଗମକୁ ଯିବାରୁ ବାରଣ କରାଯାଇଥିବା ଅଭିଯୋଗ ସମ୍ପର୍କରେ ପ୍ରଶାସନ ସ୍ପଷ୍ଟୀକରଣ ଦେଇଥିଲେ। ଅଧିକାରୀମାନେ କହିଥିଲେ ଯେ, ତାଙ୍କୁ ସଙ୍ଗମରେ ସ୍ନାନ କରିବାକୁ ବାରଣ କରାଯାଇ ନଥିଲା, ବରଂ କେବଳ ଗାଡ଼ିରେ ଯାତ୍ରା କରିବାକୁ ଅନୁମତି ମନା କରାଯାଇଥିଲା। ପ୍ରଶାସନ ଅନୁଯାୟୀ, ତାଙ୍କୁ ଗାଡ଼ିରୁ ଓହ୍ଲାଇ ଚାଲି ଚାଲି ଯାଇ ସ୍ନାନ କରିବାକୁ ଅନୁରୋଧ କରାଯାଇଥିଲା। ତିନି ଘଣ୍ଟାର ବୁଝାସୁଝା ସତ୍ତ୍ୱେ, ସେ ନିଜ ଜିଦ୍‌ରେ ଅଟଳ ରହିଲେ ଓ ଅନୁମତି ବିନା ମୌନୀ ଅମାବାସ୍ୟାର ଗୁରୁତ୍ୱପୂର୍ଣ୍ଣ ସ୍ନାନ ଉତ୍ସବର ବ୍ୟବସ୍ଥାକୁ ବାଧା ଦେବାକୁ ଚେଷ୍ଟା କରିଥିଲେ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *