ଧାନବେଣୀରେ ଧୂମଧାମରେ ମକର ମେଳା ପାଳିତ
ଧାନବେଣୀରେ ଧୂମଧାମରେ ମକର ମେଳା ପାଳିତ…
ଘଟଗାଁ ୧୭-୦୧-୨୦୨୬( ବି.ଏନ .ଓ ) : ( ବିଷ୍ଣୁନନ୍ଦ ବେହେରା )କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ବକ୍ସିବାରିଗାଁ ଗ୍ରାମ ପଞ୍ଚାୟତ ଅଧୀନରେ ଥିବା ଧାନବେଣୀ ଗ୍ରାମରେ ଏକ ବିରାଟ ପଥର ଉପରେ ଥିବା ବାବା ଧନେଶ୍ୱର ମହାଦେବଙ୍କ ମନ୍ଦିରରେ ଧୁମଧାମରେ ମକର ମେଳା ଚାଲିଛି |ଆଗରୁ ଏହି ମେଳା ତିନିଦିନ ହେଉଥିବା ବେଳେ ଏବେ ୭ ଦିନରୁ ଉର୍ଦ୍ଧ ପାଳନ ହେଉଛି |ଏହି ମକର ମେଳାରେ ପ୍ରଭୁ ଧନେଶ୍ୱରଙ୍କୁ ଦର୍ଶନ କରିବା ପାଇଁ ଆଖପାଖ ଅଞ୍ଚଳର ତଥା ବହୁ ଦୂରଦୂରାନ୍ତରୁ ଶ୍ରଦ୍ଧାଳୁ ମାନେ ଆସିଥାନ୍ତି |ବିଶ୍ୱାସ ରହିଛି ଯିଏ ବାବାଙ୍କ ଠାରେ ମାନସି କରିବ ତାହା ପ୍ରଭୁଙ୍କ ପାଖରେ ପୂରଣ ହୋଇଥାଏ |ସେଥିପାଇଁ ପ୍ରଭୁଙ୍କୁ ଦର୍ଶନ କରିବା ପାଇଁ ଭକ୍ତଙ୍କ ଲମ୍ବା ଧାଡି ଲାଗିଥାଏ |ଏହି ଅବସରରେ ମିନା ବଜାର ଯାତ୍ରା ଏବଂ ବିଭିନ୍ନ ପ୍ରକାର ଦଳି ସହିତ ଅନେକ ପ୍ରକାର ଦୋଳି ସହିତ ଅନେକ ମିନବଜାର ବସିଥାଏ |କିନ୍ତୁ ଦୁଃଖ ଏବଂ ପରିତାପର ବିଷୟ ଯେ ଏହି ମେଳା ବହୁ ପୁରାତନ କାଳରୁ ହୋଇ ଆସିଥିବା ବେଳେ ବାବାଙ୍କୁ ଦର୍ଶନ ପାଇଁ ଆଜି ପଯ୍ୟନ୍ତ ପ୍ରଶାସନ ପକ୍ଷରୁ ପାହାଚ ଏବଂ ପାନୀୟ ଜଳ ସମସ୍ୟାର ସମାଧାନ ହୋଇ ପାରିଲା ନାହିଁ |ଭକ୍ତ ମାନେ ବିପଦ ପୂର୍ଣ୍ଣ ଭାବେ ଠାକୁରଙ୍କୁ ଦର୍ଶନ କରିଥାନ୍ତି |କେତେବେଳେ ଯେ ଅଘଟଣ ଘଟିବ ତାହା କହି ହେବ ନାହିଁ |ପୂର୍ବରୁ ଏଠାରେ କିଛି ବ୍ୟକ୍ତି ପ୍ରାଣ ହରାଇଥିବା ସ୍ଥାନୀୟ ଲୋକେ ପ୍ରକାଶ କରିଛନ୍ତି | ଏହାକୁ ଦୃଷ୍ଟି ରଖି ତୁରନ୍ତ ଜିଲ୍ଲା ପ୍ରଶାସନ ତଥା ନୂର୍ତ୍ତନ ରାଜ୍ୟ ସରକାର ପାହାଚ ତଥା ପାନୀୟ ଜଳ ସମସ୍ୟା ସମାଧାନ କରିବା ପାଇଁ ସାଧାରଣରେ ଦାବୀ କରିଛନ୍ତି |

