ଭାରତ ସୀମାରୁ ପାକିସ୍ତାନୀ ଡ଼ଙ୍ଗା ଜବତ
ଭାରତ ସୀମାରୁ ପାକିସ୍ତାନୀ ଡ଼ଙ୍ଗା ଜବତ
ଭୁବନେଶ୍ୱର ୧୫-୦୧-୨୦୨୬ (ବି.ଏନ .ଓ ) : ଭାରତୀୟ ସୀମାରୁ ଜବତ ହେଲା ପାକିସ୍ତାନୀ ଡ଼ଙ୍ଗା । ଘଟଣାରେ ୯ ପାକିସ୍ତାନୀ ଅଟକ । ଭାରତୀୟ ଜଳ ସୀମା ଭିତରୁ ପାକିସ୍ତାନୀ ଡଙ୍ଗା ଜବତ । ଭାରତୀୟ ତଟରକ୍ଷୀ ବାହିନୀ ଏକ ପାକିସ୍ତାନୀ ଯାନ୍ତ୍ରିକ ଡ଼ଙ୍ଗା ଭାରତ ସୀମା ଭିତରୁ ଜବତ କରିଛନ୍ତି । ଗୁଜୁରାଟ ଉପକୂଳ ପୋରବନ୍ଦର ନିକଟରୁ ତଟରକ୍ଷୀ ବାହିନୀ ଅଲ-ମଦିନା ନାମକ ଏହି ଡ଼ଙ୍ଗା ଜବତ କରିଛନ୍ତି । ଘଟଣାରେ ୯ଜଣ ପାକିସ୍ତାନ ନାଗରିକଙ୍କୁ ଅଟକ ରଖିଛି ଭାରତୀୟ ତଟରକ୍ଷା ବାହିନୀ । ଡଙ୍ଗାଟି ଆରବସାଗର ଦେଇ ଆସୁଥିବା ସମୟରେ ଏହାକୁ ଜବତ କରିଥିଲା ତଟରକ୍ଷା ବାହିନୀ । ଡଙ୍ଗାଟି ସମୁଦ୍ରରୁ ମାଛ ଧରିବା ଉଦ୍ଦେଶ୍ୟରେ ଆସିଥିବା ପ୍ରାଥମିକ ତଦନ୍ତରୁ ଜଣା ପଡିଛି ।


