ପୌଷ ପୂର୍ଣ୍ଣିମାରେ ମହାନଦୀ ମହାଆଳତି
ପୌଷ ପୂର୍ଣ୍ଣିମାରେ ମହାନଦୀ ମହାଆଳତି…
କଟକ,୪ | ୦୮-୦୧-୨୦୨୬(ବି.ଏନ .ଓ ) : ପୌଷପୂର୍ଣ୍ଣିମା ଅବସରରେ ମହାନଦୀ ପୂଜନ ସମିତି ପକ୍ଷରୁ ମହାନଦୀର ଗଡ଼ଗଡ଼ିଆ ଘାଟରେ ୪୩ତମ ମହାନଦୀ ମହାଆଳତୀ କାର୍ଯ୍ୟକ୍ରମ ସଂପନ୍ନ ହୋଇଛି। ମହାନଦୀ ପୂଜନ ସମିତି ସଭାପତି କ୍ଷୀରୋଦ କୁମାର ସାହୁଙ୍କ ପୌରୋହିତ୍ୟରେ ମୁଖ୍ୟ ଅତିଥି ଭାବେ ଜୀବନ ବୀମା ନିଗମ କଟକ ମଣ୍ଡଳ ମୁଖ୍ୟ ପ୍ରସନ୍ନା ଲକ୍ଷ୍ମୀ, ନଦୀ ସୁରକ୍ଷା ପାଇଁ କରାଯାଉଥିବା କାର୍ଯ୍ୟକ୍ରମକୁ ସ୍ବାଗତ କରିଥିଲେ। ଆଳତୀରେ ସମିତିର ସାଧାରଣ ସମ୍ପାଦକ ଗଙ୍ଗାଧର ବେହେରାଙ୍କ ସମେତ କୋଷାଧ୍ୟକ୍ଷ ରଞ୍ଜନ କୁମାର ସାହୁ, ସହକାରୀ ସମ୍ପାଦକ ବିଶ୍ବରଞ୍ଜନ ମହାନ୍ତି ଓ ଅଜୟ କୁମାର ସାମଲ, ସଭ୍ୟ ବିଗ୍ନେଶ ଧଳ ପ୍ରମୁଖ ପରିଚାଳନା କରିଥିଲେ। ସମିତିର କାର୍ଯ୍ୟକାରୀ ସଭାପତି ହେମନ୍ତ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

