ବୀର ହନୁମାନ ୟୁଥ କ୍ଲବ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ

ବୀର ହନୁମାନ ୟୁଥ କ୍ଲବ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ

ଘଟଗାଁ ୩୦-୧୨-୨୦୨୫(ବି.ଏନ .ଓ ) : (ବିଷ୍ଣୁନନ୍ଦ ବେହେରା) କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ ବସନ୍ତପୁର ଗ୍ରାମର ବୀର ହନୁମାନ କ୍ରିକେଟ ୟୁଥ କ୍ଲବ ଦ୍ୱାରା ଅଷ୍ଟମ ବାର୍ଷିକ କ୍ରିକେଟ ଟୁର୍ନାମେଣ୍ଟ ଉଦଘାଟିତ | ଏହି ଉତ୍ସବ ରେ ମୁଖ୍ୟ ଅଥିତି ଭାବେ ବସନ୍ତପୁର ଗ୍ରାମ ପଞ୍ଚାୟତ ସରପଞ୍ଚ ପ୍ରହଲ୍ଲାଦ ଚନ୍ଦ୍ର ଫହୁକାର,ସମାଜ ସେବୀ ବୃନ୍ଦାବନ ନାଏକ,ବିଷ୍ଣୁନନ୍ଦ ବେହେରା,ହୂରସିକେଶ ମହାକୁଡ଼, ଏବଂ ଦନାର୍ଦନ ନାଏକ ଉପସ୍ଥିତ ରହି ଫିତା କାଟି ଖେଳ ଉଦଘାଟନ କରିଥିଲେ | ଏହି ଉଦଘାଟନୀ ଦିବସରେ ପ୍ରଥମ ମ୍ୟାଚ ବଡ଼ ପିଛୁଳା ଏବଂ ଉକଚାବେଡା ମଧ୍ୟରେ ହୋଇଥିଲା|ଉକଚାବେଡା ପ୍ରଥମ ବ୍ୟାଟିଂ କରି ୮ ଓଭର ମଧ୍ୟରେ ୭ ଟି ଉଇକେଟ ବିନିମୟରେ ୯୩ ରନ ସଂଗ୍ରହ କରି ବଡ଼ପିଛୁଳାକୁ ୯୪ ରନରେ ବିଜୟ କରିଥିଲେ |କିନ୍ତୁ ବଡ଼ ପିଛୁଳା ୮ ଓଭର ମଧ୍ୟରେ ୪ ଟି ଉଇକେଟ ବିନିମୟରେ ୮୩ ରନ କରି ପରାଜୟ ହୋଇଥିଲେ | ଏହି ଖେଳକୁ ପରିଚାଳନା କରିଥିଲେ ଦୁଇ ଅମ୍ପୟାର ରାଜକିଶୋର ଫୁଦକାର ଏବଂ ଅମିର କୁମାର ସେଠି |ଏହି ଖେଳକୁ ଶାନ୍ତି ଶୃଙ୍ଖଳା ରକ୍ଷା କରିବା ପାଇଁ ସମସ୍ତ ୟୁଥ କ୍ଳବ କମିଟି ସହଯୋଗ କରିଥିଲେ |

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *