Strict Guidelines For Zero Night

ଜିରୋ ନାଇଟ୍ କଟକଣା, ମଧ୍ୟରାତ୍ରି ପରେ ନାଚଗୀତ ବନ୍ଦ

ଜିରୋ ନାଇଟ୍ ପାଇଁ ଭୁବନେଶ୍ୱର-କଟକ କମିସନରେଟ୍ ପୁଲିସ ପକ୍ଷରୁ କଟକଣା ଲାଗୁ ହୋଇଛି। ୩୧ ଡିସେମ୍ବରରେ ଜିରୋ ନାଇଟ୍ ପାଳନ ପାଇଁ ନିର୍ଦ୍ଦେଶାବଳୀ ଜାରି ହୋଇଛି। ମଧ୍ୟରାାତ୍ରି ପରେ ମ୍ୟୁଜିକ ଏବଂ ସାଉଣ୍ଡ ସିଷ୍ଟମକୁ ବଜାଇବାକୁ କମିସନରେଟ ପୁଲିସ ନିଷେଧ କରିଛି…

ଭୁବନେଶ୍ୱର ୨୯-୧୨-୨୦୨୫(ବି.ଏନ .ଓ ) : (ବିଜୟ କୁମାର ପଣ୍ଡା) ଜିରୋ ନାଇଟ୍ ପାଇଁ ଭୁବନେଶ୍ୱର-କଟକକମିସନରେଟ୍ ପୁଲିସ ପକ୍ଷରୁ କଟକଣା ଲାଗୁ ହୋଇଛି। ୩୧ ଡିସେମ୍ବରରେ ଜିରୋ ନାଇଟ୍ ପାଳନ ପାଇଁ ନିର୍ଦ୍ଦେଶାବଳୀ ଜାରି ହୋଇଛି। ମଧ୍ୟରାାତ୍ରି ପରେ ମ୍ୟୁଜିକ ଏବଂ ସାଉଣ୍ଡ ସିଷ୍ଟମକୁ ବଜାଇବାକୁ କମିସନରେଟ ପୁଲିସ ନିଷେଧ କରିଛି।ଜିରୋ ନାଇଟ୍ ପାଳନ ସମୟରେ ଆଇନ ଶୃଙ୍ଖଳା ବଜାୟ ରଖିବା, ଜନସାଧାରଣଙ୍କ ସୁରକ୍ଷା ସୁନିଶ୍ଚିତ କରିବା ଏବଂ ଟ୍ରାଫିକ୍ ନିୟନ୍ତ୍ରଣ କରିବା ପାଇଁ କଡ଼ା ନିର୍ଦ୍ଦେଶାବଳୀ ଜାରି କରାଯାଇଛି।ସମସ୍ତ ପୁଲିସ ଷ୍ଟେସନକୁ ନୂଆ ବର୍ଷକୁ ସ୍ବାଗତ କାର୍ଯ୍ୟକ୍ରମ ଆୟୋଜନ କରୁଥିବା ହୋଟେଲ, କ୍ଲବ ଏବଂ ଅନ୍ୟାନ୍ୟ ପ୍ରତିଷ୍ଠାନଗୁଡ଼ିକୁ ଚିହ୍ନଟ କରିବାକୁ କୁହାଯାଇଛଇ। ମହିଳା ଏବଂ ଶିଶୁମାନଙ୍କ ସୁରକ୍ଷାକୁ ପ୍ରାଥମିକତା ଦେଇ ଉତ୍ସବ ସ୍ଥଳ, ରାସ୍ତା ଏବଂ ସମ୍ବେଦନଶୀଳ ଅଞ୍ଚଳଗୁଡ଼ିକରେ ପାଟ୍ରୋଲିଂ କରାଯିବ। ରାସ୍ତା ଅବରୋଧ ମଦ୍ୟପାନ କରି ଗାଡି ଚାଳନା ଏବଂ ଟ୍ରାଫିକ ନିୟମର ଉଲ୍ଲଂଘନକାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କମିସନରେଟ ପୁଲିସ ପକ୍ଷରୁ ତାଗିଦ୍ କରାଯାଇଛି। ରାସ୍ତାପାର୍ଶ୍ୱରେ ଉତ୍ସବକୁ ମନା କରାଯାଇଛି।

୧୫ ପ୍ଲାଟୁନ୍ ପୁଲିସ ଫୋର୍ସ ମୁତୟନ…
ପୁଲିସ ପୋଷ୍ଟଗୁଡ଼ିକୁ ସଜାଗ ରହିବାକୁ କୁହାଯାଇଛି। ଏନେଇ ୧୫ ପ୍ଲାଟୁନ୍ ପୁଲିସ ଫୋର୍ସ ମୁତୟନ କରାଯିବ। ନିର୍ଦ୍ଦେଶାବଳୀ ଅନୁଯାୟୀ, ଜୋନ୍ ୱାରି ତଦାରଖ ବରିଷ୍ଠ ଅଧିକାରୀମାନଙ୍କ ଦ୍ୱାରା କରାଯିବ। ଏଡିସିପି ସୁନାରାମ ଲେମ୍ବ୍ରେମଙ୍କୁ ଜୋନ୍ ୧ ଏବଂ ୨ ତଦାରଖ ଦାୟିତ୍ବ ମିଳିଥିବାବେଳେ ସଞ୍ଜୟ କୁମାର ମହାପାତ୍ରଙ୍କୁ ଜୋନ୍ ୩, ଆରତୀ ଗିରିଙ୍କୁ ଜୋନ୍ ୪ ଏବଂ ସୁବ୍ରତ କୁମାରଙ୍କୁ ଜୋନ୍ ୫ ଏବଂ ୬ର ଦାୟିତ୍ବ ଦିଆଯାଇଛି। ଏସିପିମାନେ ଉପବିଭାଗଗୁଡ଼ିକ ତଦାରଖ କରିବେ। ଦାୟିତ୍ୱରେ ଥିବା ଇନ୍ସପେକ୍ଟରମାନେ କାର୍ଯ୍ୟାନ୍ୱୟନ ପାଇଁ ବ୍ୟକ୍ତିଗତ ଦାୟିତ୍ୱ ନେବେ। ପୁଲିସ ପକ୍ଷରୁ ୩୧ତାରିଖ ସନ୍ଧ୍ୟା ୭ଟାରୁ ରାତି ୨ଟା ପର୍ଯ୍ୟନ୍ତ ଚେକିଂ,ବ୍ଲକିଂକୁ କଡ଼ାକଡ଼ି କରିବ। ସେଥିପାଇଁ ରାଜଧାନୀର ୩୦ଟି ପ୍ରମୁଖ ସ୍ଥାନ ଚିହ୍ନଟ କରାଯାଇଛି। ୧୭ଟି ସ୍ଥାନରେ ଚେକ୍‌ପୋଷ୍ଟ ଲଗାଯାଇ ଯାଞ୍ଚ୍ କରାଯିବ।

ସୁରକ୍ଷା ଦୃଷ୍ଟିରୁ ମାଷ୍ଟର୍‌କ୍ୟାଣ୍ଟିନ୍‌, କଳ୍ପନା ଛକ, ଖଣ୍ଡଗିରି ଓ ରସୁଲଗଡ଼ ଭଳି ସମ୍ବେଦନଶୀଳ ସ୍ଥାନରେ ୫ରୁ ଅଧିକ କୁଇକ୍‌ ରେସ୍‌ପନ୍ସ ଟିମ୍‌(କ୍ୟୁଆର୍‌ଟି) ମୁତୟନ ରହିବେ। ବାଣୀବିହାର, ମାଷ୍ଟରକ୍ୟାଣ୍ଟିନ୍‌ ଏବଂ ନାଲ୍‌କୋ ଛକରେ ୩ଟି ସ୍ଥାନରେ ଷ୍ଟ୍ରାଇକିଂ ଫୋର୍ସ ନିୟୋଜିତ ହେବେ। ଏହାଛଡ଼ା ୧୫ପ୍ଲାଟୁନ୍‌ ପୁଲିସ ଫୋର୍ସ ମୁତୟନ ହେବେ। ମୋବାଇଲ୍‌ ପାଟ୍ରୋଲିଂ ଏବଂ ପିସିଆର୍‌ ପାଟ୍ରୋଲିଂକୁ ମଧ୍ୟ କଡ଼ାକଡ଼ି କରାଯାଇଛି।ସେମାନେ ୨୪ଘଣ୍ଟିଆ ପଇଁତରା ମାରିବେ। ଖୋଲାସ୍ଥାନରେ କାର୍ଯ୍ୟକ୍ରମ ଆୟୋଜନକୁ ରାତି ୧୦ଟା ପର୍ଯ୍ୟନ୍ତ, ହୋଟେଲ ଓ ଇନ୍‌ଡୋର୍‌ରେ ରାତି ୧୨ଟା ପର୍ଯ୍ୟନ୍ତ ଅନୁମତି ଦିଆଯିବ। ଏହାଛଡ଼ା ଅଗ୍ନି ନିରାପତ୍ତା ଉପରେ ଆୟୋଜକମାନେ ଗୁରୁତ୍ବ ଦେବେ। ଯେଉଁମାନେ ନିୟମ ଉଲ୍ଲଂଘନ କରିବେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *