କଟକର ଐତିହାସିକ ବାଲିଯାତ୍ରା ଅବସରରେ ମହାନଗର ନିଗମ ପକ୍ଷରୁ ସ୍ୱଚ୍ଛତା ଓ ପରିମଳ ବ୍ୟବସ୍ଥା

କଟକର ଐତିହାସିକ ବାଲିଯାତ୍ରା ଅବସରରେ ମହାନଗର ନିଗମ ପକ୍ଷରୁ ସ୍ୱଚ୍ଛତା ଓ ପରିମଳ ବ୍ୟବସ୍ଥା

କଟକ ୧୦-୧୧-୨୦୨୫(ବି.ଏନ .ଓ ) :  (ବିଜୟ କୁମାର ପଣ୍ଡା ) ଟକ ମହାନଗର ନିଗମ ପକ୍ଷରୁ ଚଳିତ ବର୍ଷ ବାଲିଯାତ୍ରାରେ ସମଗ୍ର ପରିବେଶକୁ ସଫା ସୁତୁରା ଓ ପରିଷ୍କାର ପରିଚ୍ଛନତା ଏବଂ ସ୍ୱଚ୍ଛତା ଅବଲମ୍ବନ ପୂର୍ବକ ସଫେଇ ସହ ପରିମଳ ବ୍ୟବସ୍ଥା ନିମନ୍ତେ ସ୍ବତନ୍ତ୍ର ପଦକ୍ଷେପ ଗ୍ରହଣ କରାଯାଇଛି।ବିଶେଷ ବ୍ୟବସାୟୀମାନଙ୍କ ମଧ୍ୟରେ ପରିମଳ ଅଭ୍ୟାସକୁ ପ୍ରୋତ୍ସାହିତ କରିବା ପାଇଁ, ଐତିହାସିକ ବାଲିଯାତ୍ରା ହେଉଛି ପ୍ରକୃଷ୍ଟ ସମୟ । ଏହି ସମୟରେ ମନିଟରିଂ ଏବଂ ମୂଲ୍ୟାଙ୍କନ ପଦ୍ଧତି ବ୍ୟବହାର ମଧ୍ୟ କରାଯାଇଛି ବୋଲି ଆଜି ମହାନଗର ନିଗମ କମିଶନର, ସୁଶ୍ରୀ କିରନଦୀପ କୌର ସହୋତା ଏକ ଗଣମାଧ୍ୟମକୁ ଭେଟି ସୂଚନା ଦେଇଛନ୍ତି।

News By Bijay kumar panda

ଏଥି ସହ ଏକ ବାର କୋଡ୍ ଦ୍ୱାରା ପ୍ରତ୍ୟେକ ଷ୍ଟଲ୍ର ବିସ୍ତୃତ ସୂଚନା ଯଥା ଦୋକାନର ନାମ/ସଂଖ୍ୟା, ମାଲିକଙ୍କ ସୂଚନା, ଖାଦ୍ୟ/ଅଣ-ଖାଦ୍ୟ ଇତ୍ୟାଦି ପ୍ରଦାନ କରାଯାଉଥିବା ଏଵଂ ଏଥି ନିମନ୍ତେ ଗଠନ କରାଯାଇଥିବା ଏକ ସ୍ୱତନ୍ତ୍ର ଦଳ ବ୍ୟବସାୟ ସମୟରେ ବାରକୋଡ଼ ସାହାଯ୍ୟରେ ପରିମଳ ସ୍ଥିତି ଯାଞ୍ଚ କରି ମୂଲ୍ୟାଙ୍କନ କରିବା ସଂପର୍କରେ ମଧ୍ୟ ସୁଶ୍ରୀ କୌର ସୂଚନା ଦେଇଛନ୍ତି। ଉକ୍ତ ଦଳଙ୍କୁ ମୂଲ୍ୟାଙ୍କନ ଉପରେ ଆଧାର କରି ଏକ ସ୍ୱଚ୍ଛ ଚାମ୍ପିଅନ୍ ଷ୍ଟଲକୁ ମନୋନୀତ କରାଯାଇ ସମ୍ମାନିତ କରାଯିବା ସହ ପ୍ରମାଣ ପତ୍ର ପ୍ରଦାନ କରାଯିବ । ଏତଦ ବ୍ୟତୀତ କଟକ ମହାନଗର ନିଗମ ଏବଂ କୋକାକୋଲା କମ୍ପାନୀ ର ମିଳିତ ଉଦ୍ୟମରେ ବାଲିଯାତ୍ରା ପଡିଆ କୁ ପ୍ଳାଷ୍ଟିକ ମୁକ୍ତ କରିବା ନିମନ୍ତେ “ପ୍ଲାଷ୍ଟିକ ଦିଅନ୍ତୁ, ବ୍ୟାଗ ନିଅନ୍ତୁ” ଅଭିଯାନ ମଧ୍ୟ ଆରମ୍ଭ କରାଯାଇଛି ବୋଲି ମଧ୍ୟ ସେ କହିଛନ୍ତି। ମେଳା ପରିସରରେ ଅଯଥା ପ୍ଲାଷ୍ଟିକର ବ୍ୟବହାରକୁ ରୋକିବା ପାଇଁ ପ୍ରବର୍ତ୍ତନ ଦଳ ଗଠନ କରାଯାଇଛି ଏଵଂ ସେମାନଙ୍କଦ୍ୱାରା କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଗଣମାଧ୍ୟମ ଜରିଆରେ ସୂଚନା ଦେଇ ସହରବାସୀଙ୍କର ସହଯୋଗ କାମନା କରିଛନ୍ତି। ଏଥିପାଇଁ ମହାନଗର ନିଗମ ପକ୍ଷରୁ ଅସ୍ଥାୟୀ କାର୍ଯ୍ୟାଳୟ ଓ ବିଭିନ୍ନ ସ୍ଥାନରେ ଷ୍ଟଲ ମାନ ଖୋଲାଯାଇଛି।ଏହି ଅବସରରେ ମହାନଗର ନିଗମର ଡେପୁଟି କମଶନର,ପରିମଳ ଶ୍ରୀ ଜୁବୁଲି ବେହେରାଙ୍କ ସମେତ ଅନ୍ୟାନ୍ୟ ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ଥିଲେ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *