RUCHI Masala

‘ରୁଚି ମସଲା’ର ପ୍ରତିଷ୍ଠାତା ଶରତ ସାହୁଙ୍କର ପରଲୋକ

‘ରୁଚି ମସଲା’ର ପ୍ରତିଷ୍ଠାତା ଶରତ କୁମାର ସାହୁଙ୍କର ପରଲୋକ ହୋଇଥିବା ନେଇ ରବିବାର ଅପରାହ୍ଣରେ ସୂଚନା ମିଳିଛି। କିଛି ମାସ ହେବ ସେ କ୍ୟାନସରରେ ପୀଡ଼ିତ ଥିଲେ। ସେଥି ପାଇଁ ତାଙ୍କର ଚିକିତ୍ସା ଚାଲିଥିଲା।

କଟକ୦୨-୧୧-୨୦୨୫(ବି.ଏନ .ଓ ) :ରୁଚି ମସଲା’ର ପ୍ରତିଷ୍ଠାତା ଶରତ କୁମାର ସାହୁଙ୍କର ପରଲୋକ ହୋଇଥିବା ନେଇ ରବିବାର ଅପରାହ୍ଣରେ ସୂଚନା ମିଳିଛି। କିଛି ମାସ ହେବ ସେ କ୍ୟାନସରରେ ପୀଡ଼ିତ ଥିଲେ। ସେଥି ପାଇଁ ତାଙ୍କର ଚିକିତ୍ସା ଚାଲିଥିଲା। ମୁମ୍ବାଇର ଏକ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ଖୁବ୍‌ ଶୀଘ୍ର ତାଙ୍କର ପାର୍ଥିବ ଶରୀର ମୁମ୍ବାଇରୁ
କଟକ ଆସିବ ବୋଲି ସୂଚନା ମିଳିଛି।

୧୯୭୬ରେ ଆରମ୍ଭ ହୋଇଥିଲା କଂପାନି…

ସୂଚନାଯୋଗ୍ୟ, ‘ଓମ୍‌ ଅଏଲ୍‌ ଆଣ୍ଡ ଫ୍ଲୋର ମିଲ୍ସ’ ନାମକ ଏକ ଛୋଟ ଉଦ୍ୟୋଗ କଟକ ଶିଳ୍ପାଞ୍ଚଳରେ ଆରମ୍ଭ ହୋଇଥିଲା। ଏହି ଛୋଟ ଉଦ୍ୟୋଗ ୧୯୭୬ ମସିହାରେ ଆରମ୍ଭ ହୋଇ ଆଗକୁ ବଢ଼ିଥିଲା। ଏହି କଂପାନିର ୪୯ ବର୍ଷର ଯାତ୍ରା ଆରମ୍ଭରୁ ହଳଦୀ ଗୁଣ୍ଡ ଉତ୍ପାଦନ କରୁଥିଲା। ଧୀରେଧୀରେ ବ୍ୟବସାୟ ବଢ଼ିବାରୁ ବିଭିନ୍ନ ମସଲା ଉତ୍ପାଦନ କରିଥିଲା। ଆଜିର ଦିନରେ ‘ରୁଚି’ ଏକ ଜଣାଶୁଣା ନାମ। ପାସ୍ତା, ନୁଡୁଲ୍ସ, ରେଡ୍ଡୀ ଟୁ ଇଟ୍‌ ଖାଦ୍ୟ ଉତ୍ପାଦନ କରୁଥିବା କଂପାନିଗୁଡ଼ିକ ମଧ୍ୟରୁ ଅଗ୍ରଣୀ ନାମ।

‘ରୁଚି’ର ବିକାଶରେ ଶରତଙ୍କ ବଡ଼ ଭୂମିକା…

ଓଡ଼ିଶାର ଘରେ ଘରେ ଚାରି ଦଶନ୍ଧି ଧରି ପରିଚିତ ‘ରୁଚି’ ଦ୍ବାରା ପ୍ରସ୍ତୁତ ସାମଗ୍ରୀର ସଫଳତା ପଛରେ କଂପାନିର ପରିଚାଳନା ନିର୍ଦ୍ଦେଶକ ଡ. ଶରତ କୁମାର ସାହୁଙ୍କର ବଡ଼ ଭୂମିକା ରହିଛି। ତାଙ୍କର କଠୋର ପରିଶ୍ରମ ଏବଂ ପରିଚାଳନା ଯୋଗୁଁ ଏହା ଲୋକପ୍ରିୟ ହୋଇପାରିଛି। ବାପାଙ୍କ ସଫଳ ଉଦ୍ୟମକୁ ପୁଅ ତଥା ନିର୍ଦ୍ଦେଶକ ଅରବିନ୍ଦ ସାହୁ ଏବଂ ନିର୍ଦ୍ଦେଶିକା ରଶ୍ମୀ ସାହୁ ରୁଚିକୁ ଉଚ୍ଚସ୍ତରକୁ ନେଇଯାଇଛନ୍ତି। ରୁଚି ମସଲା ଭାରତର ଉଭୟ ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ଲୋକପ୍ରିୟତା ହାସଲ କରିଛି। ବିଦେଶକୁ ମଧ୍ୟ ଏହି ମସଲା ରପ୍ତାନୀ ହେଉଛି।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *