SCB medical

ଏସ୍‌ସିବି ଆଧୁନିକୀକରଣ ପାଇଁ କସରତ

ସହରର ମୋଟ ବିଦ୍ୟୁତ୍‌ର ୭ ଭାଗରୁ ଭାଗେ ଭିଡ଼ିବ ଏସ୍‌ସିବି

  • କଟକ ସହରକୁ ଯେତିକି ବିଦ୍ୟୁତ୍‌ ଯୋଗାଣ ହେବ ତାର ସାତ ଭାଗରୁ ଭାଗେ ଭିଡ଼ିବ ବିଶ୍ବସ୍ତରୀୟ ହେବାକୁ ଯାଉଥିବା କଟକ ବଡ଼ ଡାକ୍ତରଖାନା।
  • ନୂଆ କୋଠା କାର୍ଯ୍ୟକ୍ଷମ ହେବା ପରେ ୩ ଲକ୍ଷ ୨୦ ବର୍ଗ ମିଟର ଅଞ୍ଚଳକୁ ସେଣ୍ଟ୍ରାଲ୍ ଏସି କରାଯିବ।

କଟକ ୨୬-୧୦-୨୦୨୫(ବି.ଏନ .ଓ ) : ଟକ ସହରକୁ ଯେତିକି ବିଦ୍ୟୁତ୍‌ ଯୋଗାଣ ହେବ ତାର ସାତ ଭାଗରୁ ଭାଗେ ଭିଡ଼ିବ ବିଶ୍ବସ୍ତରୀୟ ହେବାକୁ ଯାଉଥିବା କଟକ ବଡ଼ ଡାକ୍ତରଖାନା। ନୂଆ କୋଠା କାର୍ଯ୍ୟକ୍ଷମ ହେବା ପରେ ୩ ଲକ୍ଷ ୨୦ ବର୍ଗ ମିଟର ଅଞ୍ଚଳକୁ ସେଣ୍ଟ୍ରାଲ୍ ଏସି କରାଯିବ। ସକ୍‌ସନ୍ ପାଇପ୍, ପ୍ରପ୍‌ଲସନ୍ ଭଳି ଅତ୍ୟାଧୁନିକ ବ୍ୟବସ୍ଥା ହେବ। ଏହି ବ୍ୟବସ୍ଥାରେ କେବଳ ଅଧା ବିଜୁଳି ଖର୍ଚ୍ଚ ହେବ। ଦିଲ୍ଲୀର ମେଦାନ୍ତ ହସପିଟାଲ୍ ଭଳି ଏସ୍‌ସିବିକୁ ପ୍ରସ୍ତୁତ କରାଯାଉଛି।

କଟକ ସହରରେ ପ୍ରାୟ ୨୦୦ ଏମ୍‌ଭିଏ ବିଜୁଳି ଆବଶ୍ୟକ ହେଉଥିବା ବେଳେ ବିଶ୍ବସ୍ତରୀୟ ଏସ୍‌ସିବି ପାଇଁ ୨୭ ଏମଭିଏ ଲୋଡ୍ ଆବଶ୍ୟକ। ଏଥିପାଇଁ ଓବିସିସି ପକ୍ଷରୁ ଆବେଦନ କରାଯାଇଛି। ତାଳଦଣ୍ଡା କେନାଲ ନିକଟରେ ଗ୍ରିଡ୍‌ ବସିବା ସହିତ କେବୁଲ ମାଧ୍ୟମରେ ବିଦ୍ୟୁତ ଯୋଗାଇବା କାମ ଆରମ୍ଭ ହେଲାଣି। ଏହାର କ୍ଷମତା ୨୭ ଏମଭିଏ ରହିଛି। ଯଦି କୌଣସି କାରଣରୁ ବିଦ୍ୟୁତ୍‌ ସଂଯୋଗ ବିଚ୍ଛିନ୍ନ ହେଲା ତେବେ ଡିଜି ବ୍ୟବସ୍ଥା ବି କରାଯାଇଛି। ଏଥିପାଇଁ ୧୮ଟି ବୃହତ୍‌ ଜେନ୍‌ସେଟ୍ ଲାଗିବ। ସ୍ବୟଂଚାଳିତ ଡିଜି ମାଧ୍ୟମରେ ଏସ୍‌ସିବିକୁ ବିଜୁଳି ଯୋଗାଇ ଦିଆଯିବ।

ସହରର ମୋଟ ବିଦ୍ୟୁତ୍‌ର ୭ ଭାଗରୁ ଭାଗେ ଭିଡ଼ିବ ଏସ୍‌ସିବି
କନ୍‌ଭେୟର୍‌ ବେଲ୍‌ଟ, ସକ୍‌ସନ୍ ପାଇପ୍‌ରେ ପରୀକ୍ଷା ପାଇଁ ଯିବ ରୋଗୀଙ୍କ ନମୁନା
ସ୍ମାର୍ଟ ହସ୍‌ପିଟାଲ୍‌ରେ ଜାଣିହେବ ଡାକ୍ତର ଓ ନର୍ସଙ୍କ ଉପସ୍ଥିତି
୩ ଲକ୍ଷ ୨୦ ବର୍ଗ ମିଟର ଅଞ୍ଚଳ ହେବ ସେଣ୍ଟ୍ରାଲ୍ ଏସି

ଅନ୍ୟପଟେ ଡାସ୍‌ବୋର୍ଡରେ କେଉଁ ବିଭାଗରେ କେତେ ଔଷଧ ଆବଶ୍ୟକତା ରହିଛି ସେ ନେଇ କେନ୍ଦ୍ରୀୟ ଷ୍ଟୋରେଜ୍‌ରେ କମ୍ପ୍ୟୁଟର ମାଧ୍ୟମରେ ଜାଣିହେବ। ଏବେ ଫୋନ୍ ମାଧ୍ୟମରେ ଔଷଧ ସମ୍ପର୍କରେ ପଚରାଉଚରା କରାଯାଉଛି। କିନ୍ତୁ ଏସବୁ ବ୍ୟବସ୍ଥା ଅନ୍‌ଲାଇନ୍ ମାଧ୍ୟମରେ ହେବାକୁ ଯାଉଛି। ରକ୍ତ ନମୁନା ସମେତ ବିଭିନ୍ନ ପ୍ରକାର ନମୁନା ଵାର୍ଡରେ କିମ୍ବା ପାଥୋଲାବରେ ସଂଗ୍ରହ ପରେ ଏହାକୁ ସକ୍‌ସନ୍ ପାଇପ ମାଧ୍ୟମରେ ପାଥୋଲଜି ଡିପାର୍ଟମେଣ୍ଟକୁ ପରୀକ୍ଷା ପାଇଁ ପଠାଯିବ। ନ୍ୟୁମେଟିକ୍ ଟ୍ୟୁବ୍‌ ସିଷ୍ଟମ୍(ପିଟିଏସ୍) ମାଧ୍ୟମରେ ବାୟୁର ଚାପ ବ୍ୟବହାର କରି ଖୁବ୍‌ଶୀଘ୍ର ଏହି ରକ୍ତ ନମୁନା ପଠାଯିବ। ଏହା ପାଇପ୍‌ରେ ଧାର୍ଯ୍ୟସ୍ଥାନରେ ଯାଇ ସୁରକ୍ଷିତ ଓ ଶୀଘ୍ର ପହଞ୍ଚିପାରିବ। ସେହିଭଳି ଵାର୍ଡରେ ଆବଶ୍ୟକ ହେଉଥିବା ବେଡସିଟ୍, ତକିଆ ଖୋଳ ଲଣ୍ଡ୍ରିରୁ ସିଧା ଵାର୍ଡରେ ପହଞ୍ଚିବ। କନ୍‌ଭେୟର୍‌ ବେଲ୍ଟ ମାଧ୍ୟମରେ ଏସବୁ ସାମଗ୍ରୀ ପହଞ୍ଚିବ। ଵାର୍ଡରେ ଥିବା ବେଡ୍ ପାର୍ଶ୍ବରେ ଲଣ୍ଡ୍ରି କଲେକ୍ସନ୍‌ ପାଇଁ ଟ୍ୟୁବ ରହିଛି। ଏଥିରେ ଅପରିଷ୍କାର କପଡ଼ା ଭର୍ତ୍ତି କରିଦେଲେ ସେ ସ୍ବୟଂଚାଳିତ ଭାବେ ଲଣ୍ଡ୍ରିକୁ ଚାଲିଯିବ। ସଫା ହୋଇ ଯେଉଁ ଵାର୍ଡରେ ଆବଶ୍ୟକ ସେଠାକୁ ଚାଲିଯିବ।

ସେହିଭଳି ଏସ୍‌ସିବିରେ ସ୍ମାର୍ଟ ହସ୍‌ପିଟାଲ ବ୍ୟବସ୍ଥା ମଧ୍ୟ ରହିବ। ହସ୍‌ପିଟାଲ୍‌ର ବିଭିନ୍ନ ଯନ୍ତ୍ରାଂଶ କେଉଁଠି ରହିଛି, ସେ ନେଇ ତଥ୍ୟ ଏହି ସ୍ମାର୍ଟ ହସ୍‌ପିଟାଲ ମାଧ୍ୟମରେ ଜାଣିପାରିବେ। ପ୍ରତି ଉପକରଣ ଟ୍ୟାଗ୍ ହୋଇଥିବାରୁ ଏହାକୁ ଠାବ କରିବା ସହଜ ହୋଇପାରିବ। ଅନ୍ୟପଟେ କେଉଁ ଡାକ୍ତର ଓ ନର୍ସ ଅଛନ୍ତି, ସେ ନେଇ ମଧ୍ୟ ସ୍ମାର୍ଟ ହସପିଟାଲ୍ ମାଧ୍ୟମରେ ସୂଚନା ମିଳିପାରିବ। କଟକ ବଡ଼ ଡାକ୍ତରଖାନାକୁ ବିଶ୍ବସ୍ତରୀୟ କରିବାକୁ ରାଜ୍ୟ ସରକାର ମୋଟ ୪ ହଜାର ୪୦୦ କୋଟି ଟଙ୍କାର ବ୍ୟୟ ଅଟକଳ କରିଥିଲେ। ଏଥିରେ ଜମି ଅଧିଗ୍ରହଣଠାରୁ ଆରମ୍ଭ କରି ଭିତ୍ତିଭୂମି ସ୍ଥାନାନ୍ତର ଇତ୍ୟାଦି ରହିଥିଲା। ତେବେ କୋଠାର ନିର୍ମାଣ ଦାୟିତ୍ବ ନେଇଥିବା ଓବିସିସିକୁ ଡାକ୍ତରଙ୍କଠାରୁ ଆରମ୍ଭ କରି କର୍ମଚାରୀ, ଛାତ୍ରଛାତ୍ରୀଙ୍କ ଆବାସିକ କୋଠା ନିର୍ମାଣ ପାଇଁ ୮୬୪ କୋଟି ଟଙ୍କା ବ୍ୟୟବରାଦ ହୋଇଥିବା ବେଳେ ଡାକ୍ତରଖାନା ନିର୍ମାଣ ପାଇଁ ୨୬ଶହ ୩୬ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ହସ୍‌ପିଟାଲର ମରାମତି ଓ ରକ୍ଷଣାବେକ୍ଷଣ ଦାୟିତ୍ବ ୫ ବର୍ଷ ପାଇଁ ଏଲ୍‌ଆଣ୍ଡଟିକୁ ହସ୍ତାନ୍ତର କରାଯିବ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *