ଦେବୀ କନ୍ଦଳ ନିତ୍ୟାନନ୍ଦ ମହାବିଦ୍ୟାଳୟ ଏରଞ୍ଚରେ ସ୍ୱେଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ
ଦେବୀ କନ୍ଦଳ ନିତ୍ୟାନନ୍ଦ ମହାବିଦ୍ୟାଳୟ ଏରଞ୍ଚରେ ସ୍ୱେଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ

ନିଆଳୀ – ୨୬-୧୦-୨୦୨୫(ବି.ଏନ .ଓ ) :(ବିଶ୍ଵମ୍ବର ସେନାପତି ) ନିଆଳୀ ଦ୍ବିପାଞ୍ଚଳ ଏରଞ୍ଚ ସ୍ଥିତ ଦେବୀ କନ୍ଦଳ ନିତ୍ୟାନନ୍ଦ ମହାବିଦ୍ୟାଳୟର ଯୁବ ରେଡ କ୍ରସ୍ ଦ୍ବାରା ଏକ ସ୍ବେଛାକୃତ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଯାଇଅଛି । କଟକ ରେଡ କ୍ରସ୍ ରକ୍ତ ଭଣ୍ଡାର ସହାୟତାରେ ଆୟୋଜିତ ଏହି ଶିବିରକୁ ମହାବିଦ୍ୟାଳୟର ଅଧକ୍ଷ ପ୍ରଫେସର ମାର୍କଣ୍ଡେଶ୍ୱର ମହାପାତ୍ର ଓ ରକ୍ତ ଭଣ୍ଡାରର ଡ଼ ବିନାୟକ ପୃଷ୍ଟି ଉଦଘାଟନ କରିଥିଲେ । ମହାବିଦ୍ୟାଳୟର ଯୁବ ରେଡ କ୍ରସ୍ ସ୍ବେଚ୍ଛାସେବୀ, ଛାତ୍ର ଛାତ୍ରୀ, ଅଧାପକ ଅଧ୍ୟାପିକା, ପୁରାତନ ଛାତ୍ର, ଏବଂ ଗ୍ରାମବାସୀ ମାନେ ରକ୍ତ ଦାନ କରିଥିଲେ । ଶିବିରକୁ ଯୁବ ରେଡ କ୍ରସ୍ର ପରାମର୍ଶଦାତା ପ୍ରଫେସର ଗୋପାଳ କୃଷ୍ଣ ମିଶ୍ର ପରିଚାଳନା କରିଥିଲେ ଓ ରୋଭର୍ ରେଞ୍ଜରର ପ୍ରଫେସର ପ୍ରଦୀପ୍ତ ନାୟକ, ବିଶ୍ବଜିତ ରାଉତ, ଯୁବ ରେଡ କ୍ରସ୍ ର ଅଧ୍ୟାପିକା ସୁଛନ୍ଦା ପରିଜା, ଅଧ୍ୟାପକ ନିରଞ୍ଜନ ମହାପାତ୍ର, ଅଶୋକ କୁମାର ସାହୁ, ଅଧ୍ୟାପକ ମନୋଜ କୁମାର ସେନାପତି, ପ୍ରଭାତ କୁମାର ଜେନା, ସ୍ବାଧିନ ସାହୁ, ସୌମ୍ୟରଞ୍ଜନ ସାହୁ, ରାଜଲକ୍ଷ୍ମୀ ମହାପାତ୍ର, ପ୍ରଜ୍ଞାପରମିତା ମହାପାତ୍ର,ଲୋରି ବେହେରା,ଲିଜା ସ୍ବାଇଁ ,ମନିଷା ସାହୁ ସହଯୋଗ କରିଥିଲେ । ଏଥିରେ ୬୯ ୟୁନିଟ୍ ରକ୍ତ ସଂଗ୍ରହ ହୋଇଥିଲା


