ପିପିଲି ସହଜପୁରରେ ବିଜେପି ନେତ୍ରୀଙ୍କୁ ଆକ୍ରମଣ ଅଭିଯୋଗ

ଭୁବନେଶ୍ୱର : ପିପିଲିରେ ଦଳୀୟ ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକଙ୍କ ଲାଗି ରାଜ୍ୟ ବିଜେପିର ଛାମୁଆ ନେତା ଜୋରଦାର ପ୍ରଚାର ଚଳାଇଛନ୍ତି । ଉପନିର୍ବାଚନରେ ବିଜେଡିକୁ ମାତ୍ ଦେବାପାଇଁ ପଦ୍ମ ଦଳ ଫୁଲ୍ ଦମରେ ଲାଗିଛି । ତେବେ ଇତିମଧ୍ୟରେ ଆଜି ଜଣେ ବିଜେପି ନେତ୍ରୀଙ୍କୁ ସହଜପୁର ପଞ୍ଚାୟତରେ ବିଜେଡି କର୍ମୀ ଆକ୍ରମଣ କରିଥିବାର ଦଳ ପକ୍ଷରୁ ଅଭିଯୋଗ ହେବାସହ ପିପିଲି ଥାନାରେ ଏତଲା ଦିଆଯାଇଛି ।

ଏନେଇ ରାଜ୍ୟ ବିଜେପି ଉପସଭାନେତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି ଯେ ପିପିଲିରେ ଶାସକ ବିଜେଡିକୁ ନିର୍ବାଚନ ପରାଜୟର ଭୟ ଘାରିଛି । ବିଜେପି ମହିଳା ମୋର୍ଚ୍ଚା ରାଜ୍ୟ ସଂପାଦିକା ରଶ୍ମିରେଖା ଦାସ ଏବଂ ବୁଥ୍ ସଭାପତି ସରୋଜ ସେଠୀଙ୍କୁ ବିଜେଡି କର୍ମୀ ଲିଙ୍ଗରାଜ ସ୍ୱାଇଁ ଏବଂ ତାଙ୍କ ସହଯୋଗୀମାନେ ଅସହିଷ୍ଣୁ ହୋଇ ଆକ୍ରମଣ କରିଛନ୍ତି । ଏହି ଅଞ୍ଚଳ ଛାଡ଼ି ଯିବାପାଇଁ ଧମକ ଦେଇଛନ୍ତି । ବିଗତ ଦୁଇ ତିନି ଦିନ ତଳେ ସହଜପୁର ପଞ୍ଚାୟତରେ ଗଣ୍ଡଗୋଳ ହେବାପରେ ପୁଲିସ ପାଟ୍ରୋଲିଂକୁ ଜୋରଦାର କରିବା ନେଇ ପ୍ରତିଶୃତି ଦେଇଥିଲା । କିନ୍ତୁ ଶାସକ ଦଳ ଚାପରେ ପୁଲିସ ନିଜର କାର୍ଯ୍ୟ ସଠିକ୍ ଢଙ୍ଗରେ କରୁନାହିଁ ।

ବିଜେଡି ଏଠି ଦ୍ୱିତୀୟ ନନ୍ଦିଗ୍ରାମ କରିବା ପାଇଁ ଷଡ଼ଯନ୍ତ୍ର କରୁଛି ଏବଂ ନିର୍ବାଚନ ହାରିବା ଭୟରେ ବିଜେଡି ରକ୍ତମୁଖା ସାଜିଛି । ବୁଥ୍ ସଭାପତି ସରୋଜ ସେଠୀ ଜଣେ ହରିଜନ ଲୋକ ହୋଇଥିବା ବେଳେ ଶାସକ ବିଜେଡିର କର୍ମୀମାନେ ତାଙ୍କୁ ଜାତିଆଣ ଆକ୍ଷେପ କରିଛନ୍ତି । ଏଥିଯୋଗୁଁ ସେ ମାନସିକ ସ୍ତରରେ ବହୁତ ଆଘାତ ପାଇଛନ୍ତି । ବିଜେଡି ବିଧାୟକ ବ୍ୟୋମକେଶ ରାୟ ଏବଂ ଦଳୀୟ ନେତା ତନ୍ମୟ ସ୍ୱାଇଁଙ୍କ ଇଙ୍ଗିତରେ ଏହି ଆକ୍ରମଣ ହୋଇଥିବା ଶ୍ରୀମତୀ ପରିଡ଼ା ଅଭିଯୋଗ କରିଛନ୍ତି । ଘଟଣାର ତଦନ୍ତ କରି ଦୋଷୀଙ୍କୁ ଗିରଫ କରିବା ସହ ବୁଥ୍ ସଭାପତି ସରୋଜ ସେଠୀ ଓ ତାଙ୍କ ପରିବାରକୁ ୨୪ ଘଣ୍ଟିଆ ପୁଲିସ ସୁରକ୍ଷା ଯୋଗାଯିବା ନେଇ ଦଳ ପକ୍ଷରୁ ଦାବି କରାଯାଇଛି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *