ମୁଖ୍ୟ ରାସ୍ତାରେ ଡ୍ରେନପାଣି ଜମିବାରୁ ହନ୍ତସନ୍ତ ବାଲିସାହି ଗ୍ରାମବାସୀ
ମୁଖ୍ୟ ରାସ୍ତାରେ ଡ୍ରେନପାଣି ଜମିବାରୁ ହନ୍ତସନ୍ତ ବାଲିସାହି ଗ୍ରାମବାସୀ

ନିଆଳୀ ୦୮-୧୦-୨୦୨୫(ବି .ଏନ .ଓ ) 🙁 ବିଶ୍ୱମ୍ବର ସେନାପତି) ନିଆଳୀ ବ୍ଲକ ଏରଞ୍ଚ ପଞ୍ଚାୟତ ବାଲିସାହି ଗ୍ରାମ ନୃସିଂହନାଥ ମନ୍ଦିର ଯିବା ରାସ୍ତା ଚକ୍ରଧର ସାହୁଙ୍କ ଘର ସାମ୍ନା ମୁଖ୍ୟ ରାସ୍ତାରେ ଡ୍ରେନଜ ପାଣି ଜମି ରହି ସଢା ଗନ୍ଧ ହେବା,ସେହି ଅଳିଆ ଆବର୍ଜନା ପାଣିରେ ପୋକ ମାଛି ହୋଇ ରୋଗ ସୃଷ୍ଟି ହେଉଛି.ମହା କାର୍ତିକ ମାସ ଆରମ୍ଭ ହୋଇଥିବାରୁ ମନ୍ଦିର ଓ ଅଷ୍ଟମ ପ୍ରହରି କୁ ଯିବା ବେଳେ ଶ୍ରଦ୍ଧାଳୁ ମାନେ ଉକ୍ତ ନର୍ଦମା ପାଣିରେ ଚାଲି ଚାଲି ଯିବା ଅତ୍ୟନ୍ତ କଷ୍ଟକର ହେଉଛି.ବିଭିନ୍ନ ରୋଗ ସୃଷ୍ଟି ହେବା ସମ୍ଭାବନା ବଢିଗଲାଣି.ଉକ୍ତ ଘଟଣା ସ୍ଥାନୀୟ ଜନପ୍ରତିନିଧି ସରପଞ୍ଚ,ଜିଲାପରିଷଦ ,ଚେୟାରମ୍ୟାନ ଙ୍କୁ ଜଣାଇଲା ପରେ ବି ଏ ପର୍ଯ୍ୟନ୍ତ କୌଣସି ସୁଫଳ ମିଳିନାହିଁ.ଜନ ପ୍ରତିନିଧିମାନେ ଏହି ଘଟଣାକୁ ତୁରନ୍ତ ସମାଧାନ ନ କଲେ ଆଗାମୀ ଦିନରେ ସମସ୍ତ ଗ୍ରାମବାସୀ ପଞ୍ଚାୟତ,ବ୍ଲକ ସାମ୍ନାରେ ଧାରଣା ଦେବେ ବୋଲି ନାରାୟଣ କର,କେଦାରନାଥ ସେନାପତି,ବାଦଲ ମହାପାତ୍ର,ମାଧବିକା ସେନାପତି ପ୍ରମୁଖ ଚେତାବନି ଦେଇଛନ୍ତି.

