ବିଜୁ ଜନତାଦଳ ପକ୍ଷରୁ ୪ଟି ପଞ୍ଚାୟତରେ ମହିଳା ସମାବେସ

ଡେଲାଙ୍ଗ: ପିପିଲି ଉପନିର୍ବାଚ ଆସନ୍ତା ୧୭ରେ ମତଦାନ କରାଯିବ । ଆଉ ମାତ୍ର ୫ ଦିନ ରହିଲା । ଉପନିର୍ବାଚନ ଯତେିକି ପାଖେଇ ଆସୁଛି ବିଜୁ ଜନତା ଦଳର ଶକ୍ତି ଦିନକୁ ଦିନ ବୃଦ୍ଧି ପାଉଛି । ନିର୍ବାଚନ ମଣ୍ଡଳୀରେ ବହୁ ସଂଖ୍ୟାରେ ବଜିୟ ଲାଭ କରିବା ପାଇଁ ବିଜେଡିର ଅନେକ ମନ୍ତ୍ରୀ,ବିଧାୟକ ଓ ରାଜ୍ୟ ସ୍ତରୀୟ ନେତା ମାନଙ୍କ ଭିଡ ଦେଖିବାକୁ ମିଳିଛି । ପାର୍ଥୀ ରୁଦ୍ରପ୍ରତାପ ମହାରଥି ତାଙ୍କ ଭଉଣୀ ଭେଣୋଇଙ୍କ ସହିତ ବିଭିନ୍ନ ସ୍ଥାନରେ ପ୍ରଚାର କରିବାରେ ଲାଗିଛନ୍ତି । ଅନ୍ୟପଟେ ବିଭିନ୍ନ ପଞ୍ଚାୟତର ଦାୟିତ୍ୱରେ ଥିବା ନେତା ଓ ରାଜ୍ୟ ସ୍ତରୀୟ ନେତାମାନେ ମହିଳା ସମାବେସ କରି ଦଳର ଶକ୍ତି ବୃଦ୍ଧି କରିବାରେ ଲାଗିପଡିଛନ୍ତି । ବିଜୁ ଜନତା ଦଳ ଶକ୍ତି ବୃଦ୍ଧି କରିବା ଲକ୍ଷ ନେଇ ଶନିବାର କଲ୍ୟାଣପୁର, ଅରିସଲ, ଖେଲାଉର ଓ ଗଡମୋଟରୀ ପ୍ରଭୃତି ପଞ୍ଚାୟତରେ ନାରୀ ସମ୍ମାନ ବିଶ୍ୱକଲ୍ୟାଣ ମହିଳା ସମାବେସ ଅନୁଷ୍ଠିତ ହୋଇଯାଇଛି ।

କଲ୍ୟାଣପୁର ପଞ୍ଚାୟତରେ ଅନୁଷ୍ଠିତ ମହିଳା ସମାବେସରେ ସତ୍ୟବାଦୀ ବିଧାୟକ ଉମାକାନ୍ତ ସାମନ୍ତରାୟ, ସାଂସଦ ସର୍ମିଷ୍ଠା ସେଠୀ, ସ୍ୱତନ୍ତ୍ର ପର୍ଯ୍ୟବେକ୍ଷକ ସନ୍ଧ୍ୟାରାଣୀ ବିଶ୍ୱାଳ, କୃର୍ଷ୍ଣଚନ୍ଦ୍ର ପଣ୍ଡା, ଅନିତା ବେହେରା, ପୂର୍ଣ୍ଣିମା ସିଂହ, ଅଞ୍ଜନା ବେଞ୍ଜ, ସୋଲର ମିଶ୍ର, ସ୍ଥାନୀୟ ସରପଞ୍ଚ ବିର୍ଷ୍ଣୁପ୍ରୀୟା ଜେନା,ସମିତିସଭ୍ୟା ଜୟମାଳା ଭଟ୍ଟ,ବିଜୁ ଯୁବବାହିନୀ ସଭାପତି ରତିକାନ୍ତ ସ୍ୱାଇଁ,ସମ୍ପାଦକ ପ୍ରଶାନ୍ତ ଛୋଟରାୟ,ସାଂସଦ ପ୍ରତିନିଧି ନୃସିଂହଚରଣ ଜେନା,ସରପଞ୍ଚ ପ୍ରତିନିଧି ସଞ୍ଜୟକୁମାର ଜେନା,ଅମୂଲ୍ୟ ପଣ୍ଡା,ଧିରେନ କୁମାର ସ୍ୱାଇଁ ପ୍ରମୁଖ ଏହି ସମାବେସରେ ଯୋଗଦେଇ ଦଳର ସୁପ୍ରିମୋ ନବୀନ ବାବୁଙ୍କ ସୁଶାସନ ସମ୍ପର୍କରେ ଆଲୋକପାତ କରିଥିଲେ । ସ୍ୱର୍ଗତ ପ୍ରଦୀପ ମହାରଥିଙ୍କ ସୁପୁତ୍ର ରୁଦ୍ରପ୍ରତାପ ମହାରଥିଙ୍କୁ ନବୀନ ପଟ୍ଟନାୟକ ଦଳ ପକ୍ଷରୁ ପାର୍ଥୀ କରିଛନ୍ତି ।

ଯଦି ଆମେ ୨୦ ବର୍ଷ ତଳର କଥା ମନେ ପକାଇବା ସ୍ୱର୍ଗତ ନେତା ଓଡିଶାର ଜନନାୟକ ବିଜୁ ପଟ୍ଟନାୟକ କହିଥିଲେ, ଯେଉଁଦିନ ସାରା ଭାରତ ବର୍ଷରେ ମହିଳା ମାନଙ୍କ ଅର୍ଥନିତିକ ଅଭିବୃଦ୍ଧି ଘଟିବ ସେଦିନ ଆମ ଦେଶ ଓ ରାଜ୍ୟର ବିକାଶ ଆଗକୁ ଆଗକୁ ଅଗ୍ରଗତି ହେବ ।୧୯୯୭ ମସିହାରେ ଜନ ନାୟକ ବିଜୁ ବାବୁଙ୍କ ଦେହାନ୍ତ ହୋଇଥିଲା । ଓଡିଶାର ବିଜୁ ବାବୁଙ୍କ ପ୍ରିୟ ଲୋକେ ନବୀନ ବାବୁଙ୍କୁ ଆଣି ଦଳର ମଙ୍ଗ ଧରାଇଥରଲେ । ତାପରେ ବିଜୁ ଜନତା ଦଳ ତିଆରି ହୋଇଥିଲା । ୧୯୯୭ ମସିହା ଠାରୁ ୨୦୦୦ ମସିହା ପର୍ଯ୍ୟନ୍ତ ଓଡିଶାର ବିଭିନ୍ନ ସ୍ଥାନ ପରିକ୍ରମା ଜନସାଧାରଣଙ୍କ ସମସ୍ୟା ସମ୍ପର୍କରେ ଅବଗତ ହୋଇଥିଲେ । ବିଜୁ ଜନତା ଦଳର ବିକାଶ ଧାରାରେ ସାମିଲ ହୋଇ ସହଯୋଗ କରିବା କରିବା ସହ ପାର୍ଥୀ ରୁଦ୍ରଙ୍କ ପାଇଁ ଭୋଟ ଭିକ୍ଷା କରିଥିଲେ ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *