ବିକଶିତ ଭାରତ ଅମୃତ କାଳ ସେବା – “ବର୍ଷ ଏକ, ଉପଲବ୍ଧି ଅନେକ”
ବିକଶିତ ଭାରତ ଅମୃତ କାଳ ସେବା
“ବର୍ଷ ଏକ, ଉପଲବ୍ଧି ଅନେକ”
ଢେଙ୍କାନାଳ ,୧୧-୦୬-୨୦୨୫(ବି.ଏନ .ଓ ) 🙁 ସଞ୍ଜୟ କୁମାର ସାହୁ) ଢେଙ୍କାନାଳ ବିଜେପି କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ମାନ୍ୟବର ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଶ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ର ଙ୍କ ଉପସ୍ଥିତିରେ ବିଜେପି ସରକାର ଙ୍କ 11 ବର୍ଷର କେନ୍ଦ୍ରୀୟ ଶାସନ ଓ 1 ବର୍ଷର ଓଡ଼ିଶା ଶାସନ ଅବଧୂର ଲୋକ ଉପକାରୀ କାର୍ଯ୍ୟକ୍ରମ ବିଷୟରେ ଅଲୋଚନା ହେଲା।ଲୋକ ସେବାକୁ ସମର୍ପିତ ସରକାର ଜନମାନସର ବିକାଶ, ସୁଶାସନ, ଗରିବ କଲ୍ୟାଣ ଓ ପ୍ରତ୍ୟେକ ଶ୍ରେଣୀର ଲୋକଙ୍କ ସମୃଦ୍ଧି ପାଇଁ ସରକାର ଦ୍ବାରା ଗ୍ରହଣ କରାଯାଇଥିବା ପଦକ୍ଷେପ ବିଷୟରେ ଏଥିରେ ଆଲୋକପାତ କରାଗଲା।ଏହି ସମ୍ମିଳନୀରେ ଆମ ଜିଲ୍ଲା ସଭାପତି ଶ୍ରୀ ରାସବିହାର ବେହେରା, କାମାକ୍ଷନଗର ବିଧାୟକ ମୁଁ ଶତ୍ରୁଘନ ଜେନା, ମୁନିସିପାଲିଟି ଅଧ୍ଯକ୍ଷା ଶ୍ରୀମତୀ ଜୟନ୍ତୀ ପାତ୍ର, ବରିଷ୍ଠ ନେତା ଶ୍ରୀ ରାମ ପାତ୍ର, ଶ୍ରୀ ନରେଶ ମହାପାତ୍ର, ଶ୍ରୀ ସୁନୀଲ ଶର୍ମା,ମାତୃ ପ୍ରସାଦ ନନ୍ଦ ପ୍ରମୁଖ କାର୍ଯ୍ୟକର୍ତ୍ତାମାନେ ଉପସ୍ଥିତ ଥିଲେ।