ଆଇପିଏଲ : ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଲା ଦିଲ୍ଲୀ, ବ୍ୟାଟିଂ କରିବ ଚେନ୍ନାଇ

ମୁମ୍ବାଇ : ଆଜି ମୁମ୍ବାଇରେ ଚଳିତ ଆଇପିଏଲର ୨ୟ ମ୍ୟାଚ ଚେନ୍ନାଇ ସୁପର କିଙ୍ଗସ ଓ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ମୁମ୍ବାଇର ଓ୍ବାଙ୍ଖଡ଼େ ଷ୍ଟାଡିୟମରେ ଖେଳାଯାଉଛି । ଦିଲ୍ଲୀ ଦଳର ଅଧିନାୟକ ଋଷଭ ପନ୍ତ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଦିଲ୍ଲୀ ଦଳରେ ଆଜି ୪ ଜଣ ବିଦେଶୀ ଖେଳାଳି ଖେଳୁଛନ୍ତି । ସେମାନେ ହେଲେ ଟମ କୁରାନ, ସିମରନ ହେଟମେୟର, ମର୍କସ ଷ୍ଟୋଇନିସ ଓ କ୍ରିସ ଓକସ । ଅନ୍ୟପକ୍ଷରେ ଚେନ୍ନାଇ ଦଳରେ ମଧ୍ୟ ଆଜି ୪ ଜଣ ବିଦେଶୀ ଖେଳାଳି ରହିଛନ୍ତି, ସେମାନେ ହେଲେ ଫାଫ ଡୁ ପ୍ଲେସିସ, ମୋଇନ ଅଲ୍ଲୀ, ସାମ କୁରାନ ଓ ବ୍ରାଭୋ । ଅଭିଜ୍ଞ ଖେଳାଳି ମହେନ୍ଦ୍ର ସିଂ ଧୋନୀ ଚେନ୍ନାଇ ଦଳର ଅଧିନାୟକତ୍ବ କରୁଛନ୍ତି । ଏହି ମ୍ୟାଚ ପାଇଁ କରୋନା କଟକଣାକୁ କଡ଼ାକଡ଼ି କରାଯାଇଛି । ମ୍ୟାଚ ବିନା ଦର୍ଶକରେ ଖେଳାଯାଉଛି । ଏହା ସହିତ ଷ୍ଟାଡିୟମ ଭିତରେ ପ୍ରବେଶ କରୁଥିବା ମ୍ୟାଚ ଅଫିସିଆଲ ଓ ଅନ୍ୟ କର୍ମଚାରୀଙ୍କ ପାଇଁ ନେଗେଟିଭ ଆରଟି-ପିସିଆର ରିପୋର୍ଟ ବାଧ୍ୟତାମୂଳକ କରାଯାଇଛି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *