ଅସହାୟ ଓରେରା: ରାତିଅଧିଆ ବିଦା ହେଲେ ମହିଳା ଠିକା କର୍ମଚାରୀ

ଅସହାୟ ଓରେରା: ରାତିଅଧିଆ ବିଦା ହେଲେ ମହିଳା ଠିକା କର୍ମଚାରୀ

NEWS BY SASHIBHUSANA CHAINI

ଭୁବନେଶ୍ୱର ୩୦-୧୧-୨୦୨୪ (ବି.ଏନ ଓ ) :ମି ଓ ଘର କିଣାବିକାରେ ହେଉଥିବା ଅନିୟମିତତା ଓ ଠକାମି ରୋକିବା ପାଇଁ ଓଡ଼ିଶା ସ୍ଥାବର ସମ୍ପତ୍ତି ନିୟାମକ କର୍ତ୍ତୃପକ୍ଷ(ଓରେରା) ନିୟମିତ କଟକଣା କରି ଆସୁଛନ୍ତି। କିନ୍ତୁ କେତେକ ନିର୍ଦ୍ଦିଷ୍ଟ କାରଣକୁ ନେଇ ଓରେରା ଅସହାୟ ହୋଇପଡ଼ିଛନ୍ତି। ବେଆଇନ ପ୍ଲଟିଂ କାରବାର ପାଇଁ ହୋଇଥିବା ଜରିମାନାର ମାତ୍ର ୫ ପ୍ରତିଶତ ଆଦାୟ ହୋଉଥିବା ବେଳେ ଠିକା କର୍ମଚାରୀ ଲାଞ୍ଚ ନେଇ କଳାକୁ ଧଳା କରିବା ଅଭିଯୋଗ ଓରେରାକୁ ବଦନାମ କରିଛି। ଜଣେ ମହିଳା ଠିକା କର୍ମଚାରୀଙ୍କୁ ଚାକିରିରୁ ରାତି ଅଧିଆ ବିଦା କରିବା ପରେ ଘଟଣା ପଦାକୁ ଆସିଛି। ଫଳରେ ‘ବାଘ ଘରେ ମିରିଗ ନାଟ’ ଭଳି ସ୍ଥିତି ହୋଇଥିବା ଚର୍ଚ୍ଚା ହେଉଛି। 

ଜଣେ ମହିଳା ଠିକା କର୍ମଚାରୀ(ଆଉଟ୍‌ସୋର୍ସିଂ ଡିଇଓ) ଏଠାରେ ପ୍ରବଳ କ୍ଷମତା ଉପଭୋଗ କରୁଥିବା ଅଭିଯୋଗ ହୋଇଥିଲା। ବ୍ରହ୍ମପୁରରୁ ଏ ନେଇ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗକୁ ଅଭିଯୋଗ ହେବା ପରେ ତନାଘନା ହୋଇଥିଲା। ସମ୍ପୃକ୍ତ ମହିଳା କର୍ମଚାରୀଙ୍କୁ ଚାକିରିରୁ ବିଦା କରିବା ସହ ଏନ୍‌ଫୋର୍ସମେଣ୍ଟ ସେକ୍ସନରୁ ଜଣେ ଓ ଅନ୍ୟ ଏକ ବିଭାଗରୁ ଜଣେ ଏଭଳି ତିନିଜଣ ଠିକା କର୍ମଚାରୀଙ୍କୁ ବିଦା କରିଥିଲେ। ଅଭିଯୋଗ ଥିଲା କି, ବିଲ୍ଡରଙ୍କ ସପକ୍ଷରେ ରାୟ ଆସିବା ପାଇଁ ସମ୍ପୃକ୍ତ ମହିଳା କର୍ମଚାରୀ କାମ କରୁଥିଲେ। ଯେଉଁ ବିଲ୍ଡର ଅଧିକ ପଇସା ଦେଲା, ତା’ ସପକ୍ଷରେ ରାୟ ଆସୁଥିଲା। ନିର୍ଦ୍ଦିଷ୍ଟ ସଂସ୍ଥା ବିରୋଧରେ କୌଣସି ରାୟ ଯେଭଳି ପ୍ରକାଶ ନ ପାଇବ ସେଥିପାଇଁ ମଧ୍ୟ ସମ୍ପୃକ୍ତ କର୍ମଚାରୀ କାମ କରୁଥିବା ଅଭିଯୋଗ ରହିଥିଲା। ଅଭିଯୋଗ ହେବା ପରେ କାର୍ଯ୍ୟାନୁଷ୍ଠାନ ହୋଇଥିଲା। ତେବେ ପ୍ରଶ୍ନ ଉଠିଥିଲା କି ଏତେ ଦିନ ଧରି ସମ୍ପୃକ୍ତ ମହିଳା ଏଭଳି କାରବାର କରିବାକୁ ସାହସ ପାଇଥିଲେ କେମିତି? ଆଉ ଗୋଟିଏ ବଡ଼ ପ୍ରସଙ୍ଗ ହେଉଛି, ଯେତିକି ଜରିମାନା ହୋଇଛି ତା’ର ମାତ୍ର ୪ ପ୍ରତିଶତ ଆଦାୟ ହେଉଛି। ହିସାବ ମୁତାବକ ଓରେରା ୬୦ଟି ବେଆଇନ ପ୍ରକଳ୍ପକୁ ୬.୮୯‌କୋଟି ଜରିମାନା କରିଛନ୍ତି। କିନ୍ତୁ ଏହାର ମାତ୍ର ୪ ପ୍ରତିଶତ ବା ୨୩ ଲକ୍ଷ ଆଦାୟ ହୋଇଛି। ଏଥିରେ ଗୋଟିଏ ଗୋଟିଏ ସଂସ୍ଥାକୁ ୪ ଥର ବି ଜରିମାନା ହୋଇଛି। ହେଲେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇ ନାହିଁ। ମଧୁସ୍ମିତା ଡେଭଲପର୍ସକୁ ଗୋଟିଏ ପ୍ରକଳ୍ପ ପାଇଁ ୬ଲକ୍ଷ ଓ ଅନ୍ୟ ଗୋଟିଏ ପାଇଁ ୧୨ ଲକ୍ଷ ଜରିମାନା ହୋଇଛି। ଟ୍ବିନ୍‌ ସିଟି ମାନ୍‌ସନ୍‌କୁ ୧୨ଲକ୍ଷ ଲେଖାଏ ଦୁଇଟି ଓ ଗୋଟିଏ ପ୍ରକଳ୍ପକୁ ୧୮ ଲକ୍ଷ ଜରିମାନା ହୋଇଛି। ରଘୁପତି ଇଷ୍ଟେଟ୍‌କୁ ୩ ଟି ପ୍ରକଳ୍ପ ପାଇଁ ୧୦ ଲକ୍ଷ ଲେଖାଏ ଓ ଗୋଟିଏ ପ୍ରକଳ୍ପକୁ ୫ ଲକ୍ଷ ଜରିମାନା ହୋଇଛି। ଓରେରା ଅଧ୍ୟକ୍ଷଙ୍କୁ ଏବେ ସୁପ୍ରିମକୋର୍ଟଙ୍କ ଦ୍ବାରା ଗଠିତ ସେଣ୍ଟ୍ରାଲ ଏମ୍ପାୱାର୍‌ଡ୍‌ କମିଟି ଅଧ୍ୟକ୍ଷ ଭାବରେ ନିଯୁକ୍ତି ମିଳିଛି। ଓରେରାର ଜଣେ ହିଁ ପୂର୍ଣ୍ଣକାଳୀନ ଅଧ୍ୟକ୍ଷ ରହିବା ଜରୁରି ବୋଲି ରିୟଲ ଇଷ୍ଟେଟ୍‌ ଆକ୍ଟିଭିଷ୍ଟ ବିମଳେନ୍ଦୁ ପ୍ରଧାନ ଅଭିଯୋଗ କରିଛନ୍ତି।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *