ଜାତୀୟ ମୁଟ୍ କୋର୍ଟରେ ଏମ୍ଏଲ୍ୟୁ ଛାତ୍ରଛାତ୍ରୀଙ୍କସଫଳତା
ଜାତୀୟ ମୁଟ୍ କୋର୍ଟରେ ଏମ୍ଏଲ୍ୟୁ ଛାତ୍ରଛାତ୍ରୀଙ୍କସଫଳତା
କଟକ, ୧୮-୧୧-୨୦୨୪ (ବି.ଏନ .ଓ ) : ସୁରାନା ଏବଂ ସୁରାନା ଓ ଜାତୀୟ ଆଇନ୍ ବିଶ୍ୱବିଦ୍ୟାଳୟ ରାଞ୍ଚି, ଝାଡ଼ଖଣ୍ଡ ତରଫରୁ ଅପରାଧିକ ଆଇନ୍ ଆଧାରିତ ଜାତୀୟସ୍ତରୀୟ ମୁଟ୍ କୋର୍ଟ ଅନୁଷ୍ଠିତ ହୋଇଯାଇଛି । ଦେଶର ବିଭିନ୍ନ ପ୍ରାନ୍ତରୁ ୩୫ରୁ ଉର୍ଦ୍ଧ ଆଇନ୍ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଏଥିରେ ଯୋଗ ଦେଇଥିଲେ । ଝାଡ଼ଖଣ୍ଡ ଉଚ୍ଚନ୍ୟାୟାଳୟର ବିଚାପତି ଦୀପକ ରୋଶନ, ବରିଷ୍ଠ ଆଇନଜୀବୀ ଅଜିତ କୁମାର ଏବଂ ପ୍ରଫେସର ଉଦୟ ଶଙ୍କରଙ୍କୁ ନେଇ ଗଠିତ ବିଚାରମଣ୍ଡଳୀ ମଧୁସୂଦନ ଆଇନ୍ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ ସମ୍ରିନା ଜେହେଦ୍, ସୁମନଜୀତ୍ ବେହେରା ଏବଂ ସ୍ୱୟଂ ସମ୍ଭବ ସାହୁଙ୍କୁ ବିଜେତା ଘୋଷଣା କରିଥିବା ବେଳେ ମହାରାଷ୍ଟ୍ର ଜାତୀୟ ଆଇନ ବିଶ୍ୱବିଦ୍ୟାଳୟକୁ ଉପବିଜେତା ଭାବେ ଘୋଷଣା କରିଥିଲେ। ଏହି ଐତିହାସିକ ସଫଳତା ପାଇଁ ମଧୁସୂଦନ ଆଇନ ବିଶ୍ୱବିଦ୍ୟାଳୟର କୁଳପତି ଡଃ ପ୍ରଫେସର କମଲଜିତ୍ ସିଂହ, କୁଳସଚିବ ନିରୂପମା ସ୍ୱାଇଁ, ବିତ୍ତୀୟ ନୟନ୍ତ୍ରକ ଡଃ ଚିତ୍ତ ରଞ୍ଜନ ନାୟକ, ପିଜି କାଉନସିଲ ଅଧ୍ୟକ୍ଷ ସୌମିତ୍ର ଚାଟାର୍ଜୀ, ଡଃ ନିଧି ଚୌହ୍ୱାନ, ହିରଣ୍ୟମୟୀ ମିଶ୍ରଙ୍କ ସମେତ ବିଶ୍ୱବିଦ୍ୟାଳୟର ସମସ୍ତ କର୍ମଚାରୀ ଏବଂ ଛାତ୍ରଛାତ୍ରୀମାନେ ଶୁଭେଚ୍ଛା ଜ୍ଞାପନ କରିଛନ୍ତି ।