ଆନ୍ତର୍ଜାତୀୟ ମାନବାଧିକାର ରକ୍ଷକ ସଂଗଠନ, ଉଦ୍ଧାର ଫାଉଣ୍ଡେସନ, କ୍ୟାଚ ଚାରିଟେବୁଲ ଓ ଉତ୍କଳ ସେବକ ସଂଘ ମିଳିତ ସେବା

ଆନ୍ତର୍ଜାତୀୟ ମାନବାଧିକାର ରକ୍ଷକ ସଂଗଠନ, ଉଦ୍ଧାର ଫାଉଣ୍ଡେସନ, କ୍ୟାଚ ଚାରିଟେବୁଲ ଓ ଉତ୍କଳ ସେବକ ସଂଘ ମିଳିତ ସେବା

କେନ୍ଦ୍ରାପଡ଼ା, ୦୨-୧୧-୨୦୨୪(ବି.ଏନ.ଓ) :  ନ୍ତର୍ଜାତୀୟ ମାନବାଧିକାର ରକ୍ଷକ ସଂଗଠନ, ଉଦ୍ଧାର ଫାଉଣ୍ଡେସନ, କ୍ୟାଚ ଚାରିଟେବୁଲ ଟ୍ରଷ୍ଟ ଓ ଉତ୍କଳ ସେବକ ସଂଘ ମିଳିତ ସହଯୋଗରେ ଆନ୍ତର୍ଜାତୀୟ ମାନବାଧିକାର ରକ୍ଷକ ସଂଗଠନ କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ ସଭାପତି ପ୍ରଶାନ୍ତ କୁମାର ପାତ୍ର ଓ ଆଳି ବ୍ଲକ ସଭାପତି ଶରତ କୁମାର ପାତ୍ରଙ୍କ ତତ୍ୱାବଧାନରେ – ସମ୍ପ୍ରତି ଭୟଙ୍କର ତାଣ୍ଡବ ରଚିଥିବା ବାତ୍ୟା – ଦାନା ରେ ପ୍ରଭାବିତ ହୋଇଥିବା ସାତଭାୟା ଅଞ୍ଚଳର ଲୋକମାନଙ୍କର ସୁବିଧା ଅସୁବିଧା ବୁଝିବା ସହ ସେମାନଙ୍କ ଥଇଥାନ ସମ୍ପର୍କରେ ସରକାରଙ୍କୁ ଅବଗତ କରାଇବା ଉଦ୍ଦେଶ୍ୟରେ ସେଠାରେ ନିଜର ଟିମ ସହ ପହଂଚିଥିଲେ , ଅନେକ ଲୋକଙ୍କ ଘରେ ପାଣି ପଶିବା ସହ , ମାଟି କାନ୍ଥ ଗୁଡିକ ପଡି ନଷ୍ଟ ହୋଇଯାଇଥିବାର ଚିତ୍ର ଦେଖିବାକୁ ମିଳିଥିଲା, ସ୍ବେଛାସେବୀମାନେ ସେମାନଙ୍କୁ ବିଭିନ୍ନ ଦିଗରେ ନିଜର ସାମର୍ଥ୍ୟ ଅନୁସାରେ ସହଯୋଗ କରିବା ସହ ଶୁଖିଲା ଖାଦ୍ୟ , ପାଣି ବୋତଲ , ମହମବତୀ, ଚୁଡା ଓ ବିସ୍କୁଟ ଆଦି ପ୍ୟାକେଟ ପ୍ରାୟ ୮୦୦ ରୁ ଉର୍ଦ୍ଧ ପ୍ରଭାବିତ ଲୋକ ମାନଙ୍କୁ ବଣ୍ଟନ କରିଥିଲେ – ବଗପାଟିଆ, ଚାରିଘରିଆ, ପେଣ୍ଠ ଉପକୂଳବାସୀ ଲୋକମାନଙ୍କର ଭଙ୍ଗା ଘର ଗୁଡିକ ମରାମତି ଓ ପ୍ରଧାନ ମନ୍ତ୍ରୀ ଆବାସ ଯୋଜନାରେ ଅଟକି ଥିବା କାର୍ଯ୍ୟ ଗୁଡିକ ତୁରନ୍ତ ବୁଝିବା ସହ ସେମାନଙ୍କ ଥଇଥାନ ସମ୍ପର୍କରେ ସରକାରଙ୍କୁ ଏକ ଦାବୀ ପତ୍ର ଦେବା ପାଇଁ ବ୍ୟବସ୍ଥା ହେବ ବୋଲି ପ୍ରତିଶୃତି ଦେଇ ଥିଲେ।ଆନ୍ତର୍ଜାତୀୟ ମାନବାଧିକାର ରକ୍ଷକ ସଂଗଠନ ର ଅଧ୍ୟକ୍ଷ ତଥା ପ୍ରତିଷ୍ଠାତା ଶ୍ରୀଯୁକ୍ତ ମୀନକେତନ ପଟ୍ଟନାୟକ, ବନ୍ୟା ପୀଡ଼ିତ ଅଞ୍ଚଳ ରେ ଆନ୍ତର୍ଜାତୀୟ ମାନବାଧିକାର ରକ୍ଷକ ସଂଗଠନ ରାଜ୍ୟ ବୋର୍ଡ ର ଏମ୍ଵ କେନ୍ଦ୍ରାପଡା ଜିଲ୍ଲା ର ସଦସ୍ୟା ଓ ସଦସ୍ୟଙ୍କ ତରଫରୁ ନିରନ୍ତର ସେବା ଯୋଗାଇ ଦେଇଥିବାରୁ ଏମ୍ବ ସମସ୍ତ ସହଯୋଗୀ ସଙ୍ଗ ର ସାହାଯ୍ୟ ପ୍ରଦାନ କରିଥିବା ରୁ ନିଜର ସାଧୁବାଦ୍ ଜଣାଇଛନ୍ତି ।

ସମାଜସେବୀ ତଥା ଆନ୍ତର୍ଜାତୀୟ ମାନବ ଅଧିକାର ରକ୍ଷାକାରୀ ସଂସ୍ଥା ର ଟ୍ରେଜରର୍ ଶ୍ରୀଯୁକ୍ତା ମାନସୀ ପଟ୍ଟନାୟକ, ବନ୍ୟା ପୀଡ଼ିତ ତଥା ପ୍ରାକୃତିକ ବିପ୍ରଜୟ ସମୟରେ “ଆନ୍ତର୍ଜାତୀୟ ମାନବ ଅଧିକାର ରକ୍ଷାକାରୀ ର ସଂସ୍ଥା” ର ଓଡ଼ିଶା ରାଜ୍ୟ ବୋର୍ଡ ସଭାପତି ଓ ସମସ୍ତ ପ୍ରତିନିଧି ତଥା କେନ୍ଦ୍ରାପଡ଼ା ଜିଲ୍ଲା ଓ ବ୍ଲକ ସଭାପତି ଓ ପ୍ରତିନିଧି ଏଭଳି ଦୁଃଖଦ ପୁର୍ଣ୍ଣ ସମୟରେ ଜନସଧାରଣ ଙ୍କ ନିକଟରେ ସେବା କରି 

NEWS BY BISWORANJAN

ଥିବାରୁ ଙ୍କୁ ନିଜର ଅଶେଷ ଧନ୍ୟବାଦ୍ ପ୍ରଦାନ କରି ଛନ୍ତି। ଆନ୍ତର୍ଜାତୀୟ ମାନବାଧିକାର ରକ୍ଷକ ସଂଗଠନ ର ଆନ୍ତର୍ଜାତୀକ ସଭାପତି ଶ୍ରୀଯୁକ୍ତ ବିଶ୍ଵ ରଞ୍ଜନ ସାହୁ – ରାଜ୍ୟ ସରକାର, ଭାରତ ସରକାର, ସମସ୍ତ ମେଡିଆ ପ୍ରତିନିଧି, ସମସ୍ତ ସରକାରୀ କାର୍ଯ୍ୟକାରୀ ନିର୍ବାହୀ ପଦାଧିକାରୀ ବ୍ୟକ୍ତି, ଏହି ସେବା କାର୍ଯ୍ୟକ୍ରମ ମୁଖ୍ୟ ସମସ୍ତ ସହଯୋଗୀ ଓ ସ୍ବେଚ୍ଛାସେବୀଙ୍କୁ, ଆନ୍ତର୍ଜାତୀୟ ମାନବାଧିକାର ରକ୍ଷକ ସଂଗଠନର ସଭ୍ୟ ଓ ସଭ୍ୟା ଙ୍କୁ ଏଭଳି ପ୍ରାକୃତିକ ବିପ୍ରଜୟ ସମୟରେ ମାନବ ସେବା ପାଇଁ ନିଜର ଆନ୍ତରିକ ଧନ୍ୟବାଦ୍ ଜଣାଇଛନ୍ତି । ସେହିପରି, ଆନ୍ତର୍ଜାତୀୟ ମାନବାଧିକାର ରକ୍ଷକ ସଂଗଠନ ର ରାଜ୍ୟ ସଭାପତି ଶ୍ରୀଯୁକ୍ତ ଆଶୁତୋଷ କୁମାର ସିଂହ ନିଜ କହିଛନ୍ତି, “ଓଡ଼ିଶାର ଏଭଳି ପ୍ରାକୃତିକ ସମ୍ପ୍ରତି ଭୟଙ୍କର ତାଣ୍ଡବ ରଚିଥିବା ବାତ୍ୟା – ଦାନା ରେ ପ୍ରଭାବିତ ଅଞ୍ଚଳ ରେ ଏହି ଉଲ୍ଲେଖନୀୟ ସେବା କାର୍ଯ୍ୟ ପାଇଁ, ସମସ୍ତ ଆନ୍ତର୍ଜାତୀୟ ମାନବାଧିକାର ରକ୍ଷକ ସଂଗଠନ ର ଓଡ଼ିଶା ରାଜ୍ୟ ବୋର୍ଡ ସଭ୍ୟ ଓ ସଭ୍ୟା ମାନଙ୍କ ର ନିଃସ୍ଵାର୍ଥ ପୂର୍ଣ୍ଣ ସେବା ଯୋଗୁ ନିଜର ଆନ୍ତରିକ ଧନ୍ୟବାଦ୍ ପ୍ରଦାନ୍ କରିଛନ୍ତି ।

ସମାଜସେବୀ ତଥା ଆନ୍ତର୍ଜାତୀୟ ମାନବ ଅଧିକାର ରକ୍ଷାକାରୀ ସଂସ୍ଥାର ର ଓଡ଼ିଶା ରାଜ୍ୟ କାର୍ଯ୍ୟକାରିଣୀ ସଭାପତି ଶ୍ରୀଯୁକ୍ତ ବିଦ୍ୟାଧର ପଲାର ସମାଜସେବା କାର୍ଯ୍ୟ କ୍ଷେତ୍ର ରେ ଅଗ୍ରଣୀ ଭୂମିକା କାର୍ଯ୍ୟ କରିବା ସହିତ କେନ୍ଦୁଝର ଜିଲ୍ଲାରେ ଆନ୍ତର୍ଜାତୀୟ ମାନବ ଅଧିକାର ରକ୍ଷାକାରୀ ର ସଂସ୍ଥା ର ସମସ୍ତ ଜିଲ୍ଲା ଓ ବ୍ଲକ୍ ପ୍ରତିନିଧି ଙ୍କ ସହିତ ବିଭିନ୍ନ ପ୍ରକାର ସମାଜ ସେବା କାର୍ଯ୍ୟ କରି ଆସୁଛନ୍ତି। ଦାନା ବାତ୍ୟା ପୀଡ଼ିତ ଅଞ୍ଚଳ ରେ ବିଭିନ୍ନ ସହଯୋଗୀ ସଂଗଠନ ର ସ୍ବେଛାସେବୀ ତଥା ଆନ୍ତର୍ଜାତୀୟ ମାନବ ଅଧିକାର ରକ୍ଷାକାରୀ ର ସଂସ୍ଥା ର ସମସ୍ତ ପ୍ରତିନିଧି ଓ ରାଜ୍ୟ ବୋର୍ଡ଼ ସଭାପତି କେନ୍ଦ୍ରାପଡ଼ା ତଥା ବ୍ଲକ୍ ପ୍ରତିନିଧି ଙ୍କ ଅକୁଣ୍ଠ ସାହାଯ୍ୟ ଓ ସହଯୋଗ ସମର୍ଥନ କରି ଥିବାରୁ ନିଜର ଆନ୍ତରିକ ଧନ୍ୟବାଦ୍ ପ୍ରଦାନ କରିଛନ୍ତି । ସମାଜସେବୀ ତଥା ଆନ୍ତର୍ଜାତୀୟ ମାନବ ଅଧିକାର ରକ୍ଷାକାରୀ ସଂସ୍ଥାର ର ରାଜ୍ୟ ମହାସଚିବ ଶ୍ରୀଯୁକ୍ତ କ୍ଷୀରାଧୀ ପଟ୍ଟନାୟକ କହିଛନ୍ତି, “ବାତ୍ୟା ପୀଡ଼ିତ ଅଞ୍ଚଳ ରେ ଆନ୍ତର୍ଜାତୀୟ ମାନବ ଅଧିକାର ରକ୍ଷାକାରୀ ର ସଂସ୍ଥା” ର ସମସ୍ତ ସ୍ବେଛାସେବୀ ଙ୍କୁ ନିଜର ନିଃସ୍ଵାର୍ଥ ପୂର୍ଣ୍ଣ ସେବା ଯୋଗାଇ ଥିବାରୁ ସମସ୍ତଙ୍କୁ ନିଜର ଅଶେଷ ଧନ୍ୟବାଦ୍ ପ୍ରଦାନ କରିଛନ୍ତି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *