ରାଜ୍ୟରେ ୧୩୭୪ କରୋନା ପଜିଟିଭ୍ ଚିହ୍ନଟ, ସୁନ୍ଦରଗଡ଼ରୁ ସର୍ବାଧିକ ୩୫୫

ଭୁବନେଶ୍ୱର : ଦିନକୁ ଦିନ ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ି ଚାଲିଥିବା ବେଳେ ଗତ ୨୪ ଘଣ୍ଟାରେ ୧୩୭୪ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଟ୍ୱିଟ୍ କରି ଏହି ସୂଚନା ଦିଆଯାଇଛି । ଅନ୍ୟପକ୍ଷରେ କରୋନାରେ ରାଜ୍ୟରେ ଆଉ ୨ ଜଣଙ୍କର ମୃତ୍ୟୁ ଘଟିଛି ।
୧୩୭୪ ଜଣଙ୍କ ମଧ୍ୟରୁ ୮୧୨ କ୍ୱାରେଣ୍ଟାଇନ୍‌ରେ ଥିଲେ । ବାକି ୫୬୨ଟି ହେଉଛି ଲୋକାଲ୍ କେସ୍ । ସୁନ୍ଦରଗଡ଼ ଜିଲ୍ଲାରୁ ସର୍ବାଧିକ ୩୫୫ ଜଣ ଚିହ୍ନଟ ହୋଇଥିବା ବେଳେ ଖୋର୍ଦ୍ଧାରୁ ୧୯୩ ଓ ନୂଆପଡ଼ା ଜିଲ୍ଲାରୁ ୧୩୫ ଜଣ ଚିହ୍ନଟ ହୋଇଛନ୍ତି । ଅନୁଗୋଳ ଜିଲ୍ଲାରୁ ୩୩ ଜଣ ଚିହ୍ନଟ ହୋଇଥିବା ବେଳେ ବାଲେଶ୍ୱରରୁ ୧୭, ବରଗଡ଼ରୁ ୫୯, ଭଦ୍ରକରୁ ୩୦, ବଲାଙ୍ଗିରରୁ ୧୨, ବୌଦ୍ଧରୁ ୨, କଟକରୁ ୫୧, ଦେବଗଡ଼ରୁ ୮, ଢେଙ୍କାନାଳ ୫, ଗଜପତିରୁ ୮, ଗଞ୍ଜାମରୁ ୨୦, ଜଗତସିଂହପୁରରୁ ୯, ଯାଜପୁରରୁ ୨୫, ଝାରସୁଗୁଡ଼ାରୁ ୫୨, କନ୍ଧମାଳରୁ ୩, କେନ୍ଦ୍ରାପଡ଼ାରୁ ୪, କେନ୍ଦୁଝରରୁ ୨୪, କୋରାପୁଟରୁ ୮, ମୟୂରଭଞ୍ଜରୁ ୨୬, ନବରଙ୍ଗପୁରରୁ ୨୦, ନୟାଗଡ଼ରୁ ୧୩, ପୁରୀରୁ ୪୪, ରାୟଗଡ଼ାରୁ ୪୭, ସମ୍ବଲପୁରରୁ ୭୭ ଓ ସୋନପୁରରୁ ୪ ଜଣ ଚିହ୍ନଟ ହୋଇଛନ୍ତି । ସେହିପରି ଷ୍ଟେଟ୍ ପୁଲ୍‌ରୁ ୪୫ ଜଣ ଚିହ୍ନଟ ହୋଇଛନ୍ତି ।

୧୩୭୪ଟି ନୂଆ କେସ୍ ସହିତ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩,୪୮,୧୮୨ରେ ପହଞ୍ଚି ଯାଇଛି । ସେମାନଙ୍କ ମଧ୍ୟରୁ ୩,୩୯,୨୦୦ ଜଣ ସୁସ୍ଥ ହୋଇ ସାରିଥିବା ବେଳେ ୭୦୦୩ ଜଣ ଚିକିତ୍ସାଧୀନ ଅଛନ୍ତି । ମୃତ୍ୟୁ ସଂଖ୍ୟା ୧୯୨୬କୁ ବୃଦ୍ଧି ପାଇଛି । ବଲାଙ୍ଗୀର ଓ କେନ୍ଦ୍ରାପଡ଼ାରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ଫଳରେ ବଲାଙ୍ଗୀରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୪୩ରେ ପହଞ୍ଚିଥିବା ବେଳେ କେନ୍ଦ୍ରାପଡ଼ାରେ ଏହି ସଂଖ୍ୟା ୨୯ ରହିଛି । ରାଜ୍ୟରେ କରୋନା ସଂକ୍ରମଣ ପୁଣି ବଢିବାରେ ଲାଗିଛି । କରୋନା ମୁକାବିଲା ପାଇଁ ଟିକାକରଣକୁ ଗୁରୁତ୍ୱ ଦିଆଯାଇଥିବା ବେଳେ ଆଜି ଓଡିଶାରେ ପହଞ୍ଚିଛି ଅଢେଇ ଲକ୍ଷ କୋଭିସିଲ୍ଡ ଟିକା । ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିସାରିଛି ଟିକା । ପହଞ୍ଚିବା ପରେ ଜିଲ୍ଲାଗୁଡିକୁ ଟିକା ସ୍ଥାନାନ୍ତର ପାଇଁ ପ୍ରକ୍ରିୟା ଜାରି ରହିଛି । ଜିଲ୍ଲାଗୁଡିକରୁୁ ଟିକା ଗାଡି ଆସି ଭୁବନେଶ୍ୱରରେ ମଧ୍ୟ ପହଞ୍ଚି ସାରିଛି । ଆସନ୍ତାକାଲିଠାରୁ ୧୪ ଏପ୍ରିଲ ଯାଏଁ ‘ଟିକା ଉତ୍ସବ’ ପାଳନ ହେବ । ଏନେଇ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି । ଓଡିଶାରେ ପହଁଚିଲା ୨ ଲକ୍ଷ ୫୦ ହଜାର କୋଭିସିଲଡ଼ ଟିକା ଓ ହେଲେ ଗତ କାଲି ୨୫ ଲକ୍ଷ ଡୋଜ ଟିକା ମାଗିଥିଲେ । ହେଲେ କେବଳ ଅଢ଼େଇ ଲକ୍ଷ ଆସିଛି ।

ସେପଟେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ନବରଙ୍ଗପୁର ସୀମାକୁ ସିଲ୍ କରାଯାଇଛି । ଛତିଶଗଡ଼ ପଟୁ ଆସୁଥିବା ସମସ୍ତ ଗାଡ଼ି ଓ ବ୍ୟକ୍ତିଙ୍କ ପ୍ରବେଶ ଉପରେ କଟକଣା ଲଗାଯାଇଛି । ଛତିଶଗଡ ସଲଂଗ୍ନ ସୀମାକୁ ସିଲ୍ କରିଛି ପ୍ରଶାସନ । ନେଗେଟିଭ ରିପୋର୍ଟ ବିନା ନବରଙ୍ଗପୁରକୁ ପଶିବା ଉପରେ କଟକଣା ଲଗାଯାଇଛି ।ସୀମାରେ ଥିବା ଚେକପୋଷ୍ଟକୁ ସିଲ୍ ସହ ଯାଞ୍ଚ କଡ଼ାକଡ଼ି କରାଯାଇଛି । ଉମରକୋଟ ଦଣ୍ଡସରାଠାରେ ମଧ୍ୟ କଟକଣାକୁ କଡ଼ାକଡ଼ି କରାଯାଇଛି । ଏବେ ଛତିଶଗଡ଼ରେ କରୋନା ସଂକ୍ରମଣ ଭୟାବହ ହେଉଥିବାରୁ ଏଭଳି ପଦକ୍ଷେପ ନେଇଛି ଜିଲ୍ଲା ପ୍ରଶାସନ । ପୂର୍ବରୁ ଛତିଶଗଡ଼ ସୀମାକୁ ଲାଗିରହିଥିବା ସୀମାନ୍ତବର୍ତ୍ତୀ ଜିଲ୍ଲା ଗୁଡିକରେ ନାଇଟ କର୍ଫ୍ୟୁ ଲଗାଇଛନ୍ତି ରାଜ୍ୟସରକାର । ଅନ୍ୟପଟରେ କରୋନା ଭୟାବହତାକୁ ଦେଖି ଛତିଶଗଡ଼କୁ ବସ୍ ଚଳାଚଳ ବନ୍ଦ କରିବାକୁ ଓଡ଼ିଶା ସରକାର ନିଷ୍ପତ୍ତି ନେଇଛନ୍ତି ବୋଲି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା କହିଛନ୍ତି ।

ଛତିଶଗଡ଼ର ଭୟାବହତାକୁ ଦେଖି ବସ ଚଳାଚଳ ବନ୍ଦ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି । ସ୍ୱତନ୍ତ୍ର ରିଲିଫ କମିସନର ଏ ନେଇ ଚିଠି ଲେଖିଛନ୍ତି । ଆମେ ଏହା ଉପରେ ତର୍ଜମା କରି ନିଷ୍ପତ୍ତି ନେବୁ । ବିଭାଗ ପକ୍ଷରୁ ଖୁବଶୀଘ୍ର ଏସଓପି ଜାରି କରାଯାଇପାରେ । ବର୍ଡର ଚେକିଙ୍ଗ ପଏଣ୍ଟରେ ଆରିଟିଓମାନେ ଚେକିଙ୍ଗ କରିବେ । ଯାହା ଗାଇଡଲାଇନ ରହିଛି ତାକୁ ଆଧାର କରି ଚେକିଙ୍ଗ କରାଯିବ । ବଢ଼ୁଥିବା କରୋନା ସଂକ୍ରମଣ ଭିତରେ ସାଧାରଣ ବସରେ ଯାତାୟାତ କରୁଥିବା ଯାତ୍ରୀମାନଙ୍କ ସୁରକ୍ଷା ପାଇଁ କଣ କଟକଣା କରାଯିବ ସେ ନେଇ ଆମେ ଆଲୋଚନା କରୁଛୁ । ଖୁବଶୀଘ୍ର ଏ ନେଇ ବିଭାଗ ପକ୍ଷରୁ ନିଷ୍ପତ୍ତି ନିଆଯିବ ବୋଲି ପରିବହନ ମନ୍ତ୍ରୀ କହିଛନ୍ତି ।

ସେହିପରି ଗତଥର ପରି ରାଜ୍ୟରେ ଚିନ୍ତା ବଢ଼ାଇଥିବା ପ୍ରବାସୀ ସମସ୍ୟା ବୁଝିଛନ୍ତି ରାଜ୍ୟ ସରକାର । ପ୍ରବାସୀମାନେ ପୁଣି ଓଡ଼ିଶା ଫେରିବା ପ୍ରସଙ୍ଗରେ ନିଜର ପ୍ରତିକ୍ରିୟା ରଖିଛନ୍ତି ମନ୍ତ୍ରୀ ସୁଶାନ୍ତ ସିଂହ । କିଛି ସ୍ଥାନରେ ଓଡ଼ିଶା ଆସୁଥିବା ପ୍ରବାସୀଙ୍କ ଟେଷ୍ଟିଂ କରାଯାଉଛି ବୋଲି ସେ କହିଛନ୍ତି । ଆଗକୁ ପ୍ରବାସୀ ଓଡ଼ିଆଙ୍କ ସକାଶେ ଏକ ଗାଇଡ଼ଲାଇନ କରିବା ପାଇଁ ବିଚାର କରାଯାଉଛି । କିଛି ରାଜ୍ୟରେ ମାତ୍ରାଧିକ ସଂକ୍ରମଣ ହେଉଥିବାରୁ ସମ୍ପୃକ୍ତ ରାଜ୍ୟରୁ ଆସୁଥିବା ପ୍ରବାସୀଙ୍କ ସକାଶେ ସରକାର ମୁକାବିଲା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି ବୋଲି ସେ ମତ ରଖିଛନ୍ତି । ‘ବର୍ଡର ଚେକିଂ ପଏଣ୍ଟରେ ଜୋରସୋରରେ ଚେକିଂ ହେଉଛି ।

ଯେଉଁମାନେ ନେଗେଟିଭ ରିପୋର୍ଟ ନେଇକି ଆସୁଛନ୍ତି ସେମାନଙ୍କୁ କେବଳ ଭିତରକୁ ଯିବାପାଇଁ ଅନୁମତି ଦିଆଯାଉଛି । ଯେଉଁମାନେ ରିପୋର୍ଟ ନେଇ ଆସୁନାହାନ୍ତି ସେମାନଙ୍କୁ ହୋମ ଆଇସୋଲେସନରେ ରଖାଯାଉଛି । ସେହିପରି ମୁଖ୍ୟ ଶାସନ ସଚିବ ସୁରେଶ କୁମାର ମହାପାତ୍ର, ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର, ପରିବାର କଲ୍ୟାଣ ବିଭାଗ ନିର୍ଦ୍ଦେଶକ ବିଜୟ କୁମାର ପ୍ରାଣିଗ୍ରାହୀ ପ୍ରମୁଖ ନୂଆପଡା ଗସ୍ତ କରି କୋଭିଡ ସମୀକ୍ଷା କରିଛନ୍ତି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *