ପୁରସ୍କାର ତାଲିକାରେ ଓଡ଼ିଆ ସିନେମା ‘ଦମନ’

୭୦ ତମ ନ୍ୟାସନାଲ ଫିଲ୍ମ ଆୱାର୍ଡ ଘୋଷଣା ।

   NEWS BY BNO

ଭୁବନେଶ୍ଵର/କଟକ/୧୭-୦୮-୨୪ (ବିଏନ୍ଓ): ୭୦ ତମ ନ୍ୟାସନାଲ ଫିଲ୍ମ୍ ଆୱାର୍ଡ ଘୋଷଣା କରାଯାଇଛି । ପୁରସ୍କାର ପାଇବାକୁ ଥିବା ସିନେମା ତାଲିକାରେ ଓଡିଆ ସିନେମା ଦମନ ସ୍ଥାନ ପାଇଛି । ବେଷ୍ଟ ଓଡିଆ ଫିଚର ଫିଲ୍ମ ଭାବେ ଦମନ ସିନେମାକୁ ମନୋନୀତ କରାଯାଇଛି । ଏହି ସିନେମାରେ ମୁଖ୍ୟ ଅଭିନେତା ଭୂମିକାରେ ଅଭିନୟ କରିଥିବା ବାବୁସାନ ମହାନ୍ତି କହିଛନ୍ତି କି, ଓଡିଆ ସିନେମାର ଚିରାଚରିତ କାହାଣୀକୁ ଦମନ ବଦଳାଇ ଦେଇଛି । ଏହି ସିନେମା ପାଇଁ ଅନେକ କଷ୍ଟ କରିବାକୁ ପଡିଛି । ସିନେମା ରିଲିଜ ହେବା ପରେ ଓଡିଶାରେ ହଲ ମିଳିବା ମଧ୍ୟ କଷ୍ଟ ହୋଇପଡିଥିଲା । ଏହାସହ ଏହି ସିନେମା ହିନ୍ଦୀରେ ରିଲିଜ ହେବା ପରେ ଜାତୀୟ ସ୍ତରରେ ହଲ ପାଇବାକୁ ଅନେକ ପରିଶ୍ରମ କରିବାକୁ ପଡିଥିଲା । ଏହା ପୂର୍ବରୁ ମଧ୍ୟ ପ୍ରତୀକ୍ଷା ସିନେମାକୁ ଜାତୀୟ ସିନେ ପୁରସ୍କାର ମିଳିଥିଲା ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *