IPL 2021: ଉଦଘାଟନୀ ମାଚରେ କିଏ କରିବ ବାଜିମାତ୍

ଚେନ୍ନାଇ: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) ର ୧୪ତମ ସଂସ୍କରଣ ଶୁକ୍ରବାର ଚେନ୍ନାଇର ଏମ ଚିଦାମ୍ବରମ୍ କ୍ରିକେଟ୍ ଷ୍ଟାଡିୟମରେ ଖେଳାଯିବ। ଉଦଘାଟନୀ ମ୍ୟାଚରେ ମଇଦାନକୁ ଓହ୍ଲାଇବେ ମୁମ୍ବାଇ ଇଣ୍ଡିଆନ୍ସ ଓ ରୟାଲ୍ ଚାଲେଞ୍ଜର୍ସ ବାଙ୍ଗାଲୋର । ଯାହାକୁ ନେଇ କ୍ରିକେଟ୍ ପ୍ରେମୀଙ୍କ ଭିତରେ ଉତ୍କଣ୍ଠା ଦେଖାଦେଇଛି ।

ଡିଫେଣ୍ଡିଂ ଚାମ୍ପିଅନ୍ ବୋଲାଉଥିବା ମୁମ୍ବାଇ ଇଣ୍ଡିଆନ୍ସରେ ଅନେକ ଅଭିଜ୍ଞ ଓ ମ୍ୟାଚ୍ ୱିନର ଖେଳାଳି ରହିଛନ୍ତି। ଯାହା ପାଇଁ ହିଟ୍ ମ୍ୟାନ୍ ରୋହିତ ଶର୍ମାଙ୍କ ନେତୃତ୍ୱାଧୀନ ମୁମ୍ବାଇ ଇଣ୍ଡିଆନ୍ସ ଓ କିଙ୍ଗ କୋହଲିଙ୍କ ଆରସିବି ମଧ୍ୟରେ କଡା ଟକ୍କର ହେବ। ଗ୍ଲେନ୍ ମ୍ୟାକ୍ସୱେଲ ଏବଂ କାଇଲ୍ ଜାମିସନଙ୍କ ଭଳି ଖେଳାଳିଙ୍କ ଏଣ୍ଟ୍ରି ସହ ଆରସିବି ମଧ୍ୟ ଶକ୍ତିଶାଳୀ ପାଲଟିଛି |

ମ୍ୟାଚରେ ସୂର୍ଯ୍ୟକୁମାର ଯାଦବ ଓ ରୋହିତ ମିଶି ବିରାଟ ଏବଂ ମ୍ୟାକ୍ସୱେଲଙ୍କଠାରୁ ଅଧିକ ରନ୍ ସ୍କୋର କରିପାରନ୍ତି। ଏମ ଚିଦାମ୍ବରମ ଷ୍ଟାଡିୟମ ପିଚକୁ ନଜରରେ ରଖି ଆକାଶ କହିଛନ୍ତି ଯେ ଟୁର୍ନାମେଣ୍ଟର ପ୍ରଥମ ମ୍ୟାଚରେ ସ୍ପିଡ୍ ବୋଲରଙ୍କ ଅପେକ୍ଷା ସ୍ପିନର ଅଧିକ ୱିକେଟ୍ ନେବେ। ଏମିତିକି ଉଭୟ ଦଳର ଓପନର୍ ମାନେ ଏକ ଦମଦାର ଇନିଂସ ଆରମ୍ଭ କରିବେ ବୋଲି ସେ ପ୍ରେଡିକସନ୍ କରିଛନ୍ତି ।

ମୁମ୍ବାଇର ଚାରିଜଣ ବିଦେଶୀ ଖେଳାଳି ଭାବରେ ଜେମ୍ସ ନିଶମ, ଟ୍ରେଣ୍ଟ ବୋଲ୍ଟ, ଆଡାମ ମିଲନେ, କିରୋନ ପୋଲାର୍ଡଙ୍କ ଉପରେ ଭରସା କରିଥିବା ବେଳେ ଆରସିବିର ଗ୍ଲେନ୍ ମ୍ୟାକ୍ସୱେଲ, ଏବି ଡିଭିଲିୟର୍ସ, ଡେନ କ୍ରିଷ୍ଟିଆନଙ୍କ ନାଁ ସେ ନେଇଛନ୍ତି। ତାଙ୍କ ମତରେ ଆରସିବିର ଚତୁର୍ଥ ସ୍ଥାନରେ ବିଦେଶୀ ଖେଳାଳିଙ୍କ ମଧ୍ୟରେ କେନ୍ ରିଚାର୍ଡସନ ଏବଂ କେଲ୍ ଜାମିସନଙ୍କୁ ନେବା ପାଇଁ ପରାମର୍ଶ ଦେଇଛନ୍ତି। ଯାହା ଟିମର ପ୍ରଦର୍ଶନକୁ ଅଧିକ ସୁଦୃଢ କରିପାରିବ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *