sabardhana utsuba.

sambardhita pratibha saha manyaganya byakti

ବ୍ଲକସ୍ତରୀୟ ମେଧାବୀ ପୁରସ୍କାର ଓ ସମ୍ବର୍ଦ୍ଧନା ଉତ୍ସବ       

ନିଆଳୀ/୧୧-୦୮-୨୪/ବିଏନ୍ଓ(Report by ଦ୍ୱିଜବର ମହାପାତ୍ର) ନିଆଳୀ ବ୍ଲକ ବିଳାଶୁଣି ଗୋପାଳଜୀଉ ଉଚ୍ଚବିଦ୍ୟାଳୟରେ ବେଦାର ମୁଖ୍ୟ ଶ୍ରୀଯୁକ୍ତ ବଦ୍ରି ନାରାୟଣ ମହାପାତ୍ରଙ୍କ ତତ୍ୱାବଧାନରେ ଅନୁଷ୍ଠିତ ଉକ୍ତ ସଭାରେ ସଭାପତି ମଦନ ମୋହନ ଜେନା ସଭାପତିତ୍ୱ କରିଥିବା ବେଳେ ମୁଖ୍ୟବକ୍ତା ଭାବରେ କାର୍ତ୍ତିକ ଚନ୍ଦ୍ର ଷଡଙ୍ଗୀ,ମୁଖ୍ୟ ଅତିଥି ନିଆଳୀ ବ୍ଲକ ଅଧ୍ୟକ୍ଷ ଉମେଶ ଚନ୍ଦ୍ର ବେହେରା ,ସମ୍ମାନୀତ ଅତିଥି ପ୍ରକାଶ ଚନ୍ଦ୍ର ମହାନ୍ତି,ସରପଞ୍ଚ ପ୍ରତିନିଧି ପ୍ରଦୀପ୍ତ ନନ୍ଦ,ସମିତି ସଭ୍ୟ ସଂପଦ ମହାନ୍ତି,ସଂଯୋଜକ ସ୍ୱାଧିନ ମହାନ୍ତି ଉପସ୍ଥିତ ଥିଲାବେଳେ ଲଲା ଟେନ୍ଦୁ ସାହୁ ଉକ୍ତ ସଭାକୁ ପରିଚାଳନା କରିଥିଲେ । ଏହିକାର୍ଯ୍ୟକ୍ରମରେ ୯୦ପ୍ରତିଶତରୁ ଅଧିକ ରଖିଥିବା ନମ୍ବର ରଖିଥିବା ଛାତ୍ରଛାତ୍ରୀ ଯଥା ବିଳାଶୁଣି ଗୋପାଳଜୀଉ ଉଚ୍ଚବିଦ୍ୟାଳୟର ଛାତ୍ରୀ ମୋନାଲିସା ଶତପଥି,ବଗଲବାହାରଣା ବିଦ୍ୟାଳୟର ଛାତ୍ରୀ ସ୍ୱାଗତିକା ମୁଦୁଲି,ନୂଆଗାଁ ଶାସନ ବିଦ୍ୟାଳୟର ଛାତ୍ରୀ ସନ୍ତୋଷୀ ପ୍ରଧାନ,ବି ଏମ ହାଇସ୍କୁଲ କଣ୍ଟାପଡାର ଛାତ୍ରୀ ସୌମ୍ୟାଶ୍ରୀ ଆଚାର୍ଯ୍ୟ,ପହଙ୍ଗା ଉଚ୍ଚବିଦ୍ୟାଳୟର ଛାତ୍ରୀ ରୁପାଲି ରାଉତଙ୍କୁ ୫୦୦୦ଅର୍ଥରାଶି ସହିତ ଟ୍ରଫି ପ୍ରଦାନ କରାଯାଇଛ।  ଏହା ସହିତ ବିଳାଶୁଣି ଉଚ୍ଚବିଦ୍ୟାଳୟରପ୍ରଧାନ ଶିକ୍ଷୟତ୍ରୀ ଚାରୁଲତା ବେହେରାଙ୍କ ଉପସ୍ଥିତିରେ ସମସ୍ତ ୭୦ପ୍ରତିଶତରୁ ଅଧିକ ନମ୍ବର ରଖିଥିବା ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା ଦିଆଯାଇଛି  । 

sambardihta prativa

 ଉକ୍ତ ସଭାରେ ସମସ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କୁ ନିମନ୍ତ୍ରୀତ ଅତିଥି କରାଯାଇଥିଲା ବେଳେ ଶିକ୍ଷକ ରୋଜାଲିନି ଗୁରୁମା,ଜ୍ୟୋସ୍ନା ଗୁରୁମା,କାଳନ୍ଦୀ ସାର, ପ୍ରସନ୍ନ ସାର,ରାଜୁ ସାର ପ୍ରମୁଖ ଶିକ୍ଷକମାନେ ଉପସ୍ଥିତ ଥିଲେ। ବେଦାର ସଭ୍ୟ ସଭ୍ୟାମାନଙ୍କ ମଧ୍ୟରେ ମାନଭଂଜନ ବେହେରା,ରଂଜନ ସେନାପତି,ଦିଲିପ ବାରିକ,ରମାକାନ୍ତ ସାହୁ,ନିରଂଜନ ରାୟ,ବଂଶୀଧର ଦାସ,ଗୋପିନାଥ ସାହୁ,ବିନୟ ମହାନ୍ତି,ସପ୍ତାଞଳୀ ଡାଳୁଆ,ବନଲତା ଦାସ,ଜ୍ୟୋତିରଂଜନ ପଟନାୟକଙ୍କ ସମେତ ଅନ୍ୟ ସଭ୍ୟମାନେ ଉପସ୍ଥିତ ଥିଲେ । ଏହା ବ୍ୟତୀତ ବିଳାଶୁଣି ଉଚ୍ଚବିଦ୍ୟାଳୟର ଗଣିତରେ ସର୍ବୋଚ୍ଚ ନମ୍ବର ରଖିଥିବା ଛାତ୍ରୀ ଅର୍ପିତା ରାଉତଙ୍କୁ ଆଡଭୋକେଟ ଦିପକ ଦାସଙ୍କ ତରଫରୁ ୧୦୦୦ଅର୍ଥରାଶି ପୁରସ୍କାର ଦିଆଯାଇଥିଲା।   ସର୍ବଶେଷରେ ଦୀପକ ଦାସ ଧନ୍ୟବାଦ ଦେଇ ସଭା ସଂଗ କରିଥିଲେ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *