ଵଢିଆସାହି ସରସ୍ୱତୀ ଶିଶୁମନ୍ଦିରରେ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ।
ନିଆଳୀ-(୦୭-୦୮-୨୦୨୪-ବି.ଏନ୍.ଓ ,ମିଡିଆ)ନିଆଳୀ ବ୍ଲକ ଦେବୀ କନ୍ଦଳଦ୍ୱିପାଞ୍ଚଳ ଅନ୍ତର୍ଗତ ବଢିଆସାହି ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି।ମୂଖ୍ୟ ଅତିଥି ଭାବରେ ସଂପାଦକ ସରୋଜ କୁମାର ମହାପାତ୍ର , ସମ୍ମାନୀତ ଅତିଥି ଭାବରେ ଦେବୀକନ୍ଦଳ ନିତ୍ୟାନନ୍ଦ ମହାବିଦ୍ୟାଳୟର ଅଧ୍ୟାପକ ଜ୍ଞାନେନ୍ଦ୍ର ତ୍ରିପାଠୀ ଓ ଅଧ୍ୟାପକ ରାଜେଶ ସେନାପତି ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲାବେଳେ ପ୍ରଧାନ ଗୁରୁଜୀ ଶକ୍ତି ପ୍ରକାଶ ଦାସ ଉପସ୍ଥିତ ଥିଲେ।ପରେ ପରେ ଶିଶୁବିଦ୍ୟାମନ୍ଦିର ପରିସରେ ବୃକ୍ଷରୋପଣ କରାଯାଇ “ବୃକ୍ଷ ହିଁ ଜୀବନ “ବୋଲି ପ୍ରଧାନ ଗୁରୁଜୀ ଶକ୍ତି ପ୍ରକାଶ ଦାସ କହିଥିଲେ।ପ୍ରଥମ ଶ୍ରେଣୀରୁ ୪୩,ଦ୍ୱିତୀୟ ଶ୍ରଣୀରୁ ୩୦,ତୃତୀୟ ଶ୍ରେଣୀରୁ ୨୧,ଶିଶୁ ବର୍ଗ(୪ର୍ଥ ଓ ୫ମ )ଶ୍ରେଣୀରୁ ୩୪,ବାଲ ବର୍ଗ (୬ଷ୍ଠ ଓ ୭ମ)ରୁ ୨୧,କିଶୋର ବର୍ଗ (୯ମ ଓ ୧୦ମ)ଶ୍ରେଣୀରୁ ୧୦ଜଣ ଶିଶୁ ପ୍ରକଳ୍ପରେ ଅଂଶଗ୍ରହଣ କରିଥିଲେ।ଉକ୍ତ କାର୍ଯ୍ୟକ୍ରମରେ ଉପସଭାପତି ପ୍ରମୋଦ କୁମାର ସାହାଣୀ,ସଂଙ୍କୁଳ ପ୍ରମୂଖ ଉମାକାନ୍ତ କର ଉପସ୍ଥିତ ରହି କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରିଥିଲେ।ଶିଶୁବର୍ଗରେ ଶୁଶ୍ରୀ ସୁଦିପ୍ତା ସ୍ୱାଇଁ,ଶ୍ରୀମାନ ଅରବିନ୍ଦ ବିଶ୍ୱାଳ,ଶ୍ରୀମାନ ବିଶ୍ୱପ୍ରକାଶପଟନାୟକ,ସୁଶ୍ରୀ ସାଇ ସୋମ୍ୟା ବିରାଟ,ବାଲ ବର୍ଗରେ ଶ୍ରୀମାନ ବିଶ୍ୱଜିତ ଖଟେଇ,କିଶୋର ବର୍ଗରେ ଶ୍ରୀମାନ ସତ୍ୟ ନାରାୟଣ ସାହୁ ପ୍ରମୂଖ ସଂଙ୍କୁଳ ସ୍ତରରେ ଯୋଗଦାନ ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି।ଏହି କାର୍ଯ୍ୟକ୍ରମଟି ପିଲାମାନଙ୍କ ପାଇଁ ବେଶ ଶିକ୍ଷଣୀୟ ଦିବସ ଥିଲାବେଳେ ସମସ୍ତ ଗୁରୁଜୀ ଗୁରୁମା ଉପସ୍ଥିତ ଥିଲେ।