ବୃଦ୍ଧା ନିଖୋଜ ନେଇ ଥାନାରେ ଏତଲା।

ବୃଦ୍ଧା ନିଖୋଜ ନେଇ ଥାନାରେ ଏତଲା।

ରୁକସାନା ବେଗମଙ୍କ ରିପୋର୍ଟ

କାମାକ୍ଷାନଗର:୦୪-୦୮-୨୦୨୪(ବି.ଏନ୍.ଓ):- ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ମହୁଲପାଳ ଗାଁର ସ୍ବର୍ଗତ ଯୁଗଳ ରାଉତଙ୍କ ସହଧର୍ମିଣୀ କାଞ୍ଚନ ରାଉତ ନିଖୋଜ ହେବା ନେଇ ଥାନାରେ ଅଭିଯୋଗ ହୋଇଛି । କାଞ୍ଚନଙ୍କର ସାମାନ୍ୟ ମସ୍ତିଷ୍କ ବିକୃତି ଥିବାବେଳେ ପ୍ରାୟ ଚାରିମାସ ହେବ ବୋହୁଙ୍କ ପାଖରେ ରହୁଥିଲେ l ସୋମବାର ଭୋର ସମୟରୁ ଘରୁ ଉଠି କେଉଁଆଡେ ଚାଲିଯାଇ ଥିବାର ଅଭିଯୋଗ ହୋଇଛି l ବୋହୁ କଲ୍ୟାଣୀ ରାଉତ ଏବଂ ପରିବାରବର୍ଗ ଅନେକ ଖୋଜାଖୋଜି କରବା ପରେ, ତାଙ୍କର କୌଣସି ସନ୍ଧାନ ନମିଳିବାରୁ, କାମାକ୍ଷାନଗର ଥାନାରେ ବୋହୁଙ୍କ ତରଫରୁ ଏତଲା ଦିଆଯାଇଛି l ତାଙ୍କର ଉଚ୍ଚତା ପ୍ରାୟ ପାଞ୍ଚ ଫୁଟ ହେବ, ଶାମଳ ବଣ୍ଣ ଖାଲିପାଦରେ ଯାଇଛନ୍ତି, ବାମଗୋଡ ପାରାଲିସସ୍ ହେତୁ ସାମାନ୍ୟ ଛୋଟେଇ ଚାଲୁଛନ୍ତି l ଯଦି କୌଣସି ସହୃଦୟ ବ୍ୟକ୍ତି ତାଙ୍କର କୌଣସି ସନ୍ଧାନ ପାଆନ୍ତି, ତେବେ ମୋବାଇଲ ୭୬୦୬୮୪୬୫୦୪ ଓ ୯୮୫୩୨୨୨୬୭୧ ରେ ଜଣାଇବା ପାଇଁ ଅନୁରୋଧ ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *