ଅବକାରୀ ବିଭାଗର ମାରାଥନ ଚଢ଼ାଉ : ବିପୁଳ ପରିମାଣର ଚୋରା ଗଞ୍ଜେଇ ସହିତ କାର୍ ଓ ୩ବୋଲେରୋ ଜବତ, ୭ ଗିରଫ।

NEWS BY :- RUKSANA BEGUM

କାମାକ୍ଷାନଗର: ୩୦/୦୭/୨୦୨୪(ବି.ଏନ୍.ଓ) ଢେଙ୍କାନାଳ ଜିଲ୍ଲା ଅବକାରୀ ବିଭାଗ ବିଭିନ୍ନ ସ୍ଥାନରେ ମାରାଥନ ଚଢାଉ କରି ଚୋରା ଗଞ୍ଜେଇ ଚାଲାଣ ବେଳେ ତିନୋଟି ବୋଲେରୋ ଓ ଗୋଟିଏ ଏସ୍ଟିଲୋ କାର ସମେତ ୭୦ କେଜି ଗଞ୍ଜେଇ ଜବତ କରିବା ସହିତ ୭ ଜଣ ଙ୍କୁ ଗିରଫ କରିଛି l ଜବତ ହୋଇଥିବା ଗଞ୍ଜେଇ ର ଆନୁମାନିକ ମୂଲ୍ୟ ୭ ଲକ୍ଷ ଟଙ୍କା ବୋଲି ଅବକାରୀ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି l କାମାକ୍ଷାନଗର ଅବକାରୀ ବିଭାଗ କାର୍ଯ୍ୟାଳୟ ରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଦିଆଯାଇଥିବା ସୂଚନା ଅନୁସାରେ ଗତକାଲି କନ୍ଧମାଳ ଓ ବୌଦ ଅଞ୍ଚଳ ରୁ ଚୋରା ରେ ଗଞ୍ଜେଇ ଆସୁଥିବା ର ଖବରପାଇ କାମାକ୍ଷାନଗର, ପରଜଙ୍ଗ ଓ ଭୁବନ ଅବକାରୀ ବିଭାଗ ର ପଚିଶଜଣିଆ ଟିମ ବିଭିନ୍ନ ଅଞ୍ଚଳ ରେ ଚଢ଼ାଉ କରିଥିଲେ l ଚଢ଼ାଉ ସମୟରେ ତିନୋଟି ବୋଲେରୋ ଓ ଗୋଟିଏ ଏସ୍ଟିଲୋ କାର ରେ ପ୍ରାୟ ୭୦ କେଜି ଗଞ୍ଜେଇ ଜବତ କରିବା ସହିତ ସାତ ଜଣ କୁ ଗିରଫ କରିଥିବା ବେଳେ ଜଣେ ଫେରାର ଅଛି l ଗିରଫ ଅଭିଯୁକ୍ତ ମାନେ ହେଲେ କନ୍ଧମାଳ ଜିଲ୍ଲାର ଦିବାକର ସାହୁ, ବଳରାମ କହଁର, ସୁଦାମ କହଁର, ଢେଙ୍କାନାଳ ଜିଲ୍ଲାର ବିସ୍ମୟ ଦେହୁରୀ ଓ ମନୋଜ ସାହୁ, ବୌଦ୍ଧ ଜିଲ୍ଲାର ବିକଳ କହଁର ଏବଂ ବାଲେଶ୍ଵରର ଉପେନ୍ଦ୍ର ଭୋଳ । ଫେରାର ଅଭିଯୁକ୍ତ ହେଲେ ଢେଙ୍କାନାଳ ଜିଲ୍ଲାର ମନୋଜ ମାଝି । ଏଥି ସହିତ ୮ଟି ମୋବାଇଲ୍ ଫୋନ୍ ସହିତ ଦୁଇଟି ଦେବିଟ କାର୍ଡ ମଧ୍ୟ ଜବତ କରାଯାଇଛି । ବୌଦ୍ଧ ଓ କନ୍ଧମାଳ ଅଞ୍ଚଳ ରୁ ଏହି ଗଞ୍ଜେଇ ଚୋରା ରେ ଆସି ଢେଙ୍କାନାଳ ଜିଲ୍ଲା ସମେତ ପଡୋଶୀ ଯାଜପୁର ଓ କଟକ ଜିଲ୍ଲା ରେ ବିକ୍ରି କରାଯାଏ ବୋଲି କହିଛି ଅବକାରୀ ବିଭାଗ । ଏନେଇ ପୃଥକ୍ ପୃଥକ୍ ଭାବରେ ୪ଟି ଅବକାରୀ ମାମଲା ରୁଜୁ ହୋଇଛି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *