palli re prasasana.

କଣ୍ଟାପାଳ ପଂଚାୟତ ରେ “ପଲ୍ଲୀ ରେ ପ୍ରଶାସନ” ଶିବିର କାର୍ଯ୍ୟକ୍ରମ ।
କାମାକ୍ଷାନଗର :22/7:-BNO- ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ କଣ୍ଟାପାଳ ଗ୍ରାମ ପଞ୍ଚାୟତ କଲ୍ୟାଣ ମଣ୍ଡପ ଠାରେ ପଞ୍ଚାୟତ ସ୍ତରୀୟ ଜନ ଶୁଣାଣୀ ଶିବିର ଅନୁଷ୍ଠିତ ହୋଇଅଛି । ଜିଲ୍ଲା ପ୍ରଶାସନ ତରଫରୁ ସେବା ସମାଧାନ ସଚେତନତା ରେ ପ୍ରଥମ ଥରପାଇଁ କଙ୍କଡ଼ାହାଡ଼ ବ୍ଲକ ତରଫରୁ ଆବଶ୍ୟକ ଯାନ୍ତ୍ର୍ରିକ ଆନୁସଙ୍ଗିକ ବ୍ୟବସ୍ଥା କରାଯାଇ ଏହି “ପଲ୍ଲୀ ରେ ପ୍ରଶାସନ” କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା।  ମଞ୍ଚାସିନ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷା ଚାରୁଲତା ମିଶ୍ର, ଉପାଧ୍ୟକ୍ଷା ଦୀପା ସାହୁ, ତହସିଲଦାର ସୌଦାମିନି ନାୟକ, କଙ୍କଡ଼ାହାଡ଼ ସରପଞ୍ଚ ତିଳୋତମା ସିଂ, କାନ୍ତୋଲ ସମିତି ସଭ୍ୟ କାର୍ତିକ ସାହୁ ଯୋଗ ଦେଇଥିଲେ। ସ୍ବାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ତରଫରୁ ବିରାଶାଳ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧିନରେ ମାଗଣା ସ୍ବାସ୍ଥ୍ୟସେବା, ନିଯୁକ୍ତି ଭିତିକ ଯୋଜନା, ବ୍ଲକ ସ୍ତରୀୟ ପରାମର୍ଶ, ପ୍ରାଣୀ ଚିକିତ୍ସା ସେବା ପରାମର୍ଶ, ଆଧାର ପଞ୍ଜିକରଣ, ଜାତି ପ୍ରମାଣ ପତ୍ର ଓ ନବୀକରଣ, ମାଛଚାଷ ପାଣି ପରୀକ୍ଷା, ଇ-ପାଉତି, ଋଣ ଯୋଜନା, ପଟା ବଣ୍ଟନ, ସ୍ବୟଂ ସହାୟକ ଗୋଷ୍ଠୀ ମା’ ମାନଙ୍କ ବୀମା, ଅଣ ସଂଗଠିତ କ୍ଷେତ୍ର ଶ୍ରମିକ ପଞ୍ଜିକରଣ, ୧୮ ରୁ ୩୫ ବର୍ଷ ଯୁବକ ଯୁବତୀ ମାନଙ୍କ ନିମନ୍ତେ ନିଯୁକ୍ତି ସୁଯୋଗ, ମୂଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା, କିଷାନ କ୍ରେଡିଟ କାର୍ଡ ଓ ପ୍ରଧାନମନ୍ତ୍ରୀ ସୁକ୍ଷ୍ମ ଖାଦ୍ୟ ପକ୍ରିୟା କରଣ ଉଦ୍ୟୋଗ ଭଳି ଅନୁଷ୍ଠାନ ରେ ନିଯୁକ୍ତିର ସଚେତନ ଭଳି ଶିବିର ଆୟୋଜନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ପଞ୍ଚାୟତ ର ଜନ ସାଧାରଣ ବହୁ ସଂଖ୍ୟାରେ ଯୋଗ ଦେଇଥିଲେ ।

NEWS BY :- RUKSANA BEGUM
Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *