RAJARASTARE PARKING KALE HEBA KARJYANNUSTHANA.

ଖଣି ଅଞ୍ଚଳରେ ଭାରିଯାନ ଚଳାଚଳ ଉପରେ କଟକଣା ।

NEWS BY BIJAY KUMAR PANDA

କେନ୍ଦୁଝର: ୨୦.୦୭.୨୦୨୪-BNO- କେନ୍ଦୁଝରରୁ କଟକ-ଭୁବନେଶ୍ୱରକୁ ଯାତାୟାତ ନିମନ୍ତେ ବିକଳ୍ପ ରାସ୍ତା ସ୍ୱରୂପ ନରଣପୁର-ହରିଚନ୍ଦନପୁର-ବ୍ରାହ୍ମଣୀପାଳ ଡୁବୁରୀ ଦେଇ ଯିବାକୁ ହୋଇଥାଏ । ଉକ୍ତ ରାସ୍ତାଦେଇ ଭାରୀଯାନ ଚଳାଚଳ ଉପରେ ପ୍ରଶାସନିକ କଟକଣା ଥିବାସତ୍ତେ୍ୱ ପାରାଦ୍ୱୀପ ସମେତ ଯାଜପୁର ଓ ଅନଗୁଳ ଜିଲାକୁ ଖଣିଜସମ୍ପଦ ବୋଝେଇ ଭାରିଯାନ ଚଳାଚଳ ଯୋଗୁଁ ରାସ୍ତା ନଷ୍ଟ ହେବାକୁ ବସିଲାଣି । ଯୋଡା ଓ ପଡୋଶୀ ସୁନ୍ଦରଗଡ ଜିଲାର କୋଇଡା ଖଣିକ୍ଷେତ୍ର ଅଞ୍ଚଳରୁ ଖଣିଜସମ୍ପଦ ବୋଝେଇ ଭାରିଯାନ ପାରାଦ୍ୱୀପ ଓ ଯାଜପୁର ସମେତ ଅନ୍ୟ ଜିଲାକୁ ପରିବହନ ନିମନ୍ତେ ୨୦ନଂ ଜାତୀୟ ରାଜପଥ ଦେଇ ଯାତାୟାତ ନିମନ୍ତେ ସ୍ପଷ୍ଟ ଉଲ୍ଲେଖ ସତ୍ତେ୍ୱ ନରଣପୁର-ବ୍ରାହ୍ମଣୀପାଳ ରାସ୍ତା ଦେଇ ଯାତାୟାତ କରୁଥିବାରୁ ରାସ୍ତା ନଷ୍ଟ ହେବାକୁ ବସିଛି । ଏହାକୁ ଦୃଷ୍ଟିରେ ରଖି ଚଳିତମାସ ୨୦ରୁ ଅଗଷ୍ଟ ୧୯ ତାରିଖ ପର୍ଯ୍ୟନ୍ତ ନରଣପୁର-ହରିଚନ୍ଦନପୁର-ବ୍ରାହ୍ମଣୀପାଳ ରାସ୍ତା ଦେଇ କେବଳ ଅତ୍ୟାବଶ୍ୟକୀୟ ଭାରିଯାନ ବ୍ୟତୀତ ଅନ୍ୟ କୌଣସି ଭାରୀଯାନ ଚଳାଚଳ ଉପରେ ଜିଲାପାଳ ତଥା ଆଞ୍ଚଳିକ ପରିବହନ ଅଧିକାରୀ ମୋଟର ଯାନ ଆଇନ ୧୯୮୮ ଧାରା ୧୧୫ଯୋଗେ କଟକଣା ଜାରି କରିଛନ୍ତି ।  ଏହି ଆଦେଶକୁ ଯେଭଳି କଡାକଡି ଭାବେ ଅନୁପାଳନ କରାଯିବ ସେଥିପ୍ରତି ଉକ୍ତ ରାସ୍ତା ନେଇ ଯାଇଥିବା ବ୍ଲକର ବିଡିଓଙ୍କ ସମେତ ଖଣି, ପରିବହନ, ପୁଲିସ ପ୍ରଶାସନକୁ ଜିଲାପାଳ ଚିଠି କରିଛନ୍ତି । ସେହିଭଳି ସାଧାରଣଲୋକଙ୍କ ଯାତାୟାତକୁ ଦୃଷ୍ଟିରେ ରୁଗୁଡି ଠାରୁ ବିଲେଇପଦା ପର୍ଯ୍ୟନ୍ତ କେବଳ ରବିବାର ଛୁଟିଦିବସକୁ ବାଦ୍‍ ଦେଲେ ଅନ୍ୟ ସମସ୍ତ ଦିବସ ମାନଙ୍କରେ ସକାଳ ୮ରୁ ପୂର୍ବାହ୍ନ ୧୧ଟା ଏବଂ ଅପରାହ୍ନ ୩ଟାରୁ ରାତି ୮ଟା ପର୍ଯ୍ୟନ୍ତ ଉକ୍ତ ରାସ୍ତାଦେଇ ଭାରୀଯାନ ଚାଳଚଳ ଉପରେସମ୍ପୂର୍ଣ୍ଣ କଟକଣା ଜାରି କରାଯାଇଛି । ବିଲେଇପଦାରୁ ତାରିଣୀ ଛକ ପର୍ଯ୍ୟନ୍ତ ସକାଳ ୮ରୁ ପୂବାଟ୍ଟହ୍ନ ୧୧ଟା ଏବଂ ଅପରାହ୍ନ ୩ଟାରୁ ରାତି ୮ଟା ପର୍ଯ୍ୟନ୍ତ, ଯୋଡା ଓ ବଡବିଲ ପୌରପାଳିକା ରାସ୍ତା ଦେଇ ସକାଳ ୬ରୁ ଅପରାହ୍ନ ୨ଟା ଏବଂ ଅପରାହ୍ନ ୩ଟାରୁ ରାତି ୮ଟା ପର୍ଯ୍ୟନ୍ତ ଏବଂ ଚମ୍ପୁଆ ବିଜ୍ଞାପିତ ପରିଷଦ ର।।ସ୍ତା ଦେଇ ସକାଳ ୮ରୁ ପୂର୍ବାହ୍ନ ୧୧ଟା ଏବଂ ଅପରାହ୍ନ ୩ଟାରୁ ରାତି ୮ଟା ପର୍ଯ୍ୟନ୍ତ କେବଳ ଅତ୍ୟାବଶ୍ୟକୀୟ ସାମଗ୍ରୀ ଭାରିଯାନକୁ ବାଦ୍‍ ଦେଲେ ଅନ୍ୟ ସମସ୍ତ ପ୍ରକାର ଭାରୀଯାନ ଚଳାଚଳ ଉପରେ ପ୍ରଶାସନିକ କଟକଣା ଜାରି କରାଯାଇଛି । ଏହି କଟକଣା ଆସନ୍ତା ଅଗଷ୍ଟ ୧୮ ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ ବୋଲି ଜାରି ବିଜ୍ଞପ୍ତିରେ ଦର୍ଶାଯାଇଛି ।

ସେହିଭଳି ଜାତୀୟ ରାଜପଥ ଉପରେ ବେଆଇନ ଭାବେ ଭାରୀଯାନ ପାର୍କିଂ ଯୋଗୁଁ ଦୁର୍ଘଟଣା ବୃଦ୍ଧି ପାଇ ବ୍ୟାପକ ଧନଜୀବନ ହାନୀ ଘଟୁଥିବାରୁ ସାଧାରଣଲୋକଙ୍କ ଧନଜୀବନ ସୁରକ୍ଷା କାରଣରୁ ମୋଟର ଯାନ ଆଇନ-୧୯୯୩ର ଧାରା ୧୧୫, ୧୧୬ ଓ ୧୧୭ ବଳରେ ଜିଲାପାଳ ତଥା ଆଞ୍ଚଳିକ ପରିବହନ ଅଥରିଟି ଜିଲା ଦେଇ ଯାଇଥିବା ଜାତୀୟ ରାଜପଥ ୨୦ନଂର ରାମଚନ୍ଦ୍ରପୁର ଠାରୁ ରିମୁଳି ପର୍ଯ୍ୟନ୍ତ, ୫୨୦ନଂ ଜାତୀୟ ରାଜପଥର ରିମୁଳି ଠାରୁ ରୁଗୁଡି ପର୍ଯ୍ୟନ୍ତ, ୪୯ନଂ ଜାତୀୟ ରାଜପଥର ତୁରୁମୁଙ୍ଗା ଠାରୁ ବିଞ୍ଝବାହାଳ ପର୍ଯ୍ୟନ୍ତ, ୨୨୦ନଂ ଜାତୀୟ ରାଜପଥ ଢ଼େଙ୍କିକୋଟ ଠାରୁ ପାଟଣା ଦେଇ ସାହାରପଡା ପର୍ଯ୍ୟନ୍ତ ଏବଂ ଏକ୍ସପ୍ରେସ୍‍ୱେ-୧ ନରଣପୁର-ବ୍ରାହ୍ମଣୀପାଳ ଓ ଏକ୍ସପ୍ରେସ୍‍ୱେ-୨ ରଣାଶାଳଘାଟି ଠାରୁ ଯୋଡା-ବାମେବାରୀ ଦେଇ ପଳାଶପଙ୍ଗା ପର୍ଯ୍ୟନ୍ତ ରାସ୍ତା ଉପରେ କୌଣସି ପ୍ରକାର ଭାରୀଯାନ ଚଳିତମାସ ୨୫ ତାରିଖ ଠାରୁ ଅଗଷ୍ଟ ୨୪ ତାରିଖ ପର୍ଯ୍ୟନ୍ତ ବେଆଇନ ପାର୍କିଂ ନକରିବା ପାଇଁ ନିର୍ଦ୍ଦେଶନାମା ଜାରି କରିଛନ୍ତି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *