ଚନ୍ଦ୍ରରେ ମିଳିଲା ବଡ଼ ଗୁମ୍ଫା।

ଚନ୍ଦ୍ରରେ ମିଳିଲା ବଡ଼ ଗୁମ୍ଫା।

୧୯/୦୭/୨୪(ବିଏନ୍ଓ) : ଦୀର୍ଘ ବର୍ଷ ଧରି ସାରା ବିଶ୍ଵର ବୈଜ୍ଞାନିକମାନେ ଚନ୍ଦ୍ରରେ ଜନ ବସତି ସ୍ଥାପନ ପାଇଁ ସ୍ୱପ୍ନ ଦେଖୁଛନ୍ତି। ଏଥିପାଇଁ ସେମାନେ ବର୍ଷ ବର୍ଷ ଧରି ଗବେଷଣା କରିଆସୁଛନ୍ତି ଯେ କ’ଣ ମଣିଷ ଚନ୍ଦ୍ରରେ ରହିପାରିବ? ଏବେ ଚନ୍ଦ୍ରରେ ଏକ ଗୁମ୍ଫା ଦେଖିବାକୁ ମିଳିଥିବା ବୈଜ୍ଞାନିକମାନେ ସୂଚନା ଦେଇଛନ୍ତି। ଏହି ଗୁମ୍ଫା ସେହି ସ୍ଥାନରେ ଅବସ୍ଥିତ, ଯେଉଁଠାରେ ୫୫ ବର୍ଷ ପୂର୍ବେ ଆମେରିକାର ମହାକାଶଚାରୀ ନୀଲ୍‌ ଆର୍ମଷ୍ଟ୍ରଙ୍ଗ ଏବଂ ବଜ୍‌ ଆଲଡ୍ରିନ୍ ଅବତରଣ କରିଥିଲେ। ବୈଜ୍ଞାନିକଙ୍କ କହିବା ମୁତାବକ, ଏହି ଗୁମ୍ଫା ବାସଯୋଗ୍ୟ, ଯାହାକୁ ମେୟର ଟ୍ରାଂକ୍ଵିଲିଟାଟିସ୍‌ ପିଟ୍‌ ମଧ୍ୟ କୁହାଯାଏ। ୩୨୮ ଫୁଟ୍‌ ଗଭୀର ଏହି ଗୁମ୍ଫା ସି ଅଫ୍‌ ଟ୍ରାଂକ୍ଵିଲିଟିରେ ଅଛି।

ବୈଜ୍ଞାନିକଙ୍କ କହିବାନୁସାରେ, ସେଠାରେ ଆହୁରି ଶହ ଶହ ଗୁମ୍ଫା ଥାଇପାରେ। ଭବିଷ୍ୟତରେ ଏଠାରେ ମହାକାଶଚାରୀମାନେ ଆଶ୍ରୟ ନେଇପାରିବେ। ଇଟାଲୀ ବୈଜ୍ଞାନିକମାନଙ୍କ ନେତୃତ୍ୱରେ ଏକ ଟିମ୍ ସୂଚନା ଦେଇଛି ଯେ, ଚନ୍ଦ୍ରରେ ଏକ ବଡ଼ ଗୁମ୍ଫା ଥିବାର ପ୍ରମାଣ ମିଳିଛି। ସେ ଆହୁରି ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ, ଏହି ଗୁମ୍ଫା ଆପୋଲୋ ୧୧ର ଅବତରଣ ସ୍ଥାନଠାରୁ ମାତ୍ର ୪୦୦ କିଲୋମିଟର ଦୂର ଥିବା ସି ଅଫ୍‌ ଟ୍ରାଂକ୍ଵିଲିଟିରେ ଅବସ୍ଥିତ। ଚନ୍ଦ୍ରର ବାକି ଅଂଶଠାରୁ ଏହି ଗୁମ୍ଫାର ତାପମାତ୍ରାରେ ସାମାନ୍ୟ ପରିବର୍ତ୍ତନ ପରିଲକ୍ଷିତ ହୋଇଛି। ଏହି ସ୍ଥାନରେ ରେଡିଏସନ୍‌ର ପ୍ରଭାବ ମଧ୍ୟ କମ୍। ଏହି କାରଣରୁ ଭବିଷ୍ୟତରେ ଏଠାରେ ମାନବ ବସତି ସ୍ଥାପନ କରାଯାଇପାରିବ।

ଏହି ଗୁମ୍ଫା ଏକ ଗର୍ତ୍ତ ଭିତରେ ଅବସ୍ଥିତ, ଯାହା ପ୍ରାଚୀନ ଲାଭା ଟନେଲ୍ ଅଟେ। ଇଟାଲୀର ୟୁନିଭର୍ସିଟି ଅଫ୍ ଟ୍ରେଣ୍ଟୋର ଗବେଷକ ଲିଓନାର୍ଡୋ କାରେର୍ ତାଙ୍କ ଟିମ୍‌ ସହିତ ମିଶି ଏହା ଆବିଷ୍କାର କରିଛନ୍ତି। ସେମାନେ ଆମେରିକାର ମହାକାଶ ଏଜେନ୍ସି ନାସାର ଲୁନାର ରି​କୋନାସେନ୍ସ ଅର୍ବିଟର୍ ଦ୍ୱାରା ୨୦୧୦ରେ ନିଆଯାଇଥିବା ଫଟୋ ଏବଂ ରାଡାର ତଥ୍ୟ ଉପରେ ଗବେଷଣା କରିଛନ୍ତି। ଏହି ଗର୍ତ୍ତଗୁଡ଼ିକର ଭିତର ତାପମାତ୍ରା ୧୭ ଡିଗ୍ରୀ ସେଲ୍‌ସିୟସ୍। ମଣିଷମାନେ ଏହି ତାପମାତ୍ରାରେ ଆରାମରେ ରହିପାରିବେ ଓ କାମ କରିପାରିବେ। ନେଚର୍‌ ଆଷ୍ଟ୍ରୋନୋମୀ ପତ୍ରିକାରେ ଏହି ଅଧ୍ୟୟନ ପ୍ରକାଶିତ ହୋଇଛି।

ଏହା ଚନ୍ଦ୍ରର ଅନ୍ୟାନ୍ୟ ଅଞ୍ଚଳରେ ଥିବା ଗର୍ତ୍ତଠାରୁ ସମ୍ପୂର୍ଣ୍ଣ ଭିନ୍ନ, ଯାହାକୁ ନେଇ ବୈଜ୍ଞାନିକମାନେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ଚନ୍ଦ୍ରରେ ଦୁଇ ସପ୍ତାହ ଲମ୍ବା ଦିନ ହୋଇଥାଏ। ସବୁଠୁ ବଡ଼ କଥା ହେଉଛି, ଏଠାକାର ତାପମାତ୍ରା ଏତେ ଅଧିକ ହୋଇପାରେ ଯେ ପୃଥିବୀରେ ପାଣି ଫୁଟିଯିବ। କୁହାଯାଉଛି ଯେ, ଏହି ଗର୍ତ୍ତଗୁଡ଼ିକରେ ବାସଯୋଗ୍ୟ ସ୍ଥିତି ରହିବା ଭଲ କଥା। ବୈଜ୍ଞାନିକମାନେ ଲୁନାର୍‌ ପିଟ୍‌ସ ଅର୍ଥାତ୍‌ ଚନ୍ଦ୍ରର ଗର୍ତ୍ତ ଆବିଷ୍କାର କରି ଅତ୍ୟନ୍ତ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି।

ନୋଆ ପେଟ୍ରୋ କହିଛନ୍ତି ଯେ, ଚନ୍ଦ୍ରରେ ୨୦୦୯ ମସିହାରେ ପ୍ରଥମ ଥର ପାଇଁ ଲୁନାର ପିଟ୍‌ସ ଆବିଷ୍କୃତ ହୋଇଥିଲା। ବାସ୍ତବରେ ପିଟ୍‌ସ ଅଲଗା ହୋଇଥାଏ ଏବଂ ଗର୍ତ୍ତ ଅଲଗା। ଗର୍ତ୍ତଗୁଡ଼ିକ ଅଗଭୀର ହୋଇପାରେ, କିନ୍ତୁ ପିଟ୍‌ସ ଭୂଲମ୍ବ ଗଭୀର ହୋଇଥାଏ। ଏବେ ଏହା ଭିତରେ ସୁଡ଼ଙ୍ଗ ଏବଂ ଗୁମ୍ଫା ମଧ୍ୟ ମିଳିଛି। ଏହାର ଅର୍ଥ ମଣିଷ ଚନ୍ଦ୍ରରେ ଥିବା ଗୁମ୍ଫାରେ ବାସ କରିବ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *