ମାସ୍କ ନ ପିନ୍ଧିଲେ ୨ ଗୁଣା ଜୋରିମାନା : ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜି ମୁଖ୍ୟମନ୍ତ୍ରୀ ଓଡିଶାବାସୀଙ୍କୁ ସମ୍ବୋଧନ କରୁଛନ୍ତି । ମାସ୍କ ପିନ୍ଧିବା ଉପରେ ବିଶେଷ ଗୁରୁତ୍ୱାରୋପ କରିଛନ୍ତି । ଆଉ କହିଛନ୍ତି ଯେ, ୧୪ ଦିନ ଯାଏ ମାସ୍କ ଅଭିଯାନ କରିବା । ବିନା ମାସ୍କରେ ଘରୁ ବାହାରିବା ନାହିଁ । ଏଥିସହିତ ମାସ୍କ ନ ପିନ୍ଧିଲେ ୨ ଗୁଣା ଜୋରିମାନା ଆଦାୟ କରିବାକୁ ମଧ୍ୟ କହିଛନ୍ତି । ଏବେ କୋଭିଡ୍‌ର ଦ୍ୱିତୀୟ ଲହର ବ୍ୟାପୁଛି ତେଣୁ ଆମକୁ ସତର୍କତା ତଥା ସଚେତନତା ରକ୍ଷା କରିବାକୁ ପଡିବ । ତେବେ କରୋନାକୁ ପ୍ରତିହତ କରିବାକୁ ହେଲେ ମାସ୍କ ପରିଧାନ କରିବାକୁ ପଡିବ । ମାସ୍କକୁ ବେକରେ ନୁହେଁ ବରଂ ମୁହଁରେ ଠିକ୍ ଭାବେ ଲଗାଇବାକୁ ପଡିବ ।

କାରଣ ମାସ୍କ ହେଉଛି ଏକାମାତ୍ର ଗୁରୁତ୍ୱପୁର୍ଣ୍ଣ ସୁରକ୍ଷା କବଚ । ତେଣୁ ଆମେ ନିଜେ କୋଭିଡ୍ ନିୟମ ମାନିଲେ କରୋନାକୁ ରୋକି ପାରିବା । ଏବେ କୋଭିଡ୍‌ର ଦ୍ୱିତୀୟ ଲହର ଆରମ୍ଭ ହୋଇଛି, ଶୀଘ୍ର ବ୍ୟାପୁଛି । ବିଭିନ୍ନ ରାଜ୍ୟରେ ଲକଡାଉନ, ନାଇଟ କର୍ଫ୍ୟୁ ଆରମ୍ଭ ହେଲାଣି । ଆମେ କୋଭିଡ଼ ନିୟମ ମାନିଲେ କରୋନା ସଂକ୍ରମଣ ରୋକିପାରିବା ବୋଲି ମୁଖ୍ରମନ୍ତ୍ରୀ କହିଛନ୍ତି । ଏଥିପାଇଁ ଆଜିଠାରୁ ୧୪ଦିନ ଯାଏ ମାସ୍କ ଅଭିଯାନ ଆରମ୍ଭ କରିବା । ଆଜିଠାରୁ ସଂକଳ୍ପ ନେଇ ଆମେ ସମସ୍ତେ ମାସ୍କ ପିନ୍ଧିବା । ସଠିକ ଭାବେ ମାସ୍କ ପିନ୍ଧିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ବେକରେ ଝୁଲାଇ ନୁହେଁ, ଠିକ ଭାବେ ନାକକୁ ଘୋଡ଼ାଇ ମାସ୍କ ପିନ୍ଧିବାକୁ ସେ ପରାମର୍ଶ ଦେଇଛନ୍ତି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *