ଅଚିନ୍ତା ନିଦ୍ରାରେ ଏଣ୍ଡାମେଣ୍ଟ୍ ଅଫିସରମଠ ପାଲଟିଛି ହୋଟେଲ୍ ରୁମ୍ ଓ ଭଡା ୫୦୦ ରୁ ୨୦୦୦|
ପୁରୀ:୨୫/୨ ଠାକୁରଙ୍କ ନା ରେ ଲୁଟୁଛନ୍ତି କିଛି ଅସାଧୁ ବ୍ୟକ୍ତି ମଠ ଓ ଏହାର ସମ୍ପତ୍ତି,ପୁରୀ ଜଗନ୍ନାଥ ଧାମ କୁ ଆମର ପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ କେନ୍ଦ୍ର ସରକାର ବିଶ୍ୱରେ ୧ ନମ୍ବର କରିବା ପାଇଁ ଚେଷ୍ଟା କରୁଥିବା ବେଳେ କିଛି ଅଫିସର ଏବଂ କିଛି ଅସାଧୁ ବ୍ୟକ୍ତି ଏବଂ କିଛି ସ୍ଥାନୀୟ ନେତା । ଠାକୁର ଙ୍କ ନା ରେ ଆସୁଥିବା ଏହି ଟଙ୍କା କୁ ନିଜେ ହଡପ କରିବାରେ ବ୍ୟସ୍ତ । ପୁରୀ ଏକ ଧାର୍ମିକ ସ୍ଥାନ ହୋଇଥିବାରୁ ପ୍ରତ୍ୟକ ଦିନ ଏଠାକୁ ଲକ୍ଷ ଲକ୍ଷ ଭକ୍ତ ମହାପ୍ରଭୁ ଜଗତର ନାଥ ଜଗନ୍ନାଥ କୁଂ ଦର୍ଶନ କରିବା ପାଇଁ ରାଜ୍ୟ, ରାଜ୍ୟ ବାହାରୁ ଏବଂ ବିଦେଶ ରୁ ମଧ୍ୟ ଆସିଥାନ୍ତି । ଏମାନଙ୍କ ମଧ୍ୟରେ ଅଧିକାଂଶ ଗରିବ ସିମାରେଖା ତଳେ ଥିବାରୁ ଏମାନେ ପୁରୀ ରେ ଥିବା ମଠ ,ଧର୍ମଶାଳା ରେ ସ୍ୱଳ୍ପ ଟଙ୍କାରେ ରହିଥାନ୍ତି ।କିନ୍ତୁ ବର୍ତମାନ ଏହି ମଠ ମାନଙ୍କ ରେ ଥିବା ମହନ୍ତ ଏବଂ ମନ୍ଦିର ଏଣ୍ଡାମେଣ୍ଟ୍ ଏବଂ ସ୍ଥାନୀୟ ରାଜେନେତା ମାନଂକ ର ପୁରୀ ପ୍ରଶାସନ ସହିତ ମଧୁ ଚନ୍ଦ୍ରିକା ଯୋଗୁ ମଠକୁ ଆସୁଥିବା ଉନ୍ନତି କରଣ ଅର୍ଥ କୁ ଅଧା ଲୁଟି ନିଅନ୍ତି ,ଆଉ ଅଧାରେ ମଠରେ ଥିବା ନିତିକାନ୍ତିକୂ କୂ ଭାଙ୍ଗି ହୋଟେଲ୍, ଲଜ୍ କରି ପ୍ରତି ରୁମ୍ ପିଛା ୫୦୦ ରୁ ୨୦୦୦ଟଙ୍କା ଭଡା ସୁତ୍ରରେ ଦେବା ଦ୍ୱାରା ସାଧାରଣ ଗରିବ ଲୋକମାନେ ନାହିଁ ନଥିବା ଅସୁବିଧାର ରେ ସମୁଖିନ ହେଉଛନ୍ତି । ଏତିକି ନୁହେଁ ଏଠାକୁ ଆସୁଥିବା କଲେଜ ପୁଅ ଝିଅ ମାନଙ୍କୁ ଘଣ୍ଟିକିଆ ୨୦୦୦ଟଙ୍କା ଭଡା ହିସାବରେ ଲୁଟନ୍ତି । ମଠ ର ଥିବା ଓଡିଶା ର ବିଭିନ୍ନ ସ୍ଥାନର ଯାଗା ବାଡି କୁ ଶାଗ ମାଛ ରେ ବିକ୍ରି କରିବା ଏବଂ ମଠକୁ ଆସୁଥିବା ଭକ୍ତ ଦାନ ଆକାରରେ ଅର୍ଥ ଅଳଙ୍କାର ଓ ପୁର୍ବରୁ ଥିବା ସୁନାଅଳଙ୍କାର ଗାୟବ୍ କରାଯାଉଛି । ମଠ ଏବଂ ଏଣ୍ଡାମେଣ୍ଟ୍ , ପୁରୀ ପ୍ରଶାସନ ,ସ୍ଥାନୀୟ ମୁଷ୍ଟିମେୟ ନେତା ଜାଣତରେ ହେଉଥିବାରୁ ପୁରୀ ର ମହାପ୍ରଭୁ ଜଗନ୍ନାଥ ଏବଂ ଓଡିଶା ସରକାର ବଦନାମ ହେଉଛନ୍ତି ।
ସାଧାରଣ ରେ ଚର୍ଚା ହେଉଛି ଯଦି ଏହି ମଠ ମାନଙ୍କ ରେ ହେଉଥିବା ଦୁନିତି ରୋକିବା କୂ ଆମର ପିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏମ୍ବ କେନ୍ଦ୍ର ସରକାର ଭିଜିଲାନ୍ସ କିମ୍ବା ସିବିଆଇ ତଦନ୍ତ କରନ୍ତେ ବହୁ ତଥ୍ୟ ଧରା ପଡିବା ସହିତ ଇଣ୍ଡାମେଣ୍ଟେ ର କିଛି ଅଧିକାରୀ, ମଠର କିଛି ବ୍ୟକ୍ତି ଏବଂ କିଛି ସ୍ଥାନିୟ ନେତା ଧରାପଡନ୍ତେ ।