ଗାନ୍ଧୀ ଭବନରେ “ଗାନ୍ଧୀ, ସବରକର ଓ ସ୍ୱାଧୀନତା ସଂଗ୍ରାମ” ଶୀର୍ଷକ ସ୍ମାରକୀ ବକ୍ତୃତା

ଗାନ୍ଧୀ ଭବନରେ “ଗାନ୍ଧୀ, ସବରକର ଓ ସ୍ୱାଧୀନତା ସଂଗ୍ରାମ” ଶୀର୍ଷକ ସ୍ମାରକୀ ବକ୍ତୃତା

କଟକ:03.01.24 (B.N.O) ; ଗାନ୍ଧୀଙ୍କୁ ଆମ ସାମାଜିକ, ସାଂସ୍କୃତିକ ଓ ରାଜନୈତିକ ଜୀବନରୁ ଉଭାନ୍ କରିଦେବାର ଅନବରତ ଉଦ୍ୟମ ଚାଲିଛି।ଗାନ୍ଧୀ ଶେଷ ଜୀବନ ଯାଏ ଅସ୍ପୃଶ୍ୟତାର ବିରୋଧ କରିଥିଲେ। ଏପରିକି ପ୍ରଥମେ ବର୍ଣ୍ଣ ବ୍ୟବସ୍ଥାର ସମର୍ଥକ ଥିବା ଗାନ୍ଧୀ ଶେଷବେଳକୁ ଏହା ବିରୋଧରେ ମଧ୍ୟ ଦୃଢ଼ ମତପୋଷଣ କରିବା ଆରମ୍ଭ କରିଦେଇଥିଲେ। ଗାନ୍ଧୀ ବିଭାଜନର ବିରୋଧୀ ଥିଲେ, ମାତ୍ର ସାବରକର ବିଭାଜନର ମୂଳ ପ୍ରବକ୍ତା ଥିଲେ ଏବଂ ଅସତ୍ୟକୁ ଆଳ କରି ଗାନ୍ଧୀଙ୍କୁ ଦୋଷୀ ଭାବେ ଚିତ୍ରଣ କରିଦିଆଯାଇଛି ବୋଲି ରାଷ୍ଟ୍ରପିତାଙ୍କ ବଳିଦାନର ୭୫ ବର୍ଷ ପୂର୍ତ୍ତି ଅବସରରେ ବର୍ଷବ୍ୟାପୀ ପ୍ରାୟଶ୍ଚିତ ଓ ସଂକଳ୍ପର ରାଷ୍ଟ୍ରୀୟ ଅଭିଯାନ ଅବସରରେ “ଗାନ୍ଧୀ, ସବରକର ଓ ସ୍ୱାଧୀନତା ସଂଗ୍ରାମ” ସମ୍ପର୍କିତ ଗାନ୍ଧୀ ସ୍ମାରକୀ ବକ୍ତୃତାମାଳା ପ୍ରଦାନ କରିଛନ୍ତି ବିଶିଷ୍ଟ ଐତିହାସିକ ତଥା ଲେଖକ ଶ୍ରୀଯୁକ୍ତ ଅଶୋକ କୁମାର ପାଣ୍ଡେ । ଉତ୍କଳ ଗାନ୍ଧୀ ସ୍ମାରକ ନିଧି ପକ୍ଷରୁ କଟକ ଗାନ୍ଧୀ ଭବନ ଠାରେ ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନର ରାଜ୍ୟ ସଭାପତି ଜଷ୍ଟିସ ମନୋରଞ୍ଜନ ମହାନ୍ତିଙ୍କ ଅଧ୍ୟକ୍ଷତାରେ ନିଧିର କାର୍ଯ୍ୟକାରୀ ସଭାପତି ଡ଼. ସତ୍ୟ ରାୟ ଓ ସମ୍ପାଦକ ଜୟନ୍ତ କୁମାର ଦାସ ଉତ୍ତରୀୟ ଓ ଫୁଲତୋଡା ଦେଇ ଶ୍ରୀ ପାଣ୍ଡେଙ୍କୁ ସମ୍ବର୍ଦ୍ଧିତ କରିଥିବା ବେଳେ ଦିଲ୍ଲୀ ବିଶ୍ଵବିଦ୍ୟାଳୟର ଅଧ୍ୟାପିକା ପ୍ରଫେସର ସୁଜାତା ପାଣ୍ଡେଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରିଥିଲେ ଯୁଗ୍ମ ସାମ୍ପାଦିକା ଅନିମା ରାୟ। ବରିଷ୍ଠ ସ୍ତମ୍ଭକାର ଅମୀୟ ପାଣ୍ଡବ ସ୍ୱାଗତ ଭାଷଣ ଓ କେନ୍ଦ୍ରୀୟ ଗାନ୍ଧୀ ସ୍ମାରକ ନିଧିର ଟ୍ରଷ୍ଟି ଡଃ ବିଶ୍ଵଜିତ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଉତ୍କଳ ସର୍ବୋଦୟ ମଣ୍ଡଳର ସଭାପତି ମିହିର ପ୍ରତାପ ଦାସ ଧନ୍ୟବାଦ ଅର୍ପଣ କରିଥିଲେ।

NEWSBY BIJAY KUMAR PANDA
Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *