ସାମ୍ବାଦିକ ବନବିହାରୀ ମହାନ୍ତି ସମ୍ମାନ ପାଇବେ ସୁକେଶ ବେହେରା

ସାମ୍ବାଦିକ ବନବିହାରୀ ମହାନ୍ତି ସମ୍ମାନ ପାଇବେ ସୁକେଶ ବେହେରା
କଟକ,୧୫/୧୨/:(B.N.O.)

NEWS BY MALAYA PARIJA(CUTTACK)

ଚଳିତ ବର୍ଷ ମର୍ଯ୍ୟାଦାଜନକ ସାମ୍ବାଦିକ ବନବିହାରୀ ମହାନ୍ତି ସ୍ମୃତି ସମ୍ମାନ ପାଇବେ ଯୁବ ସାମ୍ବାଦିକ ସୁକେଶ ବେହେରା । ବନବିହାରୀ ମହାନ୍ତି ଫାଉଣ୍ଡେସନ ଓ ପ୍ରେସ୍‌କ୍ଲବ ପକ୍ଷରୁ ଏନେଇ ଆଜି ଘୋଷଣା କରାଯାଇଛି । ଶ୍ରୀ ବେହେରା୧୨ବର୍ଷରୁ ଉର୍ଦ୍ଧ୍ୱକାଳ ରାଜ୍ୟର ବିଭିନ୍ନ ପ୍ରମୁଖ ଓଡ଼ିଆ ସମ୍ବାଦପତ୍ରରେ ସ୍ୱଚ୍ଛ, ନିରପେକ୍ଷ ତଥା ମୂଲ୍ୟଭିତ୍ତିକ ସମ୍ବାଦ ପରିବେଷଣ କରିଆସିଛନ୍ତିି । ସାମ୍ବାଦିକତା ପ୍ରତି ବୃତ୍ତିଗତ ନିଷ୍ଠା ଓ ଅଙ୍ଗିକାର ବଦ୍ଧତା ପାଇଁ ତାଙ୍କୁ ଚଳିତ ବର୍ଷ ଏହି ମର୍ଯ୍ୟାଦାଜନକ ସମ୍ମାନ ଦେବାପାଇଁ ଫାଉଣ୍ଡେସନର ଚୟନ କମିଟି ପକ୍ଷରୁ ଆୟୋଜିତ ଏକ ବୈଠକରେ ସର୍ବସମ୍ମତି କ୍ରମେ ନିଷ୍ପତ୍ତି ନିଆଯାଇଛି । ଆସନ୍ତା ୧୮ତାରିଖ ସନ୍ଧ୍ୟାରେ ଚୌଧୁରୀବଜାର ସ୍ଥିତ ପ୍ରେସ୍‌କ୍ଲବ ସମ୍ମିଳନୀକକ୍ଷରେ ଫାଉଣ୍ଡେସନ୍ ଓ କଟକ ପ୍ରେସ୍‌କ୍ଲବର ଆନୁକୂଲ୍ୟରେ ଏକ ଭବ୍ୟ ଉତ୍ସବ ଅନୁଷ୍ଠିତ ହେବ । ଏହି ଉତ୍ସବରେ ଶ୍ରୀ ବହେରାଙ୍କୁ ଉକ୍ତ ସମ୍ମାନରେ ସମ୍ମାନିତ କରାଯିବ । ପୁରସ୍କାର ସ୍ୱରୂପ ୫ ହଜାର ଟଙ୍କା, ମାନପତ୍ର, ଉପଢୌକନ ଓ ସ୍ମୃତିଫଳକ ପୂର୍ବକ ଏହି ସମ୍ମାନ ତାଙ୍କୁ ପ୍ରଦାନ କରାଯିବ ବୋଲି ଫାଉଣ୍ଡେସନର ମାନେଜିଂ ଟ୍ରଷ୍ଟି ଲକି ପ୍ରଜ୍ଞା ପ୍ରତିଷ୍ଠିତ ମହାନ୍ତି, ଟ୍ରଷ୍ଟି ତଥା ସାମ୍ବାଦିକ ଆଲୋକ ନାୟକ,ବରିଷ୍ଠ ସାମ୍ବାଦିକ ପ୍ରଦୀପ ସାହୁ ଜଣାଇଛନ୍ତି ।

 

 

 

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *