ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା – ୨୦୨୩

ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା – ୨୦୨୩

NEWS BY I&PR (ODISHA)

ଓଡିଶା ପାଭିଲିୟନରେ ମହିଳା ସଶକ୍ତିକରଣର ଚିତ୍ର 

ନୂଆଦିଲ୍ଲୀ:22.11.23(B.N.O.): ଓଡିଶାର ମହିଳାମାନଙ୍କୁ ସ୍ୱରୋଜଗାରୀ ଓ ସ୍ୱାବଲମ୍ବୀ କରିବା ସହିତ ସମାଜରେ ସେମାନଙ୍କୁ ଏକ ସମ୍ମାନଜନକ ପରିଚୟ ପ୍ରଦାନ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ନବୀନ ପଟ୍ଟନାୟକଙ୍କ ପ୍ରେରଣାଦାୟୀ ନେତୃତ୍ୱରେ ୨୦୦୮ ମସିହାରେ ଗଠିତ ମିଶନ ଶକ୍ତି ଆଜି ଏକ ମହାଦ୍ରୁମରେ ପରିଣତ ହୋଇଛି । ମିଶନ ଶକ୍ତି ଅଧୀନରେ ସୁସଂଗଠିତ ୬ ଲକ୍ଷ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ମାଧ୍ୟମରେ ରାଜ୍ୟର ୭୦ ଲକ୍ଷ ମହିଳା ଆର୍ôଥକ ଦୃଷ୍ଟିରୁ ସଶକ୍ତ ହେବା ସହିତ ସେମାନଙ୍କ ପରିବାର ମଧ୍ୟ ଆର୍ôଥକ ଦୃଷ୍ଟିକୋଣରୁ ସ୍ୱଚ୍ଛଳ ହୋଇପାରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଆନ୍ତରିକ ଉଦ୍ୟମ କ୍ରମେ ରାଜ୍ୟର ମହିଳାମାନେ କେବଳ ସଶକ୍ତ ହୋଇନାହାନ୍ତି, ବରଂ ଆଜି ସେମାନେ ମହିଳା ଉଦ୍ୟୋଗୀରେ ପରିଣତ ହୋଇଛନ୍ତି । ଯାହାର ପ୍ରତିଫଳନ ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳାର ଓଡିଶା ପାଭିଲିୟନ ଦେଖିବାକୁ ମିଳିଛି । ପାଭିଲିୟନର ୫ ନମ୍ବର ଷ୍ଟଲରେ ଜଗତସିଂହପୁର ଜିଲ୍ଲାର ପ୍ରଗତି କାଇଁଚ ଉତ୍ପାଦକ ଗୋଷ୍ଠୀ ଦ୍ୱାରା କାଇଞ୍ଚରୁ ପ୍ରସ୍ତୁତ ବିଭିନ୍ନ ଗୃହସଜ୍ଜା, ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଓ ଡବା/ବାକ୍ସ ଏବଂ ବାଲେଶ୍ୱର ଜିଲ୍ଲାର ବିଜୟିନୀ ଉତ୍ପାଦକ ଗୋଷ୍ଠୀ ଦ୍ୱାରା ଝୋଟରୁ ପ୍ରସ୍ତୁତ ଲାପଟପ ବ୍ୟାଗ, ମହିଳାମାନଙ୍କ ପାଇଁ ସୁନ୍ଦର ଡିଜାଇନର ଭ୍ୟାନିଟି ବ୍ୟାଗ ଓ ମନିପର୍ସ ମିଳୁଥିବାବେଳେ ୬ ନମ୍ବର ଷ୍ଟଲରେ ମୟୂରଭଞ୍ଜ ଜିଲ୍ଲାର ମାତୃଶକ୍ତି ଉତ୍ପାଦକ ଗୋଷ୍ଠୀ ଦ୍ୱାରା ରେଶମ ସୂତାରୁ ପ୍ରସ୍ତୁତ ଅଳଙ୍କାର ଏବଂ ମା’ଅନ୍ଧାରୀବୁଢୀ ଉତ୍ପାଦକ ଗୋଷ୍ଠୀ ଦ୍ୱାରା ସବାଇ ଘାସରୁ ପ୍ରସ୍ତୁତ ବିଭିନ୍ନ ଆକାରର ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଓ ଡବା/ବାକ୍ସ ଆଦି ମିଳୁଛି । ଅନୁରୂପ ଭାବେ, ଓଡିଶା ପ୍ରସିଦ୍ଧ ସୁନ୍ଦର ସୁନ୍ଦର ଡୋକ୍ରା କାରୁକାର୍ଯ୍ୟ ସାମଗ୍ରୀ ପ୍ରସ୍ତୁତ କରିଥିବା ମୟୂରଭଞ୍ଜ ଜିଲ୍ଲାର ଜୟ ମା’ଦୁର୍ଗା ଉତ୍ପାଦକ ଗୋଷ୍ଠୀ ଏବଂ ଟସର ହସ୍ତତନ୍ତ ଓ ବୟନ ପାଇଁ ପ୍ରସିଦ୍ଧ ଯାଜପୁର ଜିଲ୍ଲାର ଓମ୍‌ଶାନ୍ତି ଟସର ହସ୍ତତନ୍ତ ଉତ୍ପାଦକ ଗୋଷ୍ଠୀ ଦ୍ୱାରା ଉଭୟ ମହିଳା ଓ ପୁରୁଷଙ୍କ ପାଇଁ ପ୍ରସ୍ତୁତ ଟସର ବସ୍ତ୍ର ୭ ନମ୍ବର ଷ୍ଟଲରେ ମିଳୁଥିବାବେଳେ ୮ ନମ୍ବର ଷ୍ଟଲରେ ବଲାଙ୍ଗୀର ଜିଲ୍ଲା ପ୍ରଗତି ଉତ୍ପାଦକ ଗୋଷ୍ଠୀ ଦ୍ୱାରା ପ୍ରସ୍ତୁତ ହସ୍ତତନ୍ତ ବସ୍ତ୍ର ଏବଂ ନବରଙ୍ଗପୁରର ମା’ବନଦୁର୍ଗା ସ୍ୱୟଂ ସହାୟକ ଗୋଷ୍ଠୀ ଦ୍ୱାରା ପ୍ରସ୍ତୁତ ଜନଜାତି ଅଳଙ୍କାର ମିଳୁଛି । ପାଭିଲିୟନର ୯ନମ୍ବର ଷ୍ଟଲରେ କନ୍ଧମାଳ ଜିଲ୍ଲାରେ ଉତ୍ପାଦିତ ହଳଦୀ, ସୋରିଷ, ମସଲା ଆଦି ଜୈବିକ କୃଷିଜାତ ପଦାର୍ଥର ପ୍ରକ୍ରିୟାକୃତ ସାମଗ୍ରୀ ଜିଲ୍ଲାର ମାତୃଶକ୍ତି ଉତ୍ପାଦକ ଗୋଷ୍ଠୀ ଉପଲବ୍ଧ କରୁଛନ୍ତି । ମିଶନ ଶକ୍ତିର ଷ୍ଟଲଗୁଡିକରେ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀର ସଦସ୍ୟାମାନେ ସେମାନଙ୍କ ପାରମ୍ପାରିକ ପୋଷାକରେ ରହୁଥିବାରୁ ଦର୍ଶକମାନେ ସେମାନଙ୍କ ଉତ୍ପାଦ ଉପରେ ଆସ୍ଥା ପ୍ରକଟ କରୁଛନ୍ତି । ୨୧ ତାରିଖ ସୁଦ୍ଧା ପାଭିଲିୟନର ୫ଟି ମିଶନ ଶକ୍ତି ଷ୍ଟଲ ୮୦ ହଜାର ଟଙ୍କାର ବ୍ୟବସାୟ କରିଛି । ୧୪ ତାରିଖରୁ ୨୧ତାରିଖ ମଧ୍ୟରେ ଓଡିଶା ପାଭିଲିୟନକୁ ପାଖାପାଖି ୧ଲକ୍ଷ ଲୋକ ଆସିଥିବାବେଳେ ୩୧ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ବ୍ୟବସାୟ ହୋଇଛି ବୋଲି ପାଭିଲିୟନ ନିର୍ଦ୍ଦେଶକ ସୂର୍ଯ୍ୟରଞ୍ଜନ ମହାନ୍ତି ପ୍ରକାଶ କରିଛନ୍ତି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *