ଓଡ଼ିଶାରେ ଆଜି ୯, ୮୭୦ ସଂକ୍ରମିତ ହେଲେ ସୁସ୍ଥ, ଜାଣନ୍ତୁ କେଉଁଠୁ କେତେ ?

ଭୁବନେଶ୍ୱର  : ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ପୁଣି ବଢୁଥିବା ବେଳେ ଆସିଛି ଏକ ଖୁସି ଖବର । ରାଜ୍ୟରେ ଆଉ ୯ ହଜାର ୮୭୦ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । କରୋନାରୁ ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କ ସଂଖ୍ୟା ୫ ଲକ୍ଷ ୫୬ ହଜାର ୫୦୧ କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ଆଜି ଖୋର୍ଦ୍ଧାରୁ ସର୍ବାଧିକ ୧୬୭୩ ଜଣ ସୁସ୍ଥ ହୋଇଥିବା ବେଳେ ସୁନ୍ଦରଗଡରୁ ୭୮୯, ନୂଆପଡାରୁ ୬୫୦, କଟକରୁ ୬୪୬, ଅନୁଗୁଳରୁ ୫୯୨, ବଲାଙ୍ଗୀରିରୁ ୪୨୫, ଝାରସୁଗୁଡାରୁ ୩୫୭, ସମ୍ବଲପୁରରୁ ୩୫୬, ନବରଙ୍ଗପୁରରୁ ୩୫୪, ଗଞ୍ଜାମରୁ ୩୨୫, ବାଲେଶ୍ବରରୁ ୩୧୩, ବରଗଡରୁ ୨୬୪, ଜଗତସିଂହପୁରରୁ ୨୩୩, ମୟୂରଭଞ୍ଜରୁ ୨୩୩, କଳାହାଣ୍ଡିରୁ ୨୧୫, ବୌଦ୍ଧରୁ ୨୧୪, ସୋନପୁରରୁ ୨୦୫, କେନ୍ଦୁଝରରୁ ୨୦୩, କୋରାପୁଟରୁ ୧୯୨, କେନ୍ଦ୍ରାପଡାରୁ ୧୮୫, ଯାଜପୁରରୁ ୧୮୪, ନୟାଗଡରୁ ୧୮୪, ରାୟଗଡାରୁ ୧୬୯, ଦେବଗଡରୁ ୧୧୮, ପୁରୀରୁ ୧୧୫, ଢେଙ୍କାନାଳରୁ ୧୦୨, ଗଜପତିରୁ ୧୦୦, କନ୍ଧମାଳରୁ ୮୬, ମାଲକାନଗିରିରୁ ୬୬, ଭଦ୍ରକରୁ ୫୨ ଏବଂ ଷ୍ଟେଟ ପୁଲରୁ ୨୮୦ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *