ସିଡିଏ ସେକ୍ଟର ୭ ରେ ଭାଗବତ ପ୍ରଚାରଆଧ୍ୟାତ୍ମିକ ଚର୍ଚ୍ଚା ଓ ଭାବର ଭଜନ 
କଟକ:13.09.23 (BREAKING NEWS ODIA)ସିଡିଏ ସେକ୍ଟର ୭ ଆଖଣ୍ଡଳମଣୀ ମନ୍ଦିର ପ୍ରାଙ୍ଗଣରେ ସଂସାରର ଶାନ୍ତି ପାଇଁ ପ୍ରତ୍ୟେକ ମଙ୍ଗଳବାର ସଂଧ୍ୟାରେ ଭାଗବତ ପ୍ରଚାର, ଭାବର ଭଜନ ଓ ଆଧ୍ୟାତ୍ମିକ ଚର୍ଚ୍ଚା ଅନୁଷ୍ଠିତ ହେଉଅଛି।  ସଂଧ୍ୟାରେ ବିଶିଷ୍ଠ ଆଧ୍ୟାତ୍ମିକ ପ୍ରବକ୍ତା ଶ୍ରୀଯୁକ୍ତ ନଳିନୀକାନ୍ତ ସାହୁ ପ୍ରବଚନ ମାଧ୍ୟମରେ ପରିସରକୁ ଆଧ୍ୟାତ୍ମିକ ଗାମୀ କରିଥିଲେ। ଏହି କାର୍ଯ୍ୟକ୍ରମକୁ ମନ୍ଦିର କମିଟିର ସାଂସ୍କୃତିକ ସମ୍ପାଦକ ଶ୍ରୀଯୁକ୍ତ ମୁରଲୀଧର ଶତପଥିଙ୍କ ନେତୃତ୍ବରେ ଭାଗବତ ପ୍ରଚାର ପରିଚାଳନା କରିଥିଲେ। ସର୍ବ ପ୍ରଥମେ ପଣ୍ଡିତ ଦୁଲାଲ କୃଷ୍ଣ ପତି ଥାନପତି ଭାବେ ଭାଗବତ ପାଠ କରିଥିଲେ।ମନ୍ଦିରର ମୁଖ୍ଯ ପୂଜକ ପଣ୍ଡିତ କ୍ଷୀରୋଦ କୁମାର ଦାଶ ଆଖଣ୍ଡଳମଣୀଙ୍କୁ ପୂଜାର୍ଚ୍ଚନା କରି ଉପସ୍ଥିତ ଭକ୍ତଙ୍କୁ ଆଧ୍ୟାତ୍ମିକ ଗାମୀ କରିଥିଲେ। ଉକ୍ତ କାର୍ଯ୍ୟକ୍ରମ ରେ କଣ୍ଠଶିଳ୍ପୀ ସଂଜୟ ଦେଏ ଗୀତାଞଳୀ ସାହୁ ଓ ବିକି ଶତପଥି ଭାବ ଭିତ୍ତିକ ଭଜନ ପରିବେଷଣ କରି ଭକ୍ତି ରସରେ ପ୍ଳାବିତ କରିଥିଲେ। ଏହି କାର୍ଯ୍ୟକ୍ରମରେ ଭାଗବତ ପ୍ରଚାର ସମିତିର ଆବାହକ ଓ ସଦସ୍ଯ ସର୍ବଶ୍ରୀ ଅଶୋକ କୁମାର ତ୍ରିପାଠୀ,ଡାକ୍ତର ଦୀପକ ରାଜ୍ ,ଅଦୈତ ଚରଣ ନାୟକ, ଅଦୈତ ଚରଣ ପ୍ରଧାନ, ଭାଷ୍କର ନାୟକ, ଅନନ୍ତ ବିଶ୍ବାଳ, ଅକ୍ଷୟ କୁମାର କର, ବିଜୟ କୁମାର ସ୍ବାଇଁ,ଅମିତାଭ ଦାଶ, ଭାରତୀ ସାହୁ,ସରୋଜ କାନ୍ତ ସାହୁ, ପ୍ରୀତି ପ୍ରେମ ପ୍ରିୟା ରାଉତ, ହର ପ୍ରୀୟା ପତି,ସସ୍ମିତା ସ୍ବାଇଁ,ମମତା ବରୁ,ଭାରତୀ ସାହୁ,ପବିତ୍ରା ମଞରୀ ନାୟକ, ରଶ୍ମୀ ଦାଶ , ବିଭୁଦତ୍ତ ତ୍ରିପାଠୀ, ବାସନ୍ତୀ ଦାସ ଓ ସଂଯୋଜ କୁମାର ସାମନ୍ତରାୟ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ। ସର୍ବ ଶେଷରେଭାଗବତ ପ୍ରଚାର ସମିତିର ଆବାହକ ଶ୍ରୀଯୁକ୍ତ ରମେଶ ଚନ୍ଦ୍ର ଦାସ ଧନ୍ୟବାଦ ଅର୍ପଣ କରିଥିଲେ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *