ନୂତନ ଉନ୍ନତ ଅଭିଳାଷା ଯୋଜନା କ୍ୟାବିନେଟରେ ମଞ୍ଜୁର ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲେ ବିଧାୟକ ସୌଭିକ ବିଶ୍ଵାଳ ।

ନୂତନ ଉନ୍ନତ ଅଭିଳାଷା ଯୋଜନା କ୍ୟାବିନେଟରେ ମଞ୍ଜୁର ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲେ ବିଧାୟକ ସୌଭିକ ବିଶ୍ଵାଳ ।
କଟକ :12.08.23 BREAKING NEWS ODIA (Report by Radhakanta dash) ମଗ୍ର ରାଜ୍ୟର ବିକାଶ କ୍ଷେତ୍ରରେ ମୁଖ୍ୟମନ୍ତ୍ରୀଙ୍କ ପ୍ରଚେଷ୍ଟା ସର୍ବଦା ଅତୁଳନୀୟ ଅଟେ । ଭାରତ ବର୍ଷରେ ରାଜ୍ୟକୁ ସର୍ବାଗ୍ରେ ପହଞ୍ଚାଇବା ନିମନ୍ତେ ନୂତନ ଉନ୍ନତ ଅଭିଲାଷା ଯୋଜନା ଆସନ୍ତା ୩ ବର୍ଷ ମଧ୍ୟରେ ରାଜ୍ୟରେ ପ୍ରତିବର୍ଷ ଏକ ଲକ୍ଷ ଯୁବକଯୁବତୀଙ୍କୁ ଦକ୍ଷ କରିବା ପାଇଁ ୩ କୋଟି ୮୫ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ଏହି ନୂତନ ଯୋଜନାକୁ କ୍ୟାବିନେଟରେ ଅନୁମୋଦନ କରାଯାଇଛି । ଉନ୍ନତମାନର ପ୍ରଶିକ୍ଷଣ ପ୍ରଦାନ, ଶିଳ୍ପ ସଂଯୋଗକୁ ପ୍ରୋତ୍ସାହିତ କରିବା ଏବଂ ନିଯୁକ୍ତି ଦକ୍ଷତା ବୃଦ୍ଧି କରି ଉଦୀୟମାନ କ୍ଷେତ୍ରରେ ଦକ୍ଷମାନବ ସମ୍ବଳର ଅଭାବକୁ ଦୂର କରିବା ଦିଗରେ ଏହି ଯୋଜନା କାର୍ଯ୍ୟ କରିବ । ପାରମ୍ପରିକ କ୍ଷେତ୍ର (ହସ୍ତଶିଳ୍ପ, ହସ୍ତ କୃଷି ଇତ୍ୟାଦି)ରେ ନୂତନ ଯୁଗର ଜ୍ଞାନକୌଶଳର ବ୍ୟବହାରରେ ଥିବା ଦକ୍ଷତା-ବ୍ୟବଧାନକୁ ଦୂର କରିବାରେ ଏହା ବେଶ୍ ସହାୟକ ହେବ। ଏଥିରେ ଯୁବବର୍ଗଙ୍କ ପାଇଁ ନୂତନ ଦକ୍ଷତା, ବିଦ୍ୟମାନ ଛାତ୍ରଛାତ୍ରୀଙ୍କ ପାଇଁ ଆଡ୍ ଅନ୍ ସ୍କିଲ୍ ପାଠ୍ୟକ୍ରମ,
ଶିକ୍ଷାନୁଷ୍ଠାନରେ ଯୁବକମାନଙ୍କ ପାଇଁ ଡିଜିଟାଲ ଓ ଇ-ପାଠ୍ୟକ୍ରମ, ବିଭିନ୍ନ ଅନୁଷ୍ଠାନରେ ଛାତ୍ରଛାତ୍ରୀଙ୍କ ପାଇଁ ନିଯୁକ୍ତି ଦକ୍ଷତା ଇତ୍ୟାଦି ଯୋଗାଇ ଦିଆଯିବ । ରାଜ୍ୟର ୩୦ଟି ଜିଲ୍ଲାରେ କାର୍ଯ୍ୟକାରୀ ହେବାକୁ ଥିବା ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର ଦକ୍ଷତା ଅନୁଷ୍ଠାନ (ଆଇଟିଆଇ, ପଲିଟେକନିସିଆନ ଇତ୍ୟାଦି), ସରକାରୀ ଦକ୍ଷତା ଅନୁଷ୍ଠାନ, ଶିକ୍ଷାନୁଷ୍ଠାନ, କ୍ଲଷ୍ଟର (ଏମ୍ଏସ୍ଏମ୍ଇ, କୃଷି, ହସ୍ତ ଶିଳ୍ପ
ଇତ୍ୟାଦି) ମାଧ୍ୟମରେ ଦକ୍ଷତା ସୁଯୋଗ ଯୋଗାଇ ଦିଆଯିବ । ପ୍ରତିଷ୍ଠିତ ଶିଳ୍ପ ଏବଂ ପ୍ରଶିକ୍ଷଣ ପ୍ରଦାନକାରୀ, ଶିଳ୍ପ ସଂଘ ଇତ୍ୟାଦିଙ୍କୁ ନେଇ ଗଠିତ ବିଶ୍ୱସନୀୟ କାର୍ଯ୍ୟକ୍ରମ କାର୍ଯ୍ୟକାରୀ ସଂସ୍ଥା ଗୁଡ଼ିକୁ ଭିନ୍ନ ଏବଂ ପ୍ରୋତ୍ସାହନ ଭିତ୍ତିକ ଆଭିମୁଖ୍ୟ ଉପରେ ଆଧାରିତ ଏକ ସକ୍ଷମ ନୀତି ଢାଞ୍ଚା ମାଧ୍ୟମରେ ଦକ୍ଷତା କାର୍ଯ୍ୟକ୍ରମ ପ୍ରଦାନ କରିବା ପାଇଁ ନିୟୋଜିତ କରାଯିବ । ରାଜ୍ୟରେ ଅତ୍ୟାଧୁନିକ ପ୍ରଶିକ୍ଷଣ କେନ୍ଦ୍ର, ସୁସଜ୍ଜିତ ଲ୍ୟାବ୍ ଏବଂ ଏକ ସୁଦୃଢ଼ ଦକ୍ଷତା ପରିବେଶ ପ୍ରତିଷ୍ଠା ହେଲେ ‘ସ୍କିଲ୍ଟ-ଇନ୍- ଓଡ଼ିଶା’ ବ୍ରାଣ୍ଡକୁ ସୁଦୃଢ଼ କରିବାରେ ସହାୟକ ହେବ ବୋଲି ଆଜି (ଶୁକ୍ରବାର) ମାଛୁଆବଜାର ସ୍ଥିତ ସର୍କିଟ ହାଉସ ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଚୌଦ୍ଵାର କଟକ ବିଧାୟକ ସୌଭିକ ବିଶ୍ଵାଳ ଏହି ଅବସରରେ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା
ଜଣାଇଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ଛାତ୍ର ଉପସଭାପତି ଭବାନୀ ଶଙ୍କର ଦାସ, ଜିଲ୍ଲା ବିଜେଡି ସଭାପତି ସ୍ମୃତିରଞ୍ଜନ ନାୟକ, ଅଶୋକ ମିଶ୍ର, ସମ୍ପାଦକ ଅରୁଣ କୁମାର ରାଓଙ୍କ ସମେତ ଚୌଦ୍ଵାର କଟକ ମହିଳା ସଭାନେତ୍ରୀ ସୌଭାଗିନୀ ଜେନା, ନଗର ବିଜେଡିର କାର୍ଯ୍ୟକାରୀ ସଭାପତି ଇଂ ସୁବ୍ରତ ଘଡାଇ, ଉପସଭାପତି ରାଜେନ୍ଦ୍ର ରଣା, ସାଧାରଣ ସମ୍ପାଦକ ତାପସ ମହାନ୍ତି, ସମ୍ପାଦକ ବିଷ୍ଣୁ ସାହୁଙ୍କ ସମେତ ବହୁ କର୍ମକର୍ତା ଉପସ୍ଥିତ ଥିଲେ ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *