ଓଡ଼ିଶା ମଡେଲକୁ ଆପଣାଇଲେ ୯ ରାଜ୍ୟ ଓ ୪ କେନ୍ଦ୍ରଶାସିତ ଅଞ୍ଚଳ

ଭୁବନେଶ୍ୱର: ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲାରେ ଓଡ଼ିଶା ରୋଲ୍ ମଡେଲ । ୨୧ ବର୍ଷ ଧରି ବାତ୍ୟା, ବନ୍ୟା, ମରୁଡ଼ିକୁ ରାଜ୍ୟ ଯେପରି ସଫଳତାର ସହ ମୁକାବିଲା କରିଛି, ତାକୁ ସାରା ବିଶ୍ୱ ପ୍ରଶଂସା କରିଛି । ଏଥିପାଇଁ ଓଡ଼ିଶାକୁ ୯ଟି ରାଜ୍ୟ ଓ ୪ଟି କେନ୍ଦ୍ର ଶାସିତ ଅଞ୍ଚଳ ଅନୁକରଣ କରିଛନ୍ତି । ସେମାନଙ୍କୁ ବିପର୍ଯ୍ୟୟ ମୁକାବିଲା ଶିକ୍ଷା ଦେବା ପାଇଁ ଓଡ଼ିଶାକୁ ଲାଲବାହାଦୂର ଶାସ୍ତ୍ରୀ ଜାତୀୟ ପ୍ରଶାସନିକ ଏକାଡେମୀ ମନୋନୀତ କରିଛି । କାଲିଠାରୁ ତିନିଦିନ ଧରି ଭୁବନେଶ୍ୱରରେ ଅନ୍ୟ ରାଜ୍ୟର ପ୍ରଶାନିକ ଅଧିକାରୀ ପ୍ରଶିକ୍ଷଣ ନେବେ । ପ୍ରାକୃତିକ ବିପର୍ଯ୍ୟୟ ମୁକାବଲାରେ ଓଡ଼ିଶାକୁ ସାରା ବିଶ୍ୱର ପ୍ରଶଂସା । ଓଡ଼ିଶା ମଡେଲକୁ ଆପଣାଇଲେ ୯ ରାଜ୍ୟ ଓ ୪ କେନ୍ଦ୍ରଶାସିତ ଅଞ୍ଚଳ । ପଢ଼ିବେ ପାଠ, ନେବେ ପ୍ରଶିକ୍ଷଣ । ଫାଇଲିନ୍, ହୁଡ୍ହୁଡ୍, ତିତଲି, ଫନି, ବୁଲ୍ବୁଲ୍, ଅମ୍ପାନ, ୟସ୍, ଆଉ ଏବେ ଗୁଲାବ । ଗତ ୯ ବର୍ଷ ଭିତରେ ଓଡ଼ିଶା ୮ଟି ବାତ୍ୟାର ସାମ୍ନା କରିଛି । ପ୍ରାକୃତିକ ବିପର୍ଯ୍ୟୟର ସଫଳ ମୁକାବିଲା ସହିତ ମିଶନ ଜିରୋ କାଜୁଆଲଟିରେ ବି ସଫଳ ହୋଇଛି ଓଡ଼ିଶା । ଏଥିପାଇଁ ରାଜ୍ୟକୁ ଜାତିସଂଘ ପ୍ରଶଂସା କରିଛି । ବିପର୍ଯ୍ୟୟ ମୁକାବିଲା ଶିକ୍ଷା ଦେବା ପାଇଁ ଓଡ଼ିଶାକୁ ଚୟନ କରିଛି ଲାଲବାହାଦୂର ଶାସ୍ତ୍ରୀ ଜାତୀୟ ପ୍ରଶାସନିକ ଏକାଡେମୀ । ଛତିଶଗଡ଼, ପଶ୍ଚିମବଙ୍ଗ, ଗୁଜରାଟ, ତାମିଲନାଡ଼ୁ, ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ, କେରଳ, ମହାରାଷ୍ଟ୍ର ଆଦି ୯ ରାଜ୍ୟ ଓ ୪ କେନ୍ଦ୍ରଶାସିତ ଅଞ୍ଚଳର ୨୨ରୁ ଅଧିକ ପ୍ରଶାସନିକ ଅଧିକାରୀ ଓଡ଼ିଶାଠାରୁ ଏନେଇ ଶିକ୍ଷା ନେବେ । କାଲିଠାରୁ ୩ ଦିନ ଧରି ଗୋପବନ୍ଧୁ ଏକାଡେମୀରେ କର୍ମଶାଳା ଆୟୋଜନ ହେଉଛି । କୋଣାର୍କର ରାମଚଣ୍ଡିରେ ବିପର୍ଯ୍ୟୟ ମୁକାବିଲାର ବାସ୍ତବ ଶିକ୍ଷା ଦିଆଯିବ । ପାଣିରୁ ଉଦ୍ଧାର, ଯାନ୍ତ୍ରିକ ଡଙ୍ଗା ଦ୍ୱାରା ଲୋକଙ୍କୁ ସ୍ଥାନାନ୍ତର, ରାସ୍ତା ସଫା ପାଇଁ ଗଛ କଟା ନେଇ ଦିଆଯିବ ଶାରୀରିକ ଶିକ୍ଷା । ଓସଡମା ପକ୍ଷରୁ ଶିକ୍ଷା ଦିଆଯିବ । ୧୯୯୯ ମସିହାରେ ଓଡ଼ିଶା ମହାବାତ୍ୟାର ଭୟାବହତା ଦେଖିଥିଲା । ୨୦୦୦ ମସିହାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବଳିଷ୍ଠ ନେତୃତ୍ୱ ଓ ପ୍ରଶାସିନକ ସୁପରିଚାଳନାରେ ଓଡ଼ିଶା ଆଜି ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲାରେ ବିଶ୍ୱରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *