ରାଜ୍ୟରେ ପହଞ୍ଚିଲା ଆଉ ୯ଲକ୍ଷ ୪୩ ହଜାର ୯୩୦ କୋଭିସିଲ୍ଡ ଡୋଜ୍

ଭୁବନେଶ୍ୱର: ରାଜ୍ୟରେ ପହଞ୍ଚିଲା କୋଭିସିଲ୍ଡ ଟିକା । ୯ଲକ୍ଷ ୪୩ ହଜାର ୯୩୦ ଡୋଜ୍ କୋଭିସିଲ୍ଡ ଟିକା ପହଞ୍ଚିଛି ଥିବା ନେଇ ସୂଚନା ଦେଇଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହି କହିଛନ୍ତି । ଏହି ଟିକାକୁ ସମସ୍ତ ଜିଲ୍ଲାକୁ ପଠାଯିବ । ଗତକାଲି ୧ଲକ୍ଷ କୋଭିସିଲଡ ଟିକା ଆସିଥିଲା । ଟିକା ଅଭାବରୁ ଆଜି ରାଜ୍ୟର ୧୭ଟି ଜିଲ୍ଲାରେ ଟିକାକରଣ ବନ୍ଦ ରହିଛି । ସ୍ପାଇସ୍ ଜେଟରସ୍ୱତନ୍ତ୍ର ବିମାନ ଯୋଗେ ପୁନେରୁ କୋଭିସିଲ୍ଡ ଟିକା ଆସି ଭୁବନେଶ୍ୱରେ ପହଞ୍ଚିଛି । ୯୪ ହଜାର ୩୯୩ ଭାଏଲରେ କୋଭିସିଲ୍ଡର ୯ ଲକ୍ଷ ୪୩ ହଜାର ୯୩୦ ଡୋଜ୍ ଟିକା ରହିଛି । ଏହି ଟିକା ପହଞ୍ଚିବା ପରେ ରାଜ୍ୟରେ ଟିକାକରଣ ସ୍ୱାଭାବିକ ହେବ ବୋଲି ଆଶା କରାଯାଉଛି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *