ଆଜି ରାଜ୍ୟରୁ ଚିହ୍ନଟ ହେଲେ ୮୭୩୫ ପଜିଟିଭ୍

ଭୁବନେଶ୍ୱର : ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ସଂକ୍ରମଣ ଗୋଟିଏ ଦିନ ହ୍ରାସ ପାଇବା ପରେ ପୁଣି ପରଦିନ ବୃଦ୍ଧି ପାଉଥିବାର ଦେଖିବାକୁ ମିଳୁଛି। ଯେତେ ଲକଡାଉନ୍ ଲାଗୁହେଲେ ମଧ୍ୟ କରୋନା ଉପରେ ସାମାନ୍ୟ ପ୍ରଭାବ ପକାଇ ପାରୁନାହିଁ । ଏହା ମଧ୍ୟରେ ଆଜି ପୁଣି ୮୭୩୫ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ସଙ୍ଗରୋଧରୁ ୪୮୯୨ ଓ ସ୍ଥାନୀୟ ଅଞ୍ଚଳରୁ ୩୮୪୩ ଜଣ ଚିହ୍ନଟ ହୋଇଛନ୍ତି । ଏହି କ୍ରମରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭ ଲକ୍ଷ ୭୩ ହଜାର ୭୩୨ରେ ପହଞ୍ଚିଛି । ରାଜ୍ୟରେ ସୁସ୍ଥ ସଂଖ୍ୟା ୬ ଲକ୍ଷ ୮୦ ହଜାର ୯୩୨ ରହିଥିବା ବେଳେ ୮୯ ହଜାର ୯୫୬ ଜଣ ଚିକିତ୍ସିତ ହେଉଛନ୍ତି । ତେବେ ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୨୨୨ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *