ଏକ ସ୍ୱତନ୍ତ୍ର ଏଆଇ ପରିଚାଳିତ ଅଭିଯାନ ପାଇଁ ସିମ୍ଫୋନି ଲିମିଟେଡ୍ ଲୋକପ୍ରିୟ କ୍ରିକେଟର ହରଭଜନ୍ ସିଂ ଓ ଶିଖର ଧାୱନଙ୍କୁ ସାମିଲ୍ କରିଛି

 

ଭୁବନେଶ୍ୱର, 11th May,(Bnews):: ଭାରତର ସବୁଠାରୁ ଲୋକପ୍ରିୟ ଏୟାର କୁଲର ବ୍ରାଣ୍ଡ ସିମ୍ଫୋନି ଲିମିଟେଡ୍ ଦେଶର ଲୋକପ୍ରିୟ କ୍ରିକେଟର ହରଭଜନ ସିଂହ ଓ ଶିଖର ଧାୱନ ଙ୍କୁ ଏକ ସ୍ୱତନ୍ତ୍ର ଏଆଇ-ପରିଚାଳିତ ଦେଶବ୍ୟାପୀ ଅଭିଯାନ ନିମନ୍ତେ ସାମିଲ୍ କରିଛି । ଏହି ବ୍ରାଣ୍ଡ ସାରା ଭାରତରେ ଥିବା ୨୩୦୦ ରୁ ଅଧିକ ରିଟେଲରଙ୍କ ପାଇଁ ହାଇପର ପର୍ସୋନାଲାଇଜ୍‌ଡ ଭିଡିଓ ପ୍ରସ୍ତୁତ କରିବା ନିମନ୍ତେରିଫ୍ରେଜ୍ ଏଆଇ ସହିତ ସହଭାଗୀତା ସ୍ଥାପନ କରିଛି । ପ୍ରଥମ ଥର ପାଇଁ ଏକ କଞ୍ଜୁମର ଡ୍ୟୁରେବଲ୍ ଉଦ୍ୟୋଗ ଆର୍ଟିଫିସିଆଲ୍ ଇଂଟେଲିଜେନ୍‌ସର ବ୍ୟବହାର କରିଛି ଓ ପ୍ରତି ରିଟେଲରଙ୍କ ପାଇଁ ଜିଓ ଟାରଗେଟିଂର ଆରମ୍ଭ କରିଛି । ଏହି ନୂତନ ଭିଡିଓରେ ଭାରତର ଲୋକପ୍ରିୟ କ୍ରିକେଟର ଡିଲରମାନଙ୍କୁ ସେମାଙ୍କର ନିରନ୍ତର ସହଯୋଗ ଓ ପ୍ରଚେଷ୍ଟା ତଥା ଉତ୍କୃଷ୍ଟ ଗ୍ରାହକ ସେବା ପାଇଁ ପ୍ରଶଂସା କରୁଛନ୍ତି । ଏକ ସର୍ବବୃହତ୍ ଦେଶର ବ୍ରାଣ୍ଡର ଭାବରେ ଜଣାଶୁଣା, ସିମ୍ଫୋନି ସର୍ବଦା କ୍ଷୁଦ୍ର ଓ ସ୍ଥାନୀୟ ବ୍ୟବସାୟ ଗୁଡ଼ିକୁ ସହଯୋଗ କରିଆସିଛି ଓ ଏହା ଭୋକାଲ୍ ଫର ଲୋକାଲର ଏକ ଦୃଢ଼ ସମର୍ଥକ । ପର୍ସୋନାଲାଇଜ୍‌ଡ ଭିଡିଓ ସହିତ ସିମ୍ଫୋନି ସ୍ୱୀକୃତି ପତ୍ର, ଏକ ପ୍ରମାଣପତ୍ର ଓ ପ୍ରଶଂସା ସ୍ୱରୂପ କିଛି ଗୁଡିଜ୍ ମଧ୍ୟ ପ୍ରଦାନ କରିଛି । ବ୍ରାଣ୍ଡ ସେମାନଙ୍କର ଟ୍ରେଡ୍ ପାର୍ଟନରଙ୍କୁ ଶ୍ରଦ୍ଧାଞ୍ଜଳି ପ୍ରଦାନ କରିବା ସହିତ ଏହି ଚିନ୍ତାଧାରାକୁ ଆହୁରି ଆଗକୁ ନେଇଛି । ବ୍ରାଣ୍ଡ ସହିତ ସାମିଲ୍ ଥିବା ବ୍ୟକ୍ତିମାନଙ୍କ ପାଇଁ କିଛି କରିବା ପାଇଁ ଏହା ଆଉ ପାଦେ ଆଗକୁ ଯାଇଛି । ଏହି ପଦକ୍ଷେପ ସମ୍ପର୍କରେ ସୂଚନା ପ୍ରଦାନ କରି, ଶ୍ରୀଯୁକ୍ତ ଅନୁଜ ଅରୋରା, ଗ୍ଲୋବାଲ୍ ଚିଫ୍ ମାର୍କେଟିଂ ଅଫିସର, ସିମ୍ଫୋନି ଲିମିଟେଡ୍ କହିଛନ୍ତି ଯେ, “ଆମେ ପ୍ରଖ୍ୟାତ କ୍ରିକେଟର ହରଭଜନ ସିଂ ଓ ଶିଖର ଧାୱନଙ୍କ ସହିତ ସହଭାଗୀତା ସ୍ଥାପନ କରି ଅତ୍ୟନ୍ତ ଆନନ୍ଦିତ । ଆମ କମ୍ପାନୀର ଏକ ଅବିଚ୍ଛେଦ୍ୟ ଅଙ୍ଗ, ଆମର ଡିଲରସିପ୍ ପାର୍ଟନରଙ୍କ ନିମନ୍ତେ ଏଆଇ ପରିଚାଳିତ କଷ୍ଟୋମାଇଜଡ୍‌ ଭିଡିଓକୁ ସୃଷ୍ଟି କରିବା ପାଇଁ ସେମାନେ ଆମ ସହିତ ସାମିଲ୍ ହୋଇଛନ୍ତି ।
ଏହାର ଉଦ୍ଦେଶ୍ୟ ହେଉଛି ବ୍ରାଣ୍ଡ ପ୍ରତି ଭଲ ପାଇବା ସୃଷ୍ଟି କରିବା ଓ ଆମର ଟ୍ରେଡ୍ ପାର୍ଟନରଙ୍କ ସହିତ ଆମର ସମ୍ପର୍କକୁ ଆହୁରି ଅଧିକ ମଜବୁତ୍‌ କରିବା । ଆମେ ନିରନ୍ତର ଭାବରେ ମାନସମନ୍ଥନ କରୁଛୁ ଓ ନୂତନ ଅଭିଯାନ ସହିତ ନିଜକୁ ପ୍ରସ୍ତୁତ କରୁଛୁ । ଏହି ପଦକ୍ଷେପ ସହିତ, ଆମେ ଆମର ସମ୍ପର୍କକୁ ମଜବୁତ କରିବା ସହିତ ଏକାଠି ନୂତନ ସଫଳତାର ଶିଖରରେ ପହଂଚି ପାରିବୁ ।” ଏହି ସହଭାଗୀତା ସମ୍ପର୍କରେ ସୂଚନା ପ୍ରଦାନ କରି, ହରଭଜନ ସିଂହ କହିଛନ୍ତି ଯେ, “ସିମ୍ଫୋନି ଲିମିଟେଡ ଦ୍ୱାରା ଗ୍ରହଣ କରାଯାଇଥିବା ଏହି ପଦକ୍ଷେପର ଏକ ଅଂଶ ହୋଇପାରିଥିବାରୁ ମୁଁ ଅତ୍ୟନ୍ତ ଆନନ୍ଦିତ । ଏକ ବ୍ରାଣ୍ଡକୁ ସଫଳ କରିବା ପାଇଁ ଅନେକ ସ୍ତର ରହିଛି ଓ ଏଥିପାଇଁ ଏକ ଉତ୍କୃଷ୍ଟ ଟିମର ଆବଶ୍ୟକ ଯଦ୍ୱାରା ସେଲସର ଲକ୍ଷ୍ୟକୁ ପୂରଣ କରାଯାଇପାରିବ । ଟ୍ରେଡ ପାର୍ଟନର ଓ ସେମାନଙ୍କର ପ୍ରଚେଷ୍ଟାକୁ ସେ ଏହି ଅବସରରେ ପ୍ରଶଂସା କରିଛନ୍ତି । ଭାରତରେ ବିକାଶ କରାଯାଇଥିବା ବ୍ରାଣ୍ଡ ଉନ୍ନତମାନର କାର୍ଯ୍ୟ କରୁଛନ୍ତି ଯଦ୍ୱାରା ବ୍ୟବସାୟରେ ଉନ୍ନତି ହୋଇପାରୁଛି । ଏହି ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ମୁଁ ସିମ୍ଫୋନିକୁ ଶୁଭ କାମନା ଜଣାଉଛି ।” ଏହି ସଭାଗୀତା ସମ୍ପର୍କରେ ସୂଚନା ପ୍ରଦାନ କରି, ଶିଖର ଧାୱନ କହିଛନ୍ତି ଯେ, “ଏହି ମହତ ପଦକ୍ଷେପର ଏକ ଅଂଶ ହୋଇପାରିଥିବାରୁ ମୁଁ ଅତ୍ୟନ୍ତ ଆନନ୍ଦିତ । ସିମ୍ଫୋନିର ଏହି ନୂତନ ଚିନ୍ତାଧାରାରେ ମୁଁ ଅତ୍ୟନ୍ତ ପ୍ରଭାବିତ ହୋଇଛି! ଏହି ଅଭିଯାନ ଲକ୍ଷ୍ୟ ହେଉଛି ସ୍ଥାନୀୟ ବ୍ୟବସାୟୀଙ୍କୁ ପ୍ରୋତ୍ସାହନ ଏବଂ ତାଙ୍କର କାର୍ଯ୍ୟକୁ ସ୍ୱୀକୃତି ଦେବା । ମୁଁ ନିଶ୍ଚିତ ଯେ ଡିଲର ଏହି କାର୍ଯ୍ୟକୁ ପସନ୍ଦ କରିବେ ଓ ସେମାନଙ୍କର ଉତ୍କୃଷ୍ଟ କାର୍ଯ୍ୟଦକ୍ଷତା ଜାରି ରଖିବେ । ମୁଁ ସିମ୍ଫୋନି ବ୍ରାଣ୍ଡ ପାଇଁ ସଫଳତା ସହିତ ଉତ୍କର୍ଷତା କାମନା କରୁଛି ।” ନିଶିଥ ଲାହୋଟି, ସହପ୍ରତିଷ୍ଠାତା ରିଫ୍ରେଜ ଏଆଇ କହିଛନ୍ତି ଯେ, “୨ ଜଣ ବଡ଼ ତାରକାଙ୍କ ସହିତ ଏଆଇ ଭିଡିଓ ପ୍ରସ୍ତୁତ କରିବା ଏକ ଆନନ୍ଦର ବିଷୟ ଯାହାକି ଆମ ପାଇଁ ଏକ ଆହ୍ୱାନ – ଅନ୍ୟପକ୍ଷରେ, ବ୍ରାଣ୍ଡର ପ୍ରତିଶ୍ରୁତିକୁ ଦୃଷ୍ଟିରେ ରଖିବା ସହିତ ଡିଷ୍ଟ୍ରିବ୍ୟୁଟର ନେଟୱର୍କକୁ ମଧ୍ୟ ଧ୍ୟାନ ପ୍ରଦାନ କରାଯାଇଛି । ରିଫ୍ରେଜ.ଏଆଇ ଏକ ଡିଜିଟାଲ୍ ଅବତାର ସୃଷ୍ଟି କରିଛି ଯାହା କ୍ରିକେଟରଙ୍କର ଫେସ୍ ଓ ଭଏସକୁ କ୍ଲୋନ କରିଛି ଓ ସ୍ୱତନ୍ତ୍ର ଭିଡିଓ ପ୍ରସ୍ତୁତକରିବା ପାଇଁ ଏଆଇ ର ବ୍ୟବହାର କରିଛି ଓ ଏହାକୁ ୨୦୦୦ ରୁ ଅଧିକ ଷ୍ଟେକହୋଲଡରଙ୍କ ପାଇଁ ପ୍ରସ୍ତୁତ କରାଯାଇଛି ।”

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *