ସ୍ୱାସ୍ଥ୍ୟ ଭିତ୍ତିଭୂମି ପାଇଁ ୮୫୦୦ କୋଟି ବିନିଯୋଗ

ଭୁବନେଶ୍ୱର : ରାଜ୍ୟର କୋଭିଡ ସ୍ଥିତି, ସ୍ୱାସ୍ଥ୍ୟ ଭିତ୍ତିଭୂମି ନେଇ ଆଜି ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ୟରେ ନବନିଯୁକ୍ତ ୭୮୬ ଡାକ୍ତରଙ୍କ ସହ ମୁଖ୍ୟମନ୍ତ୍ରୀ କଥା ହୋଇଛନ୍ତି । ସ୍ୱାସ୍ଥ୍ୟ ଭିତ୍ତିଭୂମି ପାଇଁ ୮,୫୦୦ କୋଟି ଟଙ୍କାର ବିନିଯୋଗ କରିବା ସହ ନବୀନ କହିଛନ୍ତି ଯେ, ‘ସ୍ୱାସ୍ଥ୍ୟସେବା ହେଉଛି ମୋ ସରକାରର ପ୍ରାଥମିକ କ୍ଷେତ୍ର । ବହୁ କର୍ମଚାରୀ ନିଯୁକ୍ତି କରି ସ୍ୱାସ୍ଥ୍ୟସେବାକୁ ମଜଭୁତ କରାଯାଇଛି । ଏହା ସହ କୋଭିଡ ବେଳେ ଡାକ୍ତରଙ୍କ ଭୂମିକାକୁ ମୁଖ୍ୟମନ୍ତ୍ରୀ ନବୀନ ପ୍ରଂଶସା କରିଛନ୍ତି। ସମାଜରେ ଡାକ୍ତରମାନଙ୍କର ବିଶେଷ ସମ୍ମାନ ରହିଛି । କିଛି ବର୍ଷ ହେଲାଣି ଆମେ ସ୍ୱାସ୍ଥ୍ୟସେବାକୁ ଗୁରୁତ୍ୱ ଦେଇ ଆସୁଛୁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *