ବର୍ଷାର ତାଣ୍ଡବ : ତାମିଲନାଡୁରେ ୮ ମୃତ, କିଛି ସ୍ଥାନରେ ରେଡ୍ ଆଲର୍ଟ ଜାରି

ଚେନ୍ନାଇ : ତାମିଲନାଡୁରେ ବର୍ଷାର ପ୍ରକୋପ ଜାରି ରହିଛି । ଚେନ୍ନାଇରେ ରାଜ୍ୟ ରାଜସ୍ୱ ଏବଂ ବିପର‌୍ୟ୍ୟୟ ପରିଚାଳନା ମନ୍ତ୍ରୀ କେକେଏସଏସଆର ରାମଚନ୍ଦ୍ରନ କହିଛନ୍ତି ପ୍ରବଳ ବର୍ଷା ହେତୁ ଦୁଇ ଦିନରେ ଆଠ ଜଣଙ୍କର ମୃତ୍ୟୁ ଘଟିଛି । ସେଥିମଧ୍ୟରୁ ଶୁକ୍ରବାର ତିନି ଜଣଙ୍କର ମୃତ୍ୟୁ ହୋଇଥିଲା ବେଳେ ଆଜି ଆଉ ୫ଜଣଙ୍କର ମୃତ୍ୟୁ ଘଟଇଚ । ଚିଙ୍ଗଲେପେଟରେ ଏବଂ ଗୋଟିଏ କାଞ୍ଚିପୁରମରେ ଏନଡିଆରଏଫର ଦୁଇଟି ଟିମ୍ ନିୟୋଜିତ କରାଯାଇଛି । ମନ୍ତ୍ରୀ କେକେଏସଏସଆର ରାମଚନ୍ଦ୍ରନ କହିଛନ୍ତି , ଚେନ୍ନାଇର ୨୨୦ ଟି ସ୍ଥାନରେ ଜଳମଗ୍ନ ନେଇ ରିପୋର୍ଟରେ ସୂଚନା ମିଳିଥିବା ବେଳେ ସେଥିମଧ୍ୟରୁ ୩୪ଟି ସ୍ଥାନରେ ଜଳ ନିଷ୍କାସନ କରାଯାଇଛି । ୧୨୭ଟି ସ୍ଥାନରେ ବନ୍ୟା ଜଳ ନିଷ୍କାସନ ପ୍ରକ୍ରିୟା ଜାରି ରହିଛି । ତାମିଲନାଡୁ ଏବଂ ଆନ୍ଧ୍ରପ୍ରଦେଶର ଅନେକ ଅଞ୍ଚଳରେ ଆଜି ମଧ୍ୟ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।

ଚେନ୍ନାଇର ଭାରତ ପାଣିପାଗ ବିଭାଗ (ଆଇଏମଡି) ର ଆଞ୍ଚଳିକ କାର‌୍ୟ୍ୟାଳୟର ସୂଚନା ଅନୁଯାୟୀ, ଆଜି ଠାରୁ ସୋମବାର ମଧ୍ୟରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହି କାରଣରୁ ଉଭୟ ରାଜ୍ୟ ତଥା ଏହାର ଆଖପାଖ ଜିଲ୍ଲାର ଉପକୂଳବର୍ତ୍ତୀ ଜିଲ୍ଲା ପାଇଁ ରେଡ୍ ଆଲର୍ଟ ଜାରି କରାଯାଇଛି । ଆଖପାଖ ଅଞ୍ଚଳ ପାଇଁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି । ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ, ନଭେମ୍ବର ୨୭ ରୁ ୨୯ ପର‌୍ୟ୍ୟନ୍ତ ତାମିଲନାଡୁରେ ରାଜଧାନୀ ଚେନ୍ନାଇ, ଥୋଥୁକୁଡି, କୁଡାଲୋର, ଭିଲୁପୁରମ୍‌, ଚେଙ୍ଗାଲପାଟ୍ଟୁ, କାଞ୍ଚିପୁରମ୍‌, ତିରୁଭାଲୁର, ଥେନି, ମଦୁରାଇ ଏବଂ ପୁଡୁକୋଟାଇରେ ପ୍ରବଳ ବର୍ଷା ଜାରି ରହିବ । ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ୟୁନିଅନ ଟେରିଟୋରୀ ଅଫ୍ ପୁଡୁଚେରୀ ମଧ୍ୟ ସମସ୍ତ ସ୍କୁଲ ଏବଂ କଲେଜ ପାଇଁ ଦୁଇ ଦିନ ଛୁଟି ଘୋଷଣା କରିଛି । ପାଣିପାଗ ବିଭାଗ କହିଛି ଯେ ଶ୍ରୀଲଙ୍କା ଉପକୂଳରେ ଏକ ଘୂର୍ଣ୍ଣିବଳୟ ପ୍ରବାହ ଜାରି ରହିଛି, ଏହି କାରଣରୁ ତାମିଲନାଡୁ ଉପକୂଳ ଏବଂ ଦକ୍ଷିଣ ଉପକୂଳ ଆନ୍ଧ୍ରପ୍ରଦେଶରେ ଉତ୍ତର-ପୂର୍ବ ଦିଗରେ ପ୍ରବଳ ପବନ ବହିବ ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *