ବିଶ୍ୱର ଦ୍ରୁତତମ ଟିକା ପ୍ରଦାନକାରୀ ରାଷ୍ଟ୍ର ହେଲା ଭାରତ

ନୂଆଦିଲ୍ଲୀ :  ଦେଶରେ ମୋଟ ଟିକାକରଣ ୮.୭ କୋଟି ଅତିକ୍ରମ କରିଛି ଏବଂ ଗତ ୨୪ ଘଣ୍ଟାରେ ୩୩ ଲକ୍ଷରୁ ଅଧିକ ଡୋଜ ଟିକା ପ୍ରଦାନ କରି ଆମେରିକାକୁ ପଛରେ ପକାଇ ଭାରତ ବିଶ୍ୱର ଦ୍ରୁତତମ ଟିକା ପ୍ରଦାନକାରୀ ରାଷ୍ଟ୍ର ହୋଇପାରିଛି।

ଦେଶରେ ସୋମବାର ମୋଟ ଟିକା ଡୋଜ ପରିଚାଳନା ସଂଖ୍ୟା ୮.୭୦ କୋଟି ଅତିକ୍ରମ କରିଛି । ଆଜି ସକାଳ ୭ଟା ସୁଦ୍ଧା ହସ୍ତଗତ ହୋଇଥିବା ରିପୋର୍ଟ ଅନୁସାରେ ଦେଶରେ ୧୩,୩୨,୧୩୦ ସେସନ ଜରିଆରେ ମୋଟ ୮,୭୦,୭୭,୪୭୪ ଟିକା ଡୋଜ ପରିଚାଳନା କରାଯାଇ ସାରିଲାଣି। ଏଥିରେ ୮୯,୬୩,୭୨୪ ସ୍ୱାସ୍ଥ୍ୟ କର୍ମୀ ପ୍ରଥମ ଡୋଜ ନେଇଥିବା ବେଳେ ୫୩,୯୪,୯୧୩ ସ୍ୱାସ୍ଥ୍ୟ କର୍ମୀ ଟିକାର ଦ୍ୱିତୀୟ ଡୋଜ ଗ୍ରହଣ କରିଛନ୍ତି । ସେହିଭଳି ୯୭,୩୬,୬୨୯ ଆଗଧାଡିର କାରୋନା ଯୋଦ୍ଧା ପ୍ରଥମ ଡୋଜ ନେଇଥିବା ବେଳେ ୪୩,୧୨,୮୨୬ ଆଗଧାଡିର କାରୋନା ଯୋଦ୍ଧା ଦ୍ୱିତୀୟ ଡୋଜ ନେଇସାରିଲେଣି । ୬୦ ବର୍ଷରୁ ଅଧିକ ବୟସର ୩,୫୩,୭୫,୯୫୩ ହିତାଧିକାରୀ ପ୍ରଥମ ଡୋଜ ଏବଂ ୧୦,୦୦,୭୮୭ ହିତାଧିକାରୀ ଦ୍ୱିତୀୟ ଡୋଜ ନେଇଥିବା ବେଳେ ୪୫ରୁ ୬୦ ବର୍ଷ ବୟସର ୨,୧୮,୬୦,୭୦୯ ହିତାଧିକାରୀ ପ୍ରଥମ ଓ ୪,୩୧,୯୩୩ ହିତାଧିକାରୀ ଦ୍ୱିତୀୟ ଡୋଜ ଗ୍ରହଣ କରିସାରିଲେଣି ।

ଟିକାକରଣ ଅଭିଯାନର ୮୧ତମ ଦିନ ଗତ କାଲି ସୁଦ୍ଧା ୩୩,୩୭,୬୦୧ ଟିକା ଡୋଜ ଦିଆଯାଇଛି । ତନ୍ମଧ୍ୟରୁ ୩୦,୦୮,୦୮୭ ହିତାଧିକାରୀ ୪୧,୩୯୬ ସେସନରେ ପ୍ରଥମ ଡୋଜ ନେଇଥିବା ବେଳେ ୩,୨୯,୫୧୪ ହିତାଧିକାରୀ ଟିକାର ଦ୍ୱିତୀୟ ଡୋଜ ଗ୍ରହଣ କରିଛନ୍ତି । ଏଭଳି ଘଟଣାକ୍ରମେ କୋଭିଡ ଟିକାକରଣରେ ଆମେରିକାକୁ ଅତିକ୍ରମ କରି ଭାରତ ବିଶ୍ୱର ଦ୍ରୁତତମ ଟିକା ଡୋଜ ପ୍ରଦାନକାରୀ ରାଷ୍ଟ୍ର ଭାବେ ଉଭା ହୋଇଛି । ଦିନକୁ ଭାରତରେ ହାରାହାରି ୩୦,୯୩,୮୬୧ ଟିକା ଡୋଜ ଦିଆଯାଉଛି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *