ରାଜ୍ୟରେ ୪ ଲକ୍ଷ ଟପିଲା କରୋନା ସଂକ୍ରମଣ ମାମଲା, ଆଉ ୮ ଜଣଙ୍କ ମୃତ୍ୟୁ

ଭୁବନେଶ୍ୱର: ରାଜ୍ୟରେ ଗତ ୩ ଦିନ ଧରି ୬ ହଜାରରୁ ଅଧିକ ଦୈନିକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏଥିସହ ରାଜ୍ୟରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୪ ଲକ୍ଷ ପାର୍ କରିଛି । ଅନ୍ୟପଟେ ଗତ ୨୪ ଘଣ୍ଟାରେ ଆଉ ୮ ମୁଣ୍ଡ ନେଇଛି କରୋନା । ଏଥିସହ ରାଜ୍ୟରେ କରୋନା ମୃତ୍ୟୁସଂଖ୍ୟା ୧୯୮୧କୁ ବୃଦ୍ଧି ପାଇଛି । ବାଲେଶ୍ୱରରୁ ଜଣେ, ବରଗଡ଼ରୁ ଜଣେ, ଭଦ୍ରକରୁ ଜଣେ, ବଲାଙ୍ଗିରରୁ ଜଣେ, କଟକରୁ ଜଣେ, ନୂଆପଡ଼ାରୁ ଜଣେ ଓ ସୁନ୍ଦରଗଡ଼ରୁ ୨ ଜଣ ସଂକ୍ରମିତଙ୍କ ମୃତ୍ୟୁ ହୋଇଛି । ବାଲେଶ୍ୱରରେ ଜଣଙ୍କର ମୃତ୍ୟୁକୁ ମିଶାଇ ଜିଲ୍ଲାରେ କୋଭିଡ୍ ମୃତ୍ୟୁ ୯୮କୁ ବୃଦ୍ଧି ପାଇଥିବା ବେଳେ ଜିଲ୍ଲାରେ ଏବେ ୮୩୬ ଜଣ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ।

ସେହିଭଳି ବରଗଡ଼ ଜିଲ୍ଲାରେ ଜଣଙ୍କ ମୃତ୍ୟୁକୁ ମିଶାଇ ଜିଲ୍ଲାରେ ମୃତ୍ୟୁସଂଖ୍ୟା ୪୪କୁ ବୃଦ୍ଧି ପାଇଛି । ଭଦ୍ରକରେ ମୋଟ କୋଭିଡ୍ ମୃତ୍ୟୁ ୨୭କୁ ବୃଦ୍ଧି ପାଇଥିବା ବେଳେ ବଲାଙ୍ଗିରରେ ଜଣଙ୍କ ମୃତ୍ୟୁକୁ ମିଶାଇ ମୃତ୍ୟୁ ସଂଖ୍ୟା ୪୯ରେ ପହଞ୍ଚିଛି । କଟକରେ ଏବେ ୨ ହଜାର ୫୨୭ ଜଣ ସକ୍ରିୟ ସଂକ୍ରମିତ ରହିଥିବା ବେଳେ ଗୋଟିଏ ମୃତ୍ୟୁକୁ ମିଶାଇ ଜିଲ୍ଲାରେ କୋଭିଡ୍ ମୃତ୍ୟୁସଂଖ୍ୟା ୧୪୪କୁ ବୃଦ୍ଧି ପାଇଛି । ନୂଆପଡ଼ାରେ ଗୋଟିଏ ମୃତ୍ୟୁକୁ ମିଶାଇ ମୋଟ ମୃତ୍ୟୁସଂଖ୍ୟା ୩୫କୁ ବୃଦ୍ଧି ପାଇଛି । ଜିଲ୍ଲାରେ ଏବେ ୨ ହଜାର ୪୯୩ଟି ସକ୍ରିୟ ମାମଲା ରହିଛି । ସୁନ୍ଦରଗଡ଼ ଜିଲ୍ଲାରୁ ୨ କୋଭିଡ୍ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ମୋଟ ମୃତ୍ୟୁସଂଖ୍ୟା ୧୮୦କୁ ବୃଦ୍ଧି ପାଇଛି । ଏବେ ଜିଲ୍ଲାରେ ୫ ହଜାର ୮୨୬ଟି ସକ୍ରିୟ ସଂକ୍ରମଣ ମାମଲା ରହିଛି।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *