78th Independence Day ceremony on 15th August 2024.prepaeritory meeting

NEWS BY{ B.N.O}

୭୮ତମ ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ
କଟକ ତା ୦୧/୦୮/୨୦୨୪ ରିଖ ଳିତ ବର୍ଷ ସ୍ୱାଧୀନତା ଦିବସର ସମସ୍ତ କାର୍ଯ୍ୟକ୍ରମକୁ ସରସ ସୁନ୍ଦର ଭାବରେ ପାଳନ କରାଯିବା ନିମନ୍ତେ ଏଥିସହ ସମ୍ପୃକ୍ତ ସମସ୍ତ ବିଭାଗୀୟ ଅଧିକାରୀ ନିଷ୍ଠାର ସହ ଦାୟିତ୍ୱ ନିର୍ବାହ ପୂର୍ବକ ଉତ୍ସବକୁ ସ୍ମରଣୀୟ କରିବା ପାଇଁ ନିଷ୍ପତି ଗ୍ରହଣ କରାଯାଇଛି । ଜିଲ୍ଲାପାଳ ଦାୟିତ୍ୱରେ ଥିବା ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ ଶ୍ରୀ ଉମାକାନ୍ତ ରାଜଙ୍କ ଅଧ୍ୟକ୍ଷତାରେ ଆଜି ଜିଲ୍ଲାପାଳଙ୍କ ସଦଭାବନା ସଭାଗୃହରେ ଅନୁଷ୍ଠତି ୭୮ତମ ଜିଲ୍ଳାସ୍ତରୀୟ ସ୍ୱାଧୀନତା ଦିବସ ପ୍ରସ୍ତୁତି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଶିବ ଟପୋ, ଅତିରିକ୍ତ ଉପାୟୁକ୍ତ, ପୋଲିସ୍ କମିଶନରେଟ୍‌, ଭୂବନେଶ୍ୱରକଟକ ଶ୍ରୀ ଅନୀଲ କୁମାର ମିଶ୍ର ଓ ଅତିରିକ୍ତ ଜିଲ୍ଲାପାଳ ଡକ୍ଟର ଦିବ୍ୟଲୋଚନ ମହାନ୍ତ ଉପସ୍ଥିତ ରହି ସ୍ୱାଧୀନତା ଦିବସ ପାଳନ ସମାରୋହକୁ ସଫଳ କରିବା ନିମନ୍ତେ ସମସ୍ତଙ୍କ ସହଯୋଗ କାମନା କରିଥିଲେ । ଚଳିତ ବର୍ଷ ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ ସମାରୋହ କଟକ ବାରବାଟୀ ଷ୍ଟାଡିୟମ ପଡିଆରେ ପାଳନ କରାଯିବ । ସକାଳ ୯ ଘଟିକା ସମୟରେ ମୁଖ୍ୟଅତିଥି ଐତିହାସିକ ବାରବାଟୀ ଷ୍ଟାଡିୟମ ପଡିଆରେ ଜାତୀୟ ପତାକା ଉତୋଳନ ପୂର୍ବକ ଅଭିବାଦନ ଗ୍ରହଣ କରିବେ ଏବଂ ଉପସ୍ଥିତ ଜନତାଙ୍କୁ  ସମ୍ବୋଧିତ କରିବେ । ତେବେ ବିଭନ୍ନ ସରକାରୀ/ବେସରକାରୀ କାର୍ଯ୍ୟାଳୟ ଓ ଶିକ୍ଷାନୁଷ୍ଠାନ, ବାଣିଜ୍ୟିକ ପ୍ରତିଷ୍ଠାନ ଓ ସହରର ବିଭିନ୍ନ ପୂଜା ମଣ୍ଡପ ସକାଳ  ୮ ଘଟିକା ସମୟରେ ଜାତୀୟ ପତାକା ଉତୋଳନ କରିପାରିବେ ।

ଏହି ଅବସରରେ ପ୍ରତ୍ୟୁଷ ୪ଟା ୩୦ ମିନିଟ୍ ସମୟରୁ ଜିଲ୍ଲା ସୂଚନା ଓ ଲୋକସଂପର୍କକାର୍ଯ୍ୟାଳୟ ତରଫରୁ ଡାକବାଜି ଯନ୍ତ୍ର ଦ୍ୱାରା ସହରରେ ରାମଧୂନ୍ ପରିବେଷଣ କରାଯିବ । ଚଳିତ ବର୍ଷ ଓଏସଏପି, ସଶସ୍ତ୍ର ବାହିନୀ, ପୋଲିସ୍ ବ୍ୟାଣ୍ଡ, ହୋମଗାର୍ଡ ଦଳଙ୍କ ଦ୍ୱାରା ରାଷ୍ଟ୍ରୀୟ ସଲାମୀ ଓ ମୁଖ୍ୟ ଅତିଥିଙ୍କୁ ଅଭିବାଦନ ପ୍ରଦାନ କରାଯିବ ଏବଂ ବିଭିନ୍ନ ଶିକ୍ଷାନୁଷ୍ଠାନର ସମର ଶିକ୍ଷାର୍ଥୀ ବାହିନୀ, ସ୍କାଉଟ୍‌, ଗାଇଡ ଓ ସିଭିଲିଆନ ଦଳ ସମ୍ମିଳିତ ପରେଡରେ ଭାଗ ନେବେ । ସ୍ୱାଧୀନତା ଦିବସ  ଅବସରରେ ଜିଲ୍ଳା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ଦ୍ୱାରା କନଷ୍ଠି ଓ ବରିଷ୍ଠ ବିଭାଗରେ ଓଡ଼ିଆ ପ୍ରବନ୍ଧ, ବତ୍କୃତା ଓ ଦେଶାତ୍ମବୋଧକ ସଂଗୀତ ଗାନ  ପ୍ରତିଯୋଗୀତା ଅନୁଷ୍ଠିତ ହେବ ଏବଂ ଜିଲ୍ଳାସ୍ତରୀୟ ସମାରୋହରେ କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯିବାକୁ ନିଷ୍ପତି ଗ୍ରହଣ କରାଯାଇଛି । ଏଥିସହ ବିଭିନ୍ନ କ୍ଷେତ୍ରରେ କୃତୀତ୍ୱ ହାସଲ କରିଥିବା ବ୍ୟକ୍ତିବିଶେଷମାନଙ୍କୁ କମିଟି ମାଧ୍ୟମରେ ଚୟନ କରାଯାଇ ସମ୍ବର୍ଦ୍ଧିତ କରାଯିବାକୁ ମଧ୍ୟ ସ୍ଥିର କରାଯାଇଛି । ସ୍ୱାଧୀନତା ଦିବସକୁ ସାଫଲ୍ୟ ମଣ୍ଡିତ କରିବା ନିମନ୍ତେ ପୂର୍ତ ବିଭାଗ, କଟକ ମହାନଗର ନିଗମ ଓ ଏହାର ସ୍ୱାସ୍ଥ୍ୟ ଶାଖା, ଟିପିସିଓଡିଏଲ, ୱାଟକୋ, ଜନସ୍ୱାସ୍ଥ୍ୟ ବିଭାଗ, ଅଗ୍ନିଶମ ବିଭାଗ, ଆଂଚଳିକ ପରିବହନ ବିଭାଗ ପୋଲିସ କମିଶନରେଟଙ୍କ ନ୍ୟସ୍ତ ଦାୟିତ୍ୱ ସୁଚାରୂ ରୂପେ ସମ୍ପାଦନ କରିବା ନିମନ୍ତେ ନିର୍ଦ୍ଦେଶ ଦିଆଯାଇଛି ।
ସ୍ୱାଧୀନତା ଦିବସ ପାଳନ ଅବସରରେ ଚଳିତ ଥର ଏକ ରକ୍ତଦାନ ଶିବିର ଓ ବୃକ୍ଷରୋପଣ କାର୍ଯ୍ୟକ୍ରମ ଆୟୋଜନ କରାଯିବାକୁ ମଧ୍ୟ ନିଷ୍ପତି ଗ୍ରହଣ କରାଯାଇଛି । ଜିଲ୍ଲାର ମୁଖ୍ୟ ପ୍ରବେଶ ପଥ ଓ ଐତିହାସିକ ପୀଠ ତଥା ସରକାରୀ କାର୍ଯ୍ୟାଳୟଗୁଡିକୁ ମଧ୍ୟ ଆଲୋକ ସଜ୍ଜିକରଣ କରାଯିବାକୁ କଟକ ମହାନଗର ନିଗମକୁ ଦାୟିତ୍ୱ ପ୍ରଦାନ କରାଯାଇଛି ।

ଜିଲ୍ଲାସୂଚନାଓଲୋକସଂପର୍କ ଅଧିକାରୀ ଶ୍ରୀ ଭବାନୀ ଶଙ୍କର ଭୂୟାଁ ପୂର୍ବବର୍ଷର ବିବରଣୀ ପାଠ କରିବା ସହ ବୈଠକ ପରିଚାଳନା କରିଥିଲେ । ବୈଠକରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ମକରନ୍ଦ ବେଉରା, କଟକ ମହାନଗର ଶାନ୍ତି କମିଟି ସାଧାରଣ ସମ୍ପାଦକ ଶ୍ରୀ ଭିକାରୀଦାସ, ମହାସଚିବ, ୟୁନେସ୍କୋ ଓଡିଶା ଶାଖା ଶ୍ରୀ ଦ୍ୱିପାୟନ ପଟ୍ଟନାୟକ, କଟକ ମହାନଗର ନିଗମ ଉପାୟୁକ୍ତ ଶ୍ରୀମତୀ ସୋନା ଟୁଡୁ, କଟକ ମହାନଗର ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ସତ୍ୟବ୍ରତ ମହାପାତ୍ର, ଜିଲ୍ଲା ଅଗ୍ନିଶମ ଅଧିକାରୀ ଶ୍ରୀ ସଞ୍ଜିବ କୁମାର ବେହେରା, ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଶ୍ରୀ ଅଶୋକ କୁମାର କର, ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ସନ୍ତୋଷ କୁମାର ରାଉତ, ଆଂଚଳିକ ପରିବହନ ଅଧିକାରୀ ଶ୍ରୀ ବି. ଏନ୍‌. ଅଧିକାରୀ, ଜିଲ୍ଲା ଅବକାରୀ ଅଧିକ୍ଷକ ଶ୍ରୀକମଳଲୋଚନ ପାଇକରାୟ, ଜିଲ୍ଲା ସମାଜ ସୁରକ୍ଷା ଅଧିକାରୀ ଶ୍ରୀ ମନୋଜ କୁମାର ରଥ, ଜିଲ୍ଲା ସଂସ୍କୃତି ଅଧିକାରୀ ଶ୍ରୀ ନଳିନୀ କୁମାର ସାହୁ, ପୂର୍ତବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀ ଶ୍ରୀ ଦେବେନ୍ଦ୍ର କୁମାର ମିଶ୍ର ଓ ସଂପୃକ୍ତ ବିଭିନ୍ନ ବିଭାଗୀୟ ଅଧିକାରୀ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *