କୋଭିସିଲ୍ଡର ଗୋଟିଏ ଡୋଜ୍ ଟିକା ନେବା ପରେ…..

ମୁମ୍ବାଇ: କରୋନା ଭାକସିନ୍ କୁ ନେଇ ଦେଶରେ ବିଭିନ୍ନ ପ୍ରକାରର ମିଛ ତଥା ଗୁଜବ ସୃଷ୍ଟି କରାଯାଉଛି । କିଛି ଲୋକ ଏହାକୁ ବିଶ୍ୱାସ କରୁଥିବା ବେଳେ କିଛି ଏହାକୁ ଭ୍ରମାତ୍ମକ କଥା ଭାବି ଧ୍ୟାନ ଦେଉନାହାନ୍ତି । ତେବେ ଦେଶରେ ଏପର୍ଯ୍ୟନ୍ତ ୩୫ କୋଟିରୁ ଅଧିକ ଟିକା ଦିଆଯାଇସାରିଥିବା ବେଳେ ଏହାସହିତ ଟିକା ଦେବାରେ ଆମେରିକା ଓ ବ୍ରିଟେନ୍ ଭଳି ଦେଶକୁ ପଛରେ ପକାଇଦେଇଛି । ତେବେ ଏହି ସବୁ ମଧ୍ୟରେ ଏକ ଆଶ୍ଚର୍ଯ୍ୟ କରିବା ପରି କଥା ସାମନାକୁ ଆସିଛି । ମହାରାଷ୍ଟ୍ରର ଜାଲନା ଜିଲ୍ଲାର ପାରତୁରରେ ରହୁଥିବା ଜଣେ ୭୦ ବର୍ଷିୟ ମହିଳା ଟିକାକୁ ନେଇ ଏକ ଆଶ୍ଚର୍ଯ୍ୟ କରିବା ଭଳି ମତ ରଖିଛନ୍ତି । ସେ କହିଛନ୍ତି ଯେ, କୋଭିସିଲ୍ଡ ଟିକାର ପ୍ରଥମ ଡୋଜ୍ ନେବା ପରେ ତାଙ୍କର ଆଖି ଠିକ୍ ହୋଇଯାଇଛି । ସେ ପୂର୍ବରୁ ଦେଖି ପାରୁନଥିବା ବେଳେ ଟିକା ନେବା ପରେ ସବୁ ଦେଖିପାରୁଛନ୍ତି । ତେବେ ଉକ୍ତ ମହିଳା ଜଣକ ଜୁନ୍ ୨୬ ତାରିଖରେ ପ୍ରଥମ ଡୋଜ୍ ଟିକା ନେଇଥିଲେ । ସେ ଏବେ ଦାବି କରିଛନ୍ତି ଯେ, ଭାକସିନ୍ ନେବା ପରେ ଆଖିର ୩୦ ରୁ ୪୦ ପ୍ରତିଶତ ଦୃଷ୍ଟିଶକ୍ତି ଫେରି ଆସିଛି । ସେ କହିଛନ୍ତି ଯେ, ଟିକା ନେବାର ପରଦିନ ଏପରି ଚମତ୍କାର ହୋଇଥିବା ସେ କହିଛନ୍ତି । ଟିକା ନେବା ଆଗରୁ ସେ ଭୟ କରୁଥିଲେ କିନ୍ତୁ ପରିବାର ଲୋକେ ଅନେକ ଥର କହିବା ପରେ ସେ ଟିକା ନେବା ପାଇଁ ପ୍ରସ୍ତୁତ ହୋଇଥିଲେ । ଏହି ମାମଲାରେ ଡାକ୍ତର ମାନେ କହିଛନ୍ତି ଯେ, ସେପରି କିଛି ବି ହୋଇନଥିବ । ଏହା ଉପରେ ଆହୁରି ପରୀକ୍ଷା କରିବାର ଆବଶ୍ୟକତା ରହିଛି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *