ଫାଙ୍କା ପଡ଼ିବ ୬୦% ଇଞ୍ଜିନିୟରିଂ ସିଟ୍

ଭୁବନେଶ୍ୱର: ରାଜ୍ୟରେ ସରକାରୀ ଓ ବେସରକାରୀ ଇଞ୍ଜିନିୟରିଂ କଲେଜର ସିଟ୍ ସଂଖ୍ୟା ଓ ଚଏସ ଲକିଂରୁ ସ୍ପଷ୍ଟ ହୋଇଛି ଯେ ଇଞ୍ଜିନିୟରିଂ ପଢିବାକୁ ପିଲାଙ୍କ ଆଗ୍ରହ କମୁଛି। ଯଥେଷ୍ଟ ନିଯୁକ୍ତି ସୁଯୋଗ ମିଳୁନଥିବାକୁ ଛାତ୍ରଛାତ୍ରୀ ଇଞ୍ଜିନିୟରିଂ ପାଠରୁ ମୁହଁ ଫେରାଇ ନେଉଛନ୍ତି । ଚଳିତବର୍ଷ ମଧ୍ୟ ପ୍ରାୟ ୬୦% ସିଟ୍ ଖାଲି ପଡ଼ିବା ଆଶଙ୍କା ପ୍ରକାଶପାଇଛି । ସିଟ୍ ସଂଖ୍ୟା ୩୨,୦୦୦ କିନ୍ତୁ ଚଏସ୍ ଲକିଂ କରିଛନ୍ତି ୧୧,୭୦୦ ଜଣ । ସରକାରୀ ଓ ବେସରକାରୀ କଲେଜ ମିଶାଇ ରାଜ୍ୟରେ ମୋଟ୍ ୩୨ ହଜାର ସିଟ୍ ଥିବା ବେଳେ ଚଳିତ ବର୍ଷ କଲେଜରେ ପଢିବା ପାଇଁ ଚଏସ୍ ଲକିଂ କରିଛନ୍ତି ମାତ୍ର ୧୧ ହଜାର ୭ ଶହ ଛାତ୍ରଛାତ୍ରୀ ।

ଓଜେଇଇ ପକ୍ଷରୁ ବି.ଟେକ୍‌, ବି.ଆର୍କ, ବି.ପ୍ଲାନ୍ ଆଦି ପାଠ୍ୟକ୍ରମ ପାଇଁ ଚଏସ୍ ଲକିଂ ସରିଛି । କିନ୍ତୁ ଅଧାରୁ କମ୍ ସଂଖ୍ୟକ ପିଲା ଇଂଜିନିୟରିଂ ପାଠ ପଢ଼ିବା ପାଇଁ ଆଗ୍ରହ ଦେଖାଇଛନ୍ତି । ୨୦୨୦, ୨୦୧୯ ଏବଂ ୨୦୧୮ରେ ମଧ୍ୟ ରାଜ୍ୟରେ ପ୍ରାୟ ୬୦ରୁ ୬୫% ସିଟ୍ ଖାଲି ପଡ଼ିଥିଲା । ଆସନ୍ତା ୧୦ ତାରିଖରେ ସ୍ୱତନ୍ତ୍ର ଓଜେଇଇରେ ର‌୍ୟାଙ୍କ୍ ପାଇଥିବା ଛାତ୍ରଛାତ୍ରୀମାନେ ଚଏସ ଲକିଂ କରିପାରିବେ । ଏସବୁ ପ୍ରକ୍ରିୟା ସରିବା ପରେ ଛାତ୍ରଛାତ୍ରୀ ର‌୍ୟାଙ୍କ୍ ଅନୁଯାୟୀ ସିଧାସଳଖ କଲେଜଗୁଡ଼ିକରେ ନାମ ଲେଖାଇବେ ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *